Pathaan Advance Booking In India: ଭାରତରେ ‘ପଠାନ୍‌‌’କ୍ରେଜ୍, ରିଲିଜ୍ ପୂର୍ବରୁ ଆୟ କଲାଣୀ ଏତିକି କୋଟି
Advertisement

Pathaan Advance Booking In India: ଭାରତରେ ‘ପଠାନ୍‌‌’କ୍ରେଜ୍, ରିଲିଜ୍ ପୂର୍ବରୁ ଆୟ କଲାଣୀ ଏତିକି କୋଟି

Pathaan Tickets Advance Booking In India: ବଲିଉଡ଼ ବାଦଶାହ ଶାହରୁଖ ଖାନ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ନାୟକ ଭାବେ ପରଦାକୁ ଫେରୁଛନ୍ତି। ତାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌‌’ ଜରିଆରେ ସେ ପ୍ରେକ୍ଷାଳୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ମୁକ୍ତିଲାଭ ପାଇଁ ଆଉ କିଛି ଦିନ ବାକି ଅଛି। ଶୁକ୍ରବାର ଠାରୁ ଭାରତରେ 'ପଠାନ' ପାଇଁ ଟିକେଟ୍ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ଜୋରାଦାର ଆଡଭାନ୍ସ ବୁକିଂ ହୋଇଛି । ରିଲିଜ୍ ପୂର୍ବରୁ 'ପଠାନ' ଭାରତ କୋଟି କୋଟି ଟଙ୍କା ରୋଜଗାର କରିଛି ।

ପ୍ରଥମ ଦିନରେ 'ପଠାନ'ର ଟିକେଟ୍ ଆଡଭାନ୍ସ ବୁକିଂ ଚମତ୍କାର ଥିଲା : କିଛି ଦିନ ପୂର୍ବରୁ,'ପଠାନ'ର ନିର୍ମାତାମାନେ ଘୋଷଣା କରିଥିଲେ ଯେ, 'ପଠାନ 'ର ଆଡଭାନ୍ସ ଟିକେଟ ବୁକିଂ ଭାରତରେ ୨୦ ତାରିଖରୁ ଆରମ୍ଭ ହେବ । ଯେଉଁଥିପାଇଁ ଶୁକ୍ରବାର ଦିନ 'ପଠାନ'ର ଟିକେଟ ବୁକିଂ ଆରମ୍ଭ ହୋଇଥିଲା। ସୁପରଷ୍ଟାର ଶାହରୁଖ ଖାନଙ୍କ 'ପଠାନ' ର କ୍ରେଜ ସବୁଆଡେ ଦେଖିବାକୁ ମିଳୁଛି । 'ପଠାନ୍' ରିଲିଜ୍ ହେବା ପୂର୍ବରୁ ଏ-ପର୍ଯ୍ୟନ୍ତ ଦୁଇ ଲକ୍ଷ ଟିକେଟ୍ ବୁକ୍ ହୋଇସାରିଛି। ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ(taran adarsh)ଙ୍କ ଅନୁଯାୟୀ,'ପଠାନ'ର ଟିକେଟ୍ ଅଗ୍ରୀମ ବୁକିଂ ଆଧାରରେ ପ୍ରଥମ ଦିନରେ ଫିଲ୍ମର ୫୦୦୦୦ ରୁ ଅଧିକ ଟିକେଟ ବୁକ୍ ହୋଇସାରିଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଜାତୀୟ ସ୍ତରରେ ପଠାନ ଟିକେଟ କେତେ ବିକ୍ରି ହୋଇଛି ।  'ପଠାନ' ଆଡଭାନ୍ସ ଟିକେଟ୍,ପିଭିଆରରେ ୭୫,୦୦୦, ଆଇନକ୍ସ ରେ  ୬୦,୫୦୦ ଏବଂ ସିନେପଲ୍ଲୀରେ ୩୫,୫୦୦ ଟିକେଟ୍ ବିକ୍ରି ହୋଇଛି । ତେବେ ମୋଟ ,ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୭୧ ହଜାର ୫୦୦ ଟିକେଟ ଆଡଭାନ୍ସ ବୁକିଂ ହୋଇସାରିଛି । 

ଆଡଭାନ୍ସ ବୁକିଂ ମାଧ୍ୟମରେ 'ପଠାନ୍' ଅଧିକ ରୋଜଗାର କରୁଛି : ଟିକେଟ୍ ବମ୍ପର ଆଡଭାନ୍ସ ବୁକିଂ ଯୋଗୁଁ ଶାହରୁଖ ଖାନଙ୍କ 'ପଠାନ' ରିଲିଜ ହେବା ପୂର୍ବରୁ ବହୁତ ଭଲ ରୋଜଗାର କରିଛି । ବାଣିଜ୍ୟ ବିଶ୍ଳେଷକ ସୁମିତ କାଦେଲଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ - ଫିଲ୍ମ ପାଇଁ ଟିକେଟ୍ ଅଗ୍ରୀମ ବୁକିଂର ଆକଳନରୁ ଏହା ଅନୁମାନ କରାଯାଇପାରେ ଯେ 'ପଠାନ୍' ରିଲିଜ୍ ହେବା ପୂର୍ବରୁ ପ୍ରାୟ ୧୫ କୋଟି ରୋଜଗାର କରିଛି। ଏଭଳି ପରିସ୍ଥିତିରେ ମୁକ୍ତିଲାଭ କରିବାକୁ ୪ ଦିନ ବାକି ଅଛି। ଯେଉଁଥିପାଇଁ 'ପଠାନ'ର ଆଡଭାନ୍ସ ବୁକିଂ ଜୋରଦାର ହେବାରେ ଲାଗିଛି । 

Also Read: Sushant Singh Rajput: 'ମିଠା ଚୋରୀ କରି ଖାଉଥିଲେ ସୁଶାନ୍ତ'

A post shared by Taran Adarsh (@taranadarsh)

ବିଦେଶରେ ଚଳଚ୍ଚିତ୍ରର ସୀମିତ ବୁକିଂ ଜାରି ରହିଛି ଏବଂ ବୁକିଂର ସଂଖ୍ୟା ଇସାରା ଦେଉଛି ଯେ,‘ପଠାନ୍‌‌’ ପ୍ରଥମ ଦିନରେ ଜବରଦସ୍ତ ବ୍ୟବସାୟ କରିବ। ସୂଚନା ଅନୁସାରେ, ୟଶଙ୍କ ଫିଲ୍ମ ‘କେଜିଏଫ୍‌‌ ଚ୍ୟାପ୍ଟର-୨’ ଜର୍ମାନୀରେ ୧୪୪ ହଜାର ୟୁରୋ(୧.୨ କୋଟି ଟଙ୍କା)ର ବ୍ୟବସାୟ କରିଥିଲା। ଅପରପକ୍ଷେ ଗତ ବର୍ଷର ବଡ଼ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ “ପୋନ୍ନିୟିନ୍‌‌ ସେଲ୍‌‌ଭନ୍‌‌-୧’(ପିଏସ୍‌‌-୧) ଜର୍ମାନୀରେ ୧୫୫ ହଜାର ୟୁରୋ(ପ୍ରାୟ ୧.୩୬ କୋଟି ଟଙ୍କା)ର ବ୍ୟବସାୟ କରିଥିଲା। ତେବେ ‘ପଠାନ୍‌‌’ର ଅଗ୍ରୀମ ବୁକିଂ ରିପୋର୍ଟରୁ ଜଣାପଡ଼ୁଛି ଯେ, ଜର୍ମାନୀରେ ଶାହରୁଖଙ୍କ ଫିଲ୍ମ କେବଳ ଅଗ୍ରୀମ ବୁକିଂରେ ହିଁ ୧୫୦ ହଜାର ୟୁରୋ(୧.୩୨ କୋଟି ଟଙ୍କା)ରେ ପହଞ୍ଚି ସାରିଲାଣି। ଅର୍ଥାତ ଜର୍ମାନୀରେ ‘କେଜିଏଫ୍‌‌-୨’ର ମୋଟ୍‌‌ ଆୟ ଅପେକ୍ଷା ‘ପଠାନ୍‌‌’ର ଅଗ୍ରୀମ ବୁକିଂ ଅଧିକ ହୋଇସାରିଲାଣି। ଏଥିସହ ଆମେରିକାରେ ମଧ୍ୟ ‘ପଠାନ୍‌‌’ର ପ୍ରାୟ ୨୩ ହଜାର ଟିକେଟ୍‌‌ ବିକ୍ରି ହୋଇସାରିଛି। ଏଠାରେ ଶାହରୁଖଙ୍କ ଫିଲ୍ମ ୧୦ ଦିନ ପୂର୍ବରୁ ହିଁ ଅଗ୍ରୀମ ବୁକିଂରେ ୩୫୦ ହଜାର ଡଲାର(୨.୮ କୋଟି ଟଙ୍କା) ଆୟ କରି ସାରିଛି। ସେହିପରି ଅଷ୍ଟ୍ରେଲିଆରେ ‘ପଠାନ୍‌‌’ ଅଗ୍ରୀମ ବୁକିଂରେ ପ୍ରାୟ ୮୦ ହଜାର ଅଷ୍ଟ୍ରଲିଆନ୍‌‌ ଡଲାର(୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ) ଆୟ କରି ସାରିଲାଣି। ତେବେ, ଫିଲ୍ମଟି ଚଳିତ ମାସ ୨୫ ତାରିଖରେ ମୁକ୍ତିଲାଭ କରିବ।