Taimur Ali Khan: ତୈମୁରର ଜନ୍ମଦିନରେ ରାହା ପଠାଇଲେ ଏଭଳି ଗିଫ୍ଟ, ଖୁସିରେ ନାଚି ଉଠିଲେ ଜୁନିୟର ନଓ୍ବାବ
Advertisement
Article Detail0/zeeodisha/odisha1493574

Taimur Ali Khan: ତୈମୁରର ଜନ୍ମଦିନରେ ରାହା ପଠାଇଲେ ଏଭଳି ଗିଫ୍ଟ, ଖୁସିରେ ନାଚି ଉଠିଲେ ଜୁନିୟର ନଓ୍ବାବ

Taimur Ali Khan:  ତୈମୁରଙ୍କର ତାଙ୍କର ଷଷ୍ଠ ଜନ୍ମଦିନ ପାଳନ କରୁଛନ୍ତି। ଯେଉଁଥି ପାଇଁ ତାଙ୍କ ମାଆ ଏକ ପାର୍ଟିର ଆୟୋଜନ ମଧ୍ୟ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନେକ ଦାମୀ ଉପହାର ପରିବାରଙ୍କ ଠାରୁ  ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କ ନିକଟରୁ ତୈମୁରଙ୍କୁ ମିଳୁଛି । 

Taimur Ali Khan: ତୈମୁରର ଜନ୍ମଦିନରେ ରାହା ପଠାଇଲେ ଏଭଳି ଗିଫ୍ଟ, ଖୁସିରେ ନାଚି ଉଠିଲେ ଜୁନିୟର ନଓ୍ବାବ

Taimur Ali Khan: ବଲିଉଡ୍ ଅଭିନେତା ସୈଫ୍‌ ଅଲ୍ଲୀ ଓ କରୀନା କପୁର ଖାନଙ୍କ ବଡ ପୁଅ ତୈମୁର ଅଲ୍ଲୀ ଖାନ୍ । ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି । ଅନେକ ସମୟରେ ତୈମୁର ମିଡିଆ ଆଗରେ ଜବରଦସ୍ତ ପୋଜ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳେ । ଆଜି ତାଙ୍କର ଜନ୍ମଦିନ । ତୈମୁରଙ୍କର ତାଙ୍କର ଷଷ୍ଠ ଜନ୍ମଦିନ ପାଳନ କରୁଛନ୍ତି। ଯେଉଁଥି ପାଇଁ ତାଙ୍କ ମାଆ ଏକ ପାର୍ଟିର ଆୟୋଜନ ମଧ୍ୟ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନେକ ଦାମୀ ଉପହାର ପରିବାରଙ୍କ ଠାରୁ  ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କ ନିକଟରୁ ତୈମୁରଙ୍କୁ ମିଳୁଛି । ହେଲେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଭାଇ ତୈମୁରର ଜନ୍ମଦିନରେ ସାନ ଭଉଣୀ ଅର୍ଥାତ ରଣବୀର ଓ ଆଲିଆଙ୍କ ଝିଅ ରାହା କପୁର ତରଫରୁ ତୈମୁର ପାଖକୁ ଏକ ଦାମୀ ଉପହାର ଆସିଛି । ବୋଧହୁଏ ତୈମୁରଙ୍କ ପାଇଁ ଏହି ଉପହାରକୁ ରାହାଙ୍କ ମାଆ ଆଲିଆ ଭଟ୍ଟ ପଠାଇଛନ୍ତି। ତେବେ ରାହା ତୈମୁରଙ୍କ ଜନ୍ମଦିନ ଅବସରରେ କେଉଁ ଉପହାର ଦେଇଛନ୍ତି ଆସନ୍ତୁ ଜାଣିବ । 

ରାହା କପୁର ଭାଇ ତୈମୁର ପାଇଁ ପଠାଇଲେ ଏଭଳି ଗିଫ୍ଟ : 

ରଣବୀର ଏବଂ ଆଲିଆଙ୍କ ତୈମୁର ଜନ୍ମଦିନରେ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏବଂ ଝିଅ ରାହା ତରଫରୁ ଅର୍ଥାତ୍ ମାଇଁ ଆଲିଆ ତୈମୁରଙ୍କ ଜନ୍ମଦିନ ଅବସରରେ ଅନେକ ଉପହାର ପଠାଇଛନ୍ତି । ଯାହାକୁ ଦେଖି ତୈମୁର ବହୁତ ଖୁସି ଅଛନ୍ତି। କୁହାଯାଉଛି ଯେ, ମାଇଁ ଆଲିଆ ଭଟ୍ଟ ରାହାଙ୍କ ତରଫରୁ ତୈମୁରକୁ ମାର୍ବଲ ସୁପରହିରୋଜ୍ କଷ୍ଟମାଇଜଡ ଉପହାର ( Marvel Superfan Customized Gifts)ପଠାଇଛନ୍ତି। ଏହି ଉପହାର ପାଇବା ପରେ ତୈମୁର ବହୁତ ଖୁସି ହୋଇଯାଇଛନ୍ତି ।  କାରଣ ତୈମୁର ମାର୍ବଲ ସୁପରହିରୋଜର ଜଣେ ବଡ ଫ୍ୟାନ୍ସ ।  

ଏହାବି ପଢନ୍ତୁ : Pathaan Song Controversy: ଫସିବେ ଶାହାରୁଖ, ଜାଣିଶୁଣି ନିଜ ସମ୍ପ୍ରଦାୟର ରଙ୍ଗକୁ ଅପମାନ କରିଥିବା ଅଭିଯୋଗ !

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ରାହା ଯେବେ ଜନ୍ମ ହୋଇଥିଲେ । ସେଦିନ ତୈମୁର ଅଧିକ ଖୁସି ହୋଇ ଯାଇଥିଲେ। ଖୁବଶିଘ୍ର ତୈମୁର ରାହାଙ୍କୁ ଭେଟିବାକୁ ଯିବେ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମ ରଣବୀର ଆଲିଆଙ୍କ ଝିଅ ରାହା କପୁରଙ୍କ ଗୋଟିଏ ବି ଫଟୋ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଆଲିଆ ଭଟ୍ଟ ୬ ନଭେମ୍ବର ୨୦୨୨ ରେ ମୁମ୍ବାଇର ଏକ ଘରୋଇ ହସପିଲାଲରେ ଝିଅ ରାହାକୁ ଜନ୍ମ ଦେଇଥିଲେ । ଏବଂ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ଝିଅଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ ।