Actress Jamuna Passes Away: ପରଲୋକରେ ଭେଟେରାନ ଅଭିନେତ୍ରୀ ଯମୁନା, ଅଭିନୟ ସହ ରାଜନୀତିରେ ବି ଥିଲେ ସକ୍ରିୟ
Advertisement

Actress Jamuna Passes Away: ପରଲୋକରେ ଭେଟେରାନ ଅଭିନେତ୍ରୀ ଯମୁନା, ଅଭିନୟ ସହ ରାଜନୀତିରେ ବି ଥିଲେ ସକ୍ରିୟ

Actress Jamuna Passes Away: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ସାଉଥର ଭେଟେରାନ ଅଭିନେତ୍ରୀ ଯମୁନଙ୍କ ଦେହାନ୍ତ ହୋଇଛି। ଦିର୍ଘ ଦିନ ଧରି ଯମୁନା ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଶୁକ୍ରବାର ଦିନ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀଙ୍କ ପରଲୋକରେ ସାଉଥ ଇଣ୍ତଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Actress Jamuna Passed Away: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର।  ସାଉଥର ଭେଟେରାନ ଅଭିନେତ୍ରୀ  ଯମୁନଙ୍କ ଦେହାନ୍ତ ହୋଇଛି। ଦିର୍ଘ ଦିନ ଧରି ଯମୁନା ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ।  ଶୁକ୍ରବାର ଦିନ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀଙ୍କ ପରଲୋକରେ ସାଉଥ ଇଣ୍ତଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।  ତାଙ୍କ ବିୟୋଗରେ ଅଭିନେତ୍ରୀଙ୍କ ସାଥି କଳାକାର ଓ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଟୁଇଟରରେ ଅଭିନେତ୍ରୀ ଯମୁନାଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଛନ୍ତି । ସୂଚନା ଅନୁଯାୟୀ, ଅଭିନେତ୍ରୀ ଯମୁନାଙ୍କ ଦିର୍ଘ ଦିନ ଧରି ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲେ । ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀରେ ପ୍ରାୟ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯମୁନା ।  ଜାମୁନାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଭେଟେରାନ ଅଭିନେତ୍ରୀ ଯମୁନା ଅଗଷ୍ଟ ୩୦,୧୯୩୬ ମସିହାରେ କର୍ଣ୍ଣାଟକର ହାମ୍ପିରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ପିତାମାତା ନିପାନି ଶ୍ରୀନିବାସା ରାଓ ଏବଂ କୌଶଲ୍ୟା ଦେବୀ ତାଙ୍କୁ ନେଇ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ସେ ଗୁଣ୍ଟୁର ଜିଲ୍ଲାର ଡୁଗିରାଲାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲରେ ପଢୁଥିବା ସମୟରେ ସେ ମଞ୍ଚ କଳାକାର ଭାବେ କାମ ଆରମ୍ଭ କରିଥିଲେ।

Also Read: Malaika Arora: 'ସଲମାନ ଖାନ ମୋତେ ତିଆରି କରି ନାହାଁନ୍ତି'

Also Read: KL Rahul-Athiya Shetty Wedding Gifts: ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

ଯମୁନାଙ୍କ ପ୍ରକୃତ ନାଁ ଥିଲା ଜାନା ବାଇ ଥିଲା ।  ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା , ସେତେବେଳେ ସେ  ଗାରିକାପାରୀ ରାଜାରାଓଙ୍କ ନିର୍ଦ୍ଦେଶିତ 'ପୁଟିଲୁ '(Puttilu) ଫିଲ୍ମରେ  ୧୯୫୩ ମସିହାରେ କାମ ଆରମ୍ଭ କରିଥିଲେ ।  ଯମୁନା ୧୧ ଟି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ ସୁନୀଲ ଦତ୍ତ ଏବଂ ନ୍ୟୁଟାନ(Nutan)ଙ୍କ ଅଭିନୀତ 'ମିଲାନ' (Milan)ରେ ୧୯୬୭ରେ ଅଭିନୟ କରିଥିଲେ। ଯେଇଁଥି ପାଇଁ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ(Filmfare Award for Best Supporting Actress)। ଯମୁନା ଫିଲ୍ମ 'ମିସାମା'(Missamma) ରୁ ଅଧିକ ଲୋକପ୍ରିୟତା ପାଇଥିଲେ। ଚାରି ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ସେ ଅନେକ ଚରିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ସମୟର ଭେଟେରାନ୍ ଅଭିନେତାମାନଙ୍କ ସହିତ କାମ କରିଥିଲେ ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ୧୯୮୦ ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଏବଂ  ୧୯୮୯ ମସିହାରେ ରାଜହମୁଣ୍ଡ୍ରି (Rajahmundry)ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୧୯୯୧ ରେ ପରାଜୟ ପରେ ସେ ରାଜନୀତି ଛାଡିଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ୧୯୯୦ ଦଶକର ଶେଷ ଭାଗରେ ଦଳ ପାଇଁ ପ୍ରଚାର କରିଥିଲେ।