Office Holiday: ସାଉଥ୍ ଲିଜେଣ୍ଡ ରଜନୀକାନ୍ତଙ୍କ ପାଇଁ ସବୁ ଅଫିସ୍ ଛୁଟି
Advertisement
Article Detail0/zeeodisha/odisha1813905

Office Holiday: ସାଉଥ୍ ଲିଜେଣ୍ଡ ରଜନୀକାନ୍ତଙ୍କ ପାଇଁ ସବୁ ଅଫିସ୍ ଛୁଟି

Office Holiday:ସୁପରଷ୍ଟାର ରଜନୀକାନ୍ତଙ୍କ(Rajinikanth) ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'(Jailer)। ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି।ତେଣୁ ଫିଲ୍ମ(Film) 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି।

ସାଙ୍କେତିକ ଫଟୋ: Office Holiday for rajinikanth

Office Holiday:ସୁପରଷ୍ଟାର ରଜନୀକାନ୍ତଙ୍କ(Rajinikanth) ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'(Jailer)। ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି।ତେଣୁ ଫିଲ୍ମ(Film) 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି। ରଜନୀକାନ୍ତ ପ୍ରାୟ ୨ ବର୍ଷ ବ୍ୟବଧାନରେ ବଡ଼ ପରଦାରେ ନଜର ଆସୁଛନ୍ତି। ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ଖୁସି ଖବର। ତେବେ ଫିଲ୍ମ 'ଜେଲର' ରିଲିଜ ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ୧୦ ଅଗଷ୍ଟରେ ଛୁଟି ଘୋଷଣା କରାଯାଇଛି।

'ଜେଲର' ଟିଜର ରିଲିଜ ହେବା ପରେ ଏହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।ସୁପରଷ୍ଟାର ରଜନୀକାନ୍ତଙ୍କ ପାଇଁ 'ଜେଲର' ଫିବର ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ପହଞ୍ଚିଛି। ତେଣୁ 'ଜେଲର'କୁ ଲୋକେ ଭଲ ରେସପନ୍ସ ଦେବା ସହ ଏହି ଚଳଚ୍ଚିତ୍ର ଭଲ କଲେକ୍ସନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଫିଲ୍ମ ନିର୍ମାତା।

ତେବେ କେବଳ ଆମ ଦେଶରେ ନୁହେଁ ଫିଲ୍ମ ଜେଲର ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।ସୂଚନା ଅନୁସାରେ ଭାରତୀୟ ଚଳଚ୍ଚିତ୍ର ପାଇଁ ସର୍ବାଧିକ ସଂଖ୍ୟକ ପ୍ରିମିୟର ରେକର୍ଡ କରିବାକୁ ଯାଉଛି 'ଜେଲର' । ଖବର ଅନୁଯାୟୀ ଏହା ବିଦେଶରେ ୧୦କୋଟି ଟଙ୍କା ଅଗ୍ରୀମ ବୁକିଂ ଅତିକ୍ରମ କରିଛି। 'ଜେଲର' ହେଉଛି ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ ଯେଉଁଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ନଜର ଆସିଛନ୍ତି। କୁହାଯାଉଛି ଯେ ନିର୍ଦ୍ଦେଶକ ସଫଳତାର ସହିତ ଚଳଚ୍ଚିତ୍ରରେ ଭାବପ୍ରବଣତାର ଏକ ଜାଲ ବୁଣିଛନ୍ତି ଏବଂ ନିକଟରେ ସ୍କ୍ରିନିଂ ସରିବା ପରେ ଫିଲ୍ମର ସଫଳତା ନେଇ ସମସ୍ତେ ଆଶା ପ୍ରକଟ କରିଛନ୍ତି।

'ଜେଲର'ରେ ରଜନୀକାନ୍ତଙ୍କ ଭୂମିକା-

ପୂର୍ବରୁ ରିଲିଜ୍ ହୋଇଥିବା ଏକ ଶୋ’ରେ ରଜନୀକାନ୍ତଙ୍କ ଚରିତ୍ର 'ଟାଇଗର' ମୁଥୁଭେଲ୍ ପାଣ୍ଡିଆନ୍ ଦୁଇଟି ଭିନ୍ନ ଅବତାରରେ ପରିଚିତ ହୋଇଥିଲେ। ସୁପରଷ୍ଟାର ରଜନିକାନ୍ତ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀଙ୍କ ପିତା ଭୂମିକାରେ ଅଭିନୟ କରୁଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ ଜଣେ ସାଧାରଣ ଲୋକ କିପରି ଖଣ୍ଡା,ବନ୍ଧୁକ ପରି ହତିଆର ସହିତ ଖରାପ ଲୋକମାନଙ୍କ ବିରୁଦ୍ଧରେ ନ୍ୟାୟର ଲଢ଼େଇ ଲଢୁଛି।

Also Read: Sourin Bhatt Case: ମୁହଁ ଖୋଲିଲେ ସୌରିନ୍ ଭଟ୍ଟ, କହିଲେ ମୁଁ ନିର୍ଦୋଷ