Vaishali Takkar Suicide Case: ବନ୍ଧା ହେଲେ ବୈଶାଳୀ ଟକ୍କରଙ୍କ ପୂର୍ବତନ ପ୍ରେମିକ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
Advertisement

Vaishali Takkar Suicide Case: ବନ୍ଧା ହେଲେ ବୈଶାଳୀ ଟକ୍କରଙ୍କ ପୂର୍ବତନ ପ୍ରେମିକ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Vaishali Takkar Suicide Case: ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କରଙ୍କ (vaishali Takkar) ଆତ୍ମହତ୍ୟା ଘଟଣା । ଏହି ଘଟଣାରେ ବୈଶାଳୀ ଟକ୍କରଙ୍କ ଏକ୍ସ ବଏଫ୍ରେଣ୍ତ ରାହୁଲ ନାଭଲାନୀ(Vaishali Takkar’s ex-boyfriend Rahul Navlani arrested)ଙ୍କୁ ଗିରଫ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Vaishali Takkar Suicide Case: ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କରଙ୍କ (vaishali Takkar) ଆତ୍ମହତ୍ୟା ଘଟଣା । ଏହି ଘଟଣାରେ ବୈଶାଳୀ ଟକ୍କରଙ୍କ ଏକ୍ସ ବଏଫ୍ରେଣ୍ତ ରାହୁଲ ନାଭଲାନୀ(Vaishali Takkar’s ex-boyfriend Rahul Navlani arrested)ଙ୍କୁ ଗିରଫ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି  ଇନ୍ଦୋର ପୋଲିସ କମିଶନର ହରିନାରାୟଣ ଚାରି ମିଶ୍ରା  (Indore Police Commissioner Harinarayan Chari Mishra)। 

ସୂଚନା ଅନୁସାରେ ,ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର ଗତ ୧୫ ତାରିଖରେ ଆତ୍ମହତ୍ୟା କରିଥିଲେ । ବୈଶାଳୀଙ୍କ ମୃତଦେହ ନିକଟରୁ ସୁଇସାଇଟ ନୋଟ ମିଳିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲା।  ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଲେଖିଥିଲେ । ଯାହାକୁ ପୋଲିସ ଜବତ କରି ଘଟଣାର ତଦନ୍ତକୁ ଅଧିକ ଗତିଶୀଳ କରିଥିଲା। ପ୍ରଥମେ ସେ ତାଙ୍କ ନୋଟରେ "I Quit Maa. Love you Papa Maa" ବୋଲି ଲେଖିଛନ୍ତି। ପର ଲାଇନରେ ସେ ଜଣେ ଭଲ ଝିଅ ହେବାରେ ସଫଳ ନୁହନ୍ତି ବୋଲି ଲେଖିଛନ୍ତି। ଏହା ପରକୁ ସେ ତାଙ୍କ ପଡ଼ୋଶୀ ରାହୁଲ ଓ ଦିଶାଙ୍କ ବିଷୟରେ ଲେଖିଛନ୍ତି। ରାହୁଲ ଓ ତାଙ୍କ ପରିବାରକୁ ଦଣ୍ଡ ଦେବାକୁ ସେ ତାଙ୍କ ଚିଠିରେ ଲେଖିଛନ୍ତି। ରାଦୁଲ ଓ ଦିଶା ବୈଶାଳୀଙ୍କୁ ଅଢେଇ ବର୍ଷ ହେବ ମାନସିକ ଭାବରେ ଅତ୍ୟାଚାର କରୁଥିବା କଥା ସେ ଏଥିରେ ଲେଖିଛନ୍ତି। ଏହାଛଡ଼ା ତାଙ୍କୁ ଦଣ୍ଡ ନମିଳିଲେ ସେ ଶାନ୍ତିରେ ରହିପାରିବେନି ବୋଲି ବି ସେ ଲେଖିଛନ୍ତି। ଏବଂ ତାଙ୍କ ପିଓନ୍ସି ମିତେଶ ତାଙ୍କୁ କ୍ଷମା କରିବାକୁ ମଧ୍ୟ ସେ ନିଜ ଚିଠିରେ ଲେଖିଛନ୍ତି। 

ବୈଶାଳୀଙ୍କ ପଡ଼ୋଶୀ ତଥା ବଏଫ୍ରେଣ୍ତ ରାହୁଲଙ୍କ ବିରୋଧରେ ଏହି ତଥ୍ୟ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  ବୈଶାଳୀଙ୍କ ଆତ୍ମହତ୍ୟା ପରେ ରାହୁଲ ଫେରାର ହୋଇଯାଇଥିଲେ । ତାଙ୍କୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ ମାରିଥିଲା। ମଧ୍ୟପ୍ରଦେଶ ଏସିପି ମୋତି-ଉର-ରେହମାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ବୈଶାଳୀଙ୍କ ପଡ଼ୋଶୀ ତାଙ୍କୁ ହାରାସ କରୁଥିଲେ। ଯେଉଁ କାରଣ ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ବୈଶାଳୀଙ୍କ ବାହାଘରକୁ ନେଇ ମଧ୍ୟ ରାହୁଲ ଅସୁବିଧା ସୃଷ୍ଟି କରୁଥିବା ଏସିପି କହିଛନ୍ତି। ତେବେ ଏହି କେସରେ ମଧ୍ୟପ୍ରଦେଶ ପୋଲିସ ବୈଶାଳୀଙ୍କ ପଡ଼ୋଶୀ ରାହୁଲ ଓ ଦିଶାଙ୍କୁ ସମନ ଜାରି କରିଛି। ଏହି ଘଟଣାକୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗମ୍ଭୀରର ସହିତ ନିଆଯାଇଛି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘଟଣା ସମ୍ପର୍କରେ ପୋଲିସଠାରୁ ସମସ୍ତ ତଥ୍ୟ ବୁଝୁଥିବା ଜଣା ପଡ଼ିଛି।  ୨୦୧୫ରେ ବୈଶାଳୀ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଶୋ 'ୟେ ରିସ୍ତା କିୟା କେହେଲତା ହେ' ରେ ଡେବ୍ୟୁ କରିଥିଲେ । ସେହିପରି ଏକାଧିକ ମେଗା ଧାରାବାହିକରେ ସେ ନିଜର ଅଭିନୟର ଜଲଓ୍ବା ଦେଖାଇଛନ୍ତି ।  ୟେ ଭାଦା ରାହା, ସାସୁରାଲ ସିମର କା, ସୁପର ସିଷ୍ଚର ଓ ବିଶ୍ୱ ୟା ଅମୃତ ଭଳି ସିଲିଏଲ ଗୁଡିକରେ ସେ ଅଭିନୟ କରିଛନ୍ତି ।