Vijay Rashmika: ବାହା ହେବେ ବିଜୟ ଓ ରଶ୍ମିକା! ସାମ୍ନାକୁ ଆସିଲା ନିର୍ବନ୍ଧ ତାରିଖ
Advertisement

Vijay Rashmika: ବାହା ହେବେ ବିଜୟ ଓ ରଶ୍ମିକା! ସାମ୍ନାକୁ ଆସିଲା ନିର୍ବନ୍ଧ ତାରିଖ

Vijay Devarakonda Rashmika: ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ଼ଠାରୁ ଟଲିଉଡ଼ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଉଭୟ ଏକାଠି ନଜର ଆସିଥାଆନ୍ତି । 

ସୌ(ସୋସିଆଲ ମିଡିଆ)

Vijay Devarakonda Rashmika Wedding News: ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ଼ଠାରୁ ଟଲିଉଡ଼ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଉଭୟ ଏକାଠି ନଜର ଆସିଥାଆନ୍ତି । ତେବେ ଇତି ମଧ୍ଯରେ ବିଜୟ ଓ ରଶ୍ମିକାଙ୍କ ଫ୍ୟାନ୍ସମାନେ ପାଇଁ ଆସିଛି ଏକ ଖୁସି ଖବର । ଏହି ଷ୍ଟାର କପଲ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏମିତି କି, ଉଭୟଙ୍କ ନିର୍ବନ୍ଧ ତାରିଖ ମଧ୍ଯ ସ୍ଥିର ହୋଇଥିବା କୁହାଯାଇଛି ।

ଫିଲ୍ମ ‘ଗୀତା ଗୋବିନ୍ଦମ୍’ ର ସୁଟିଂ ସମୟରେ ବିଜୟ ଓ ରଶ୍ମିକା ପରସ୍ପରର ନିକଟକର ହୋଇଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଏହାପରେ ଉଭୟ ‘ଡିୟର କମରେଡ଼’ରେ ଏକାଠି ନଜର ଆସିଥିଲେ । ଏହି ସିନେମାଟି ମଧ୍ଯ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହି ଫିଲ୍ମର ସଫଳତା ବିଜୟ ଓ ରଶ୍ମିକାଙ୍କ ସଂପର୍କକୁ ଆହୁରି ମଜଭୁତ କରିଥିଲା । ବିଜୟଙ୍କ ଘରେ ଆୟୋଜିତ ସମସ୍ତ ପାର୍ଟି ଓ ସେଲିବ୍ରେସନ୍ ରେ ନଜର ଆସିଥାଆନ୍ତି ରଶ୍ମିକା। ଯାହାର ଫଟୋ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ବିଜୟ ଓ ରଶ୍ମିକା ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଚର୍ଚ୍ଚା ହେଉଛି। ସେପଟେ ଉଭୟଙ୍କ ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିସାରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ନିର୍ବନ୍ଧ କରିପାରନ୍ତି । ତେବେ ଏଥିରେ କେତେ ସତ୍ୟତା ଅଛି ତାହା ଆଗକୁ ସ୍ପଷ୍ଟ ହେବ ।

 

ଗତ ବର୍ଷ ବିଜୟ ଚଳଚ୍ଚିତ୍ର 'ଖୁସି'ରେ ନଜର ଆସିଥିଲେ । ଏହି ସିନେମାଟି ଗତ ସେପ୍ଟେମ୍ବର ୧ରେ ରିଲିଜ ହୋଇଥିଲା । ବର୍ତ୍ତମାନ ସେ ନିର୍ଦ୍ଦେଶକ ପର୍ଶୁରାମ ପେଟଲାଙ୍କ ଏକ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ 'ଫ୍ୟାମିଲି ଷ୍ଟାର'ର ରିଲିଜ୍ ତାରିଖକୁ କୌଣସି କାରଣବଶତଃ ସ୍ଥଗିତ ରଖାଯାଇଛି । ଏଥିରେ ବିଜୟଙ୍କ ସହ ମୃଣାଲ ଠାକୁର ନଜର ଆସିବେ। ତେବେ ଫିଲ୍ମଟି ଫେବୃଆରୀ ୧୮ରେ ରିଲିଜ ହୋଇପାରେ ବୋଲି କୁହାଯାଉଛି । ସେହିପରି ରଶ୍ମିକା ମନ୍ଦାନାଙ୍କ ବର୍ତ୍ତମାନ 'ପୁଷ୍ପା ୨' ସୁଟିଂରେ ବ୍ୟସ୍ତ ଅଛନ୍ତି।