Urfi Javed: ଟପଲେସ୍ ହୋଇ ବ୍ରେକଫାଷ୍ଟ କଲେ ଉର୍ଫି, ଭିଡିଓ ଭାଇରାଲ
trendingNow,recommendedStories0/zeeodisha/odisha1503432

Urfi Javed: ଟପଲେସ୍ ହୋଇ ବ୍ରେକଫାଷ୍ଟ କଲେ ଉର୍ଫି, ଭିଡିଓ ଭାଇରାଲ

Urfi Javed: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ  । ତାଙ୍କୁ କିଏ ବା ନ ଜାଣେ। ଅଦ୍ଭୁତ ଡ୍ରେସ ପିନ୍ଧା ଶୈଳିକୁ ନେଇ ସେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି। ହେଲେ ତଥାପି ସେ ଏପରି ଫ୍ୟାଶନ କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଟେଲିଭିଜନ ଅଭିନେତ୍ରୀ ଉର୍ଫି ନିଜ ଇନଷ୍ଟାଗ୍ରାମରେ ସର୍ବଦା ଆକ୍ଟିଭ ଥାନ୍ତି । 

Urfi Javed: ଟପଲେସ୍ ହୋଇ ବ୍ରେକଫାଷ୍ଟ କଲେ ଉର୍ଫି, ଭିଡିଓ ଭାଇରାଲ

Urfi Javed: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ  । ତାଙ୍କୁ କିଏ ବା ନ ଜାଣେ। ଅଦ୍ଭୁତ ଡ୍ରେସ ପିନ୍ଧା ଶୈଳିକୁ ନେଇ ସେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି। ହେଲେ ତଥାପି ସେ ଏପରି ଫ୍ୟାଶନ କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଟେଲିଭିଜନ ଅଭିନେତ୍ରୀ ଉର୍ଫି ନିଜ ଇନଷ୍ଟାଗ୍ରାମରେ ସର୍ବଦା ଆକ୍ଟିଭ ଥାନ୍ତି । ପ୍ରତିଦିନ କିଛି ନୂଆ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଉର୍ଫିଙ୍କ ଏହି ଭିଡିଓକୁ କିଛି ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ ଆଉ କେହି ତାଙ୍କୁ ଟ୍ରୋଲ କରନ୍ତି । କିନ୍ତୁ ତଥାପି ସେ ତାଙ୍କର ଅଡ ଫ୍ୟାସନକୁ ଛାଡନ୍ତିନି । ତେବେ, ଏହାରି ଭିତରେ  ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। 

ଏହି ଭିଡିଓରେ ଉର୍ଫି କ’ଣ କରିଛନ୍ତି ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଯାହା ପୁଣି ଲୋକଙ୍କୁ ଆଶ୍ଚର୍ଯ୍ୟଜନକ କରିଦେଇଛି । ଯଦି ଆପଣ ଏହି ଭିଡିଓ ନିଜେ ନ ଦେଖିବେ ତେବେ ଆପଣ ବିଶ୍ବାସ କରିବେ ନାହିଁ ।  ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ,  ଉର୍ଫି ଟପଲେସ ହୋଇ ଜଳଖିଆ ପ୍ଲେଟ ଓ ଜୁସ ଗ୍ଲାସ ହାତରେ ଧରିଛନ୍ତି। ଏକ ବ୍ୟାକ ଗ୍ରାଉଣ୍ତ ମ୍ୟୁଜିକ ବାଜୁଛି । ଯେଉଁଥିରେ ଉର୍ଫି ବୋଲ୍ଡ ଅନ୍ଦାଜ ମଧ୍ୟ ଦେଉଛନ୍ତି । କେବେଳ ଏକ ବ୍ଲାକ କର୍ଲର ଲଙ୍ଗ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ତାଙ୍କ ବେକରେ ବହୁତ ସୁନ୍ଦର ହାର ପିନ୍ଧିଛନ୍ତି। ସେ ଅଧିକ ସୁନ୍ଦର ଦେଖାଯିବା ପାଇଁ କେଶ ଖୋଲିଛନ୍ତି। ଏଥି ସହିତ  ସେ ହାଲୁକା ମେକଅପ୍ ମଧ୍ୟ ନେଇଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ଉର୍ଫି କ୍ୟାପସନରେ 'ବ୍ରେକଫାଷ୍ଟ' ବୋଲି ଲେଖିଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ସେହିପରି ଗତକାଲି (ନଭେମ୍ବର ୨୬) ରେ ଉର୍ଫିଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ସେ ସାଇକେଲ ଚଲାଉଛନ୍ତି ହେଲେ ହଠାତ୍ ସାଇକେଲ ଚେନ ଛିଡି଼ଯାଉଛି। ସେହି ଛିଡି ଯାଇଥିବା ସାଇକେଲ ଚେନକୁ ଉର୍ଫି ପୋଷାକ କରି ପିନ୍ଧିଥିଲେ। ଯାହାକୁ ଦେଖି ଫ୍ୟାନ୍ସ ଉର୍ଫିଙ୍କ ଉପରେ ରାଗି ଯାଇଥିଲେ । ଆଉ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ଲେଖିଛନ୍ତି ଯେ, ଉର୍ଫି ତ ସାଇକେଲ ଚେନରେ ଡ୍ରେସ କରିଦେଲେ । ସେହିପରି ଆଉ ଜଣେ ଟ୍ରୋଲର୍ସ ତାଙ୍କ ଭିଡିଓ ଦେଖି କହିଛନ୍ତି ଯେ, ଏବେ ଉର୍ଫିଙ୍କ ଏମିତି ଫ୍ୟାଶନ ଦେଖି ବାନ୍ତି ଲାଗୁଛି । ସେପଟେ ଆଉ ଜଣେ ଲେଖିଛନ୍ତି ଯେ, ମୋ ସାଙ୍ଗର କୁର୍ତ୍ତା ନାଡା ବି ଢିଲା ହୋଇଗଲାଣି ତାକୁ ନେଇ ଡ୍ରେସ କରି ପିନ୍ଧିଦିଅ। ସେହିପରି ଆଉ ଜଣେ ଲେଖିଛନ୍ତି ଆରେ ଉର୍ଫିଜି ମୋ ସାଇକେଲ ଚେନ (Cycle Chain Dress) ନେଇ ଡ୍ରେସ କରି ପିନ୍ଧିଦେଲେ। ସୋସିଆଲ ମିଡିଆରେ (Social Media) ଖୁବ ଚର୍ଚ୍ଚାରେ ରୁହନ୍ତି ଉର୍ଫି । କେତେବେଳେ  ଅଖା, ଘଣ୍ଟା, ପ୍ଲାଷ୍ଟିକ୍ ତାର ଏବଂ ଫୁଲର ପୋଷାକ ପିନ୍ଧି କ୍ୟାମେରା ଆଗକୁ ଆସନ୍ତି । 

Trending news