ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ
Advertisement
Article Detail0/zeeodisha/odisha1642822

ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ

ShahRukh Khan News In Odia: ବଲିଉଡ଼ ଅଭିନେତା ଶାହାରୁଖ୍ ଖାନ୍ (ShahRukh Khan ) । କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ' ପାଇଁ ଅଭିନେତା ଦିର୍ଘ ଦିନ ହେବ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ଅଭିନେତା ଆଉ ଏକ ସଫଳତା ହାତେଇଛନ୍ତି । ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ (2023 TIME 100 Reader Poll) ଜିତିଲେ ଶାହାରୁଖ। ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ଶୀର୍ଷରେ ଅଛନ୍ତି ଶାହାରୁଖ ଖାନ୍ (ShahRukh Khan) ।

ସୌଜନ୍ୟ- ସୋସିଆଲ ମିଡ଼ିଆ

ShahRukh Khan News In Odia: ବଲିଉଡ଼ ଅଭିନେତା ଶାହାରୁଖ୍ ଖାନ୍ (ShahRukh Khan ) । କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ' ପାଇଁ ଅଭିନେତା ଦିର୍ଘ ଦିନ ହେବ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ଅଭିନେତା ଆଉ ଏକ ସଫଳତା ହାତେଇଛନ୍ତି ।  ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ (2023 TIME 100 Reader Poll) ଜିତିଲେ ଶାହାରୁଖ। ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ଶୀର୍ଷରେ ଅଛନ୍ତି ଶାହାରୁଖ ଖାନ୍ (ShahRukh Khan) । ପ୍ରିନ୍ସ ହାରି-ମେଘାନ ମାର୍କଲେଙ୍କ ଠାରୁ ଶାହାରୁଖ ଆଗୁଆ ଅଛନ୍ତି। ଓସ୍କାର ବିଜେତା ଅଭିନେତା ମାଇକେଲ ଇହୋ, ଆଥଲେଟ ସେରିନା ଓ୍ଵିଲିୟମ, ମେଟା ସିଇଓ ମାର୍କ ଜୁକରବର୍ଗ ଓ ଟୁଇଟର ସିଇଓ ଏଲନ ମସ୍କଙ୍କୁ ପଛରେ ପକାଇଦେଇଛନ୍ତି ଶାହାରୁଖ (SRK wins TIME Poll)। 

ଟାଇମ୍ସ ମାଗାଜିନର (Times Magazine) ବାର୍ଷିକ ତାଲିକାରେ ସ୍ଥାନ ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟ ଦେଉଥିବା ପାଠକ ମାନଙ୍କ ପସନ୍ଦ ପାଲଟଛନ୍ତି ଏସଆରକେ (srk) ।ଏହି ପୋଲ ପାଇଁ ୧.୨ ମିଲିୟନ ଲୋକ ଭୋଟ ଦେଇଥିଲେ । ସେଥିମଧ୍ୟରୁ ଶାହାରୁଖଙ୍କୁ ୪ ପ୍ରତିଶତ ଭୋଟ ମିଳିଛି  । ଦ୍ୱିତୀୟରେ ଅଛନ୍ତି ଇରାନର ଜଣେ ମହିଳା । ସେ ଇରାନବାସୀଙ୍କ ଅଧିକାର ପାଇଁ ଲଢୁଛନ୍ତି । ତୃତୀୟରେ ଅଛନ୍ତି ମହାମାରୀ ପାଇଁ ଲଢୁଥିବା ସ୍ୱାସ୍ଥ୍ୟକର୍ମୀ । ୪ର୍ଥ ସ୍ଥାନରେ ଅଛନ୍ତି ମେଘାନ ମାର୍କଲେ । ଶାହାରୁଖଙ୍କୁ ଶେଷଥର ପାଇଁ ବ୍ଲକବଷ୍ଟର ଫିଲ୍ମ 'ପଠାନ'ରେ ଦେଖିବାକୁ ମିଳିଥିଲା । ଫିଲ୍ମ ବିଶ୍ୱସ୍ତରରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା ।

fallback

Also Read : Kendujhar News: ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ ଓ ରୋଷେୟା, ପିଲା ପ୍ରସ୍ତୁତ କଲେ ମଧ୍ୟାହ୍ନ ଭୋଜନ

Also Read : Priyanka Chopra: ପ୍ରଥମ ପୂଜ୍ୟଙ୍କ ମନ୍ଦିରରେ ଦେଶୀଗାର୍ଲ, ଝିଅ 'ମାଲତୀ' ପାଇଁ ବାବାଙ୍କ ନିକଟରେ...

ଯଦି ଆମେ କିଙ୍ଗଖାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ, ଅଭିନେତାଙ୍କ ଫିଲ୍ମ ‘ଜୱାନ’ ଖୁବଶିଘ୍ର ପରଦାକୁ ଆସୁଛି । ଯାହାକୁ କିଙ୍ଗ ଖାନଙ୍କ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।  ବର୍ତ୍ତମାନ ‘ଜୱାନ’ର ଗୀତ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି ଖୁସି କରିଛି । ଅଭିନେତ୍ରୀ ଦିପିକା ପାଦୁକୋନ ଏକ ଗୀତରେ ଏଣ୍ଟ୍ରି କରିଛନ୍ତି । ‘ଜୱାନ’ ଫିଲ୍ମର ଟିମ୍ ଏପ୍ରିଲ ମାସରେ ମାତ୍ର ୧୦ ଦିନ ଭିତରେ ଦୁଇଟି ଗୀତ ଶୁଟିଂ କରିବେ । ଶାହରୁଖ ଏବଂ ଅଭିନତ୍ରେୀ ନୟନତାରା ମୁମ୍ବାଇରେ ପ୍ରଥମ ଗୀତ ଶୁଟିଂ କରିବେ । ପରେ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଆଉ ଗୋଟେ ଗୀତ ସୁଟିଂ ହେବ, ଯେଉଁଥିରେ ଶାହରୁଖଙ୍କ ସହ ଦୀପିକା ନଜର ଆସିବେ । ଉଭୟ ଯୋଡି ଫିଲ୍ମ ‘ପଠାନ’ ଦ୍ୱାରା ଲୋକଙ୍କୁ ପାଗଳ କରିଦେଇଥିଲେ । ଏବେ ଏହି ଯୋଡ଼ିକୁ ପୁଣି ଦେଖିବାକୁ ଲୋକେ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମ ‘ଯୱାନ’ରେ ବିଜୟ ସେତୁପତି ନେଗେଟିଭ୍ ଭୂମିକାରେ ନଜର ଆସିବେ । ଏଥିସହିତ ସେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ।

Also Read : Maa laxmi: ଶୁକ୍ରବାର ଦିନ କରନ୍ତୁ ନାହିଁ ଏହିସବୁ କାମ; ରୋଷ କରନ୍ତି ମାଆ ଲକ୍ଷ୍ମୀ, ହୋଇଥାଏ ଅର୍ଥହାନୀ!

Also Read : Ajay Devgn 5 Flop Movies: 'ଭୋଲା' ନୁହେଁ, ଅଜୟଙ୍କ ଏହି ୫ଟି ଫିଲ୍ମ ବକ୍ସ ଅଫିସରେ ଖାଇଛି ମାଡ଼

Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ