Pornography Case: ରାଜକୁନ୍ଦ୍ରାଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଆଗୁଆ ଜାମିନ୍
Advertisement

Pornography Case: ରାଜକୁନ୍ଦ୍ରାଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଆଗୁଆ ଜାମିନ୍

Pornography Case: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲା(pornography case)ରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଏଥିସହିତ ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଏହାକୁ ଓଟିଟି ପ୍ଲାଟଫର୍ମରେ ଦେଖାଇବା ମାମଲାରେ ସୁପ୍ରିମକୋର୍ଟ ମଡେଲ ସର୍ଲିନ ଚୋପ୍ରା, ପୁନମ ପାଣ୍ଡେ ଏବଂ ଉମେଶ କାମାତଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Pornography Case: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲା(pornography case)ରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଏଥିସହିତ ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଏହାକୁ ଓଟିଟି ପ୍ଲାଟଫର୍ମରେ ଦେଖାଇବା ମାମଲାରେ ସୁପ୍ରିମକୋର୍ଟ ମଡେଲ ସର୍ଲିନ ଚୋପ୍ରା, ପୁନମ ପାଣ୍ଡେ ଏବଂ ଉମେଶ କାମାତଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ଏଥି ସହିତ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହା ମଧ୍ୟ କୁହାଯାଇଥିଲାଯେ, ଯଦି ଆବଶ୍ୟକ ହୁଏ, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ ଦେବାକୁ ଏମାନେ ସବୁବେଳେ ପ୍ରସ୍ତତ ରହିବେ । 

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୧୦୦୦ ପୃଷ୍ଠା ଚାର୍ଜସିଟ୍ ଦାଖଲ ହୋଇଥିଲା :

ଗତ ମାସରେ, ମୁମ୍ବାଇ ସାଇବର କ୍ରାଇମ ରାଜ କୁନ୍ଦ୍ରାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୧୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ପୋଲିସ ଦାବି କରିଥିଲା ଯେ, ରାଜକୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ କରି ଏହାକୁ ଓଟିଟି ପ୍ଲାଟଫ୍ଲମରେ ବିକ୍ରି କରୁଥିଲେ। ଏଥି ସହିତ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଦାବି କରିଛନ୍ତି ଯେ, ରାଜ କୁନ୍ଦ୍ରା କୌଣସି ପ୍ରକାରର ବେଆଇନ ଭିଡିଓ ପ୍ରସାରଣ କରି ନାହାଁନ୍ତି । 

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବ୍ରୁଆରିରେ ମୁମ୍ବାଇର ମଡ ଅଞ୍ଚଳରେ ଥିବା ଏକ ବଙ୍ଗଳା ଉପରେ ଚଢ଼ାଉ ବେଳେ ଏହି ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା। ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବଙ୍ଗଳା ଭିତରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଯାଉଛି। ପରେ ଏହି ଘଟଣାର ଅନୁସନ୍ଧାନ କରି ରାଜ କୁନ୍ଦ୍ରାଙ୍କ ସହଯୋଗୀ ଉମେଶ କାମତଙ୍କୁ ଗିରଫ କରାଯାଇଥିଲା। ଏହା ପରେ ପରେ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ୨ମାସ ଜେଲରେ ଥିଲେ ରାଜ କୁନ୍ଦ୍ରା । ପରେ ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଥିଲେ। ଏହାପୂର୍ବରୁ, କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରା, ରିଆନ୍ ଥର୍ପେ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ୧୪୬୭ ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ କରିଥିଲେ।

 ଏହାବି ପଢନ୍ତୁ : TikTok Star Ali Dulin Passes Away: ଏମିତିବି ଆସେ ମୃତ୍ୟୁ, ୨୧ ବର୍ଷରେ ଆଖି ବୁଜିଲେ Ali Dulin

 ଏହାବି ପଢନ୍ତୁ :  Rajinikanth's Birthday Celebration: ସାଉଥ ସୁପରଷ୍ଟାରଙ୍କ ଜନ୍ମଦିନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିଲା ଜବରଦସ୍ତ ଉପହାର

 ଏହାବି ପଢନ୍ତୁ : Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...

 ଏହାବି ପଢନ୍ତୁ : Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...