ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ପ୍ରଯୋଜିକା ସନଲିସା
Advertisement
Article Detail0/zeeodisha/odisha1983101

ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ପ୍ରଯୋଜିକା ସନଲିସା

 Ollywood News: ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା ପଟେଲ୍ । ଓଡ଼ିଆ ସିନେମାରେ ନୂଆ ପଲିସି ଖୁବ ଶୀଘ୍ର ଯୋଡାଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ପ୍ରଯୋଜିକା ସନଲିସା

Ollywood News: ଅନେକ ବାଦ ବିବାଦ ପରେ ଓଲିଉଡକୁ ମିଳିଛି ସମାଧାନର ସୁତ୍ର । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା ପଟେଲ୍ (Sanlisa patel) । ଓଡ଼ିଆ ସିନେମାରେ ନୂଆ ପଲିସି ଖୁବ ଶୀଘ୍ର ଯୋଡାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଏହି ନୂଆ ପଲିସି ଆସିବାକୁ ବର୍ଷେ ପରେ ଲାଗିଯିବ ଅର୍ଥାତ ୨୦୨୪ ମାର୍ଚ୍ଚ ମାସ ପୂର୍ବରୁ ନୂଆ ପଲିସି ଆସିବ । ଯେଉଁ ପ୍ରଯୋଜକମାନେ ଭଲ କାହାଣୀକୁ ନିଜ ସିନେମାରେ ସ୍ଥାନ ଦେବେ ସେମାନଙ୍କୁ ସବସିଡି (Subsidy) ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଦୀର୍ଘ ୫ଦିନ ଧରି ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଥିଲେ ପ୍ରଯୋଜିକା ସନଲିସା ପଟେଲ୍ । ତାଙ୍କୁ ସମର୍ଥନ କରିବା ପାଇଁ ଧାରଣାସ୍ଥଲରେ ଏକାଠି ହୋଇଥିଲେ ଓଲିଉଡର ଅନେକ କଳାକାର । ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଅରିନ୍ଦମ ରୟ, ଅନୁଭବ ମହାନ୍ତି, ସ୍ୱରାଜ ବାରିକ, ଅଭିନେତ୍ରୀ ମହାଶ୍ୱେତା ରାୟ, ଅନୁ ଚୌଧୁରୀଙ୍କ ସମେତ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା ଧାରଣାସ୍ଥଳରେ । ଏଥିସହ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ମହାଶ୍ୱତା ରାୟ ସନଲିସାଙ୍କୁ ଜୁସ୍ ପିଆଇଥିବା ଦେଖିବାକୁ ମିଳିଥିଲା । ୫ଦିନର ଧାରଣା ପରେ ସନଲିସାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନିଜେ ସନଲିସା ।

ଓଡ଼ିଆ ସିନେମା କିପରି ଦର୍ଶକଙ୍କ ନିକଟରେ ପହଞ୍ଚିବ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ବୈଠକରେ ପ୍ରଯୋଜିକା ସନଲିସାଙ୍କ ସମେତ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଯୋଗ ଦେଇଥିଲେ । ଓଏଫ୍‌ଡିସିର ଚେୟାରମ୍ୟାନ କୁନା ତ୍ରୀପାଠୀ, ଅଭିନେତ୍ରୀ ମହାଶ୍ୱେତା ରାୟ, ପ୍ରୟୋଜକ ସବ୍ୟସାଚ୍ଚୀ ମହାପାତ୍ର, ନିର୍ଦ୍ଦେଶକ ତାପସ ସରଘରିଆ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମିଖ ସାମିଲ ଥିଲେ ।

ଓଡ଼ିଆ ଫିଲ୍ମର ପୁନରୁଦ୍ଧାର ସହିତ ଓଡ଼ିଆ ସିନେମା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି । ଏଥିସହ ଗ୍ରାମାଞ୍ଚଳରେ ଫିଲ୍ମ ହଲ୍‌ ନିର୍ମାଣ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏଥିସହ ସିନେମାର ପ୍ରଚାର କିପରି ଭଲ ଭାବରେ ହୋଇପାରିବ ସେନେଇ ମଧ୍ୟ ମତ ପ୍ରକାଶ ପାଇଥିଲା । ବନ୍ଦ ହୋଇ ପଡିଥିବା ସିନେମା ହଲକୁ କିପରି ପୁନରୁଦ୍ଧାର କରାଯିବ ଓ ନୂଆ ସିନେମା ହଲ ନିର୍ମାଣ ହେବ ସେନେଇ ଦୃଷ୍ଟି ଦିଆଯିବ ।

Also Read- jasprit bumrah: ବିଶ୍ୱକପ ପରେ ବୁମରାଙ୍କ ସହିତ କ’ଣ ହେଲା? କାହିଁକି ଏମିତି ପୋଷ୍ଟ୍ କଲେ?

Also Read- Uttarkashi tunnel rescue: ନିର୍ମାଣ ହୋଇଥିବା ଅସ୍ଥାୟୀ ଡାକ୍ତରଖାନାରେ ସଜାଗ ଡାକ୍ତର