South Actor: ଆଉ ନାହାଁନ୍ତି ସାଉଥର ଏହି ଲୋକପ୍ରିୟ ହାସ୍ୟ ଅଭିନେତା
Advertisement

South Actor: ଆଉ ନାହାଁନ୍ତି ସାଉଥର ଏହି ଲୋକପ୍ରିୟ ହାସ୍ୟ ଅଭିନେତା

South Actor: ଜଣେ ପ୍ରସିଦ୍ଧ ସାଉଥ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ଯାହାକି ପୁରା ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ବାତାବରଣ ଖେଳାଇ ଦେଇଛି। ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଲକ୍ଷ୍ମୀ ନାରାୟଣନ ସେସୁ ପ୍ରାଣ ହରାଇଛନ୍ତି। ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ କ୍ଷାତିନାମା ଅଭିନେତା ଭାବରେ ବେଶ୍ ଜଣାଶୁଣା ଲକ୍ଷ୍ମୀ ନାରାୟଣନ ସେସୁ ଆଜି ଆଉ ଆମ ଗହଣରେ ନାହାନ୍ତି।

South Actor: ଆଉ ନାହାଁନ୍ତି ସାଉଥର ଏହି ଲୋକପ୍ରିୟ ହାସ୍ୟ ଅଭିନେତା

South Actor: ଜଣେ ପ୍ରସିଦ୍ଧ ସାଉଥ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ଯାହାକି ପୁରା ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ବାତାବରଣ ଖେଳାଇ ଦେଇଛି। ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଲକ୍ଷ୍ମୀ ନାରାୟଣନ ସେସୁ ପ୍ରାଣ ହରାଇଛନ୍ତି। ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ କ୍ଷାତିନାମା ଅଭିନେତା ଭାବରେ ବେଶ୍ ଜଣାଶୁଣା ଲକ୍ଷ୍ମୀ ନାରାୟଣନ ସେସୁ ଆଜି ଆଉ ଆମ ଗହଣରେ ନାହାନ୍ତି।ଏହି ଅଭିନେତା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ମୃତ୍ୟୁ ବରଣ କରିଛନ୍ତି। ଆଜି ଆମେ ଜଣେ କଳାକାରଙ୍କୁ ହରାଇଛୁ ଯାହାଙ୍କ ସ୍ଥାନ ପୂରଣ କରିବା ଖୁବ୍ କଷ୍ଟକର।

 

ଏକ ଘରୋଇ ଡାକ୍ତରଖାନାରେ ତାମିଲ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି:

ଜଣାଶୁଣା ତାମିଲ ଅଭିନେତା ତଥା ହାସ୍ୟ ଅଭିନେତା ଲକ୍ଷ୍ମୀ ନାରାୟଣନ ସେସୁ ଆଉ ଆମ ସହିତ ନାହାଁନ୍ତି। ସେ ମଙ୍ଗଳବାର ଅପରାହ୍ନରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେସୁ (Lollu Sabha Seshu) ଲୋଲୁ ସଭା ସେସୁ ନାମରେ ବେଶ୍ ଜଣାଶୁଣା। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ସ୍ୱାସ୍ଥ୍ୟ କିଛି ଦିନ ହେବ ବିଗିଡି ଯାଇଥିଲା ଯେଉଁଥିପାଇଁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଶୁଣିବାକୁ ମିଳୁଛି ଯେ କିଛି ସମୟ ପୂର୍ବରୁ ଅଭିନେତା ହୃଦଘାତରେ ପୀଡିତ ହୋଇଥିଲେ।

 

ହୃଦଘାତ ପରେ ଚିକିତ୍ସା ଚାଲିଥିଲା:

ମାର୍ଚ୍ଚ ୧୫ ତାରିଖରେ ହୃଦଘାତ ପରେ ସେ ନିରନ୍ତର ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ ତାଙ୍କୁ ଭଲ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ କିନ୍ତୁ ବୋଧହୁଏ ଭଗବାନଙ୍କ ମନରେ ଆଉ କିଛି ଥିଲା। ଅଭିନେତା ତାଙ୍କ ଅସୁସ୍ଥତାରୁ ଆରୋଗ୍ୟ ହୋଇପାରିଲେ ନାହିଁ ଏବଂ ୬୦ ବର୍ଷ ବୟସରେ ସେ ଏହି ଜଗତକୁ ବିଦାୟ ଜଣାଇଛନ୍ତି। ଜଣେ ଲୋକପ୍ରିୟ ଅଭିନେତା ତଥା ଶେଶୁଙ୍କ ଘନିଷ୍ଠ ବନ୍ଧୁ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆରେ ରେଡିନ କିଙ୍ଗସଲି ଶେଶୁଙ୍କ ମୃତ୍ୟୁ ଖବର ଜଣାଇଛନ୍ତି। ସେ ଅଭିନେତାଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, 'RIP' ବର୍ତ୍ତମାନ ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି।