Pintu Nanda Passes Away: ଗଉରାକୁ ଝୁରି ହେଉଛି ପୁରା ରାଜ୍ୟ
Advertisement

Pintu Nanda Passes Away: ଗଉରାକୁ ଝୁରି ହେଉଛି ପୁରା ରାଜ୍ୟ

Pintu Nanda Passes Away : ପିଣ୍ଟୁ ବଡ଼ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ଟେଲିଫିଲ୍ମରୁ (tele film) ପିଣ୍ଟୁ ତାଙ୍କର କାରିଅର ଆରମ୍ଭ କରିଥିଲେ। ଏହା ସହିତ ସେ ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। 

Pintu Nanda Passes Away: ଗଉରାକୁ ଝୁରି ହେଉଛି ପୁରା ରାଜ୍ୟ

Pintu Nanda Passes Away : ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହୋଇ ପାରି ନଥିଲା। ତେବେ ଦୁଃଖଦ କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ପିଣ୍ଟୁ ବଡ଼ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ଟେଲିଫିଲ୍ମରୁ (tele film) ପିଣ୍ଟୁ ତାଙ୍କର କାରିଅର ଆରମ୍ଭ କରିଥିଲେ। ଏହା ସହିତ ସେ ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ମାତ୍ର ୧୭ ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ମାତ୍ର ୧୯୯୬ ମସିହାରେ ସେ ପ୍ରଥମ ଥର ପାଇଁ ବଡ଼ ପରଦାରେ ସୁଯୋଗ ପାଇଥିଲେ। ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ନଣ୍ଡା ଚରିତ୍ରରେ ଅଭିନୟ କରିଥିଲେ। ଯାହା ତାଙ୍କୁ ବେଶ ସଫଳତା ଆଣିଦେଇଥିଲା। ଏହି ସିନେମାରେ ସେ ନେଗେଟିଭ ରୋଲ ତୁଲାଇଥିଲେ। ତେବେ ତାଙ୍କର ଅଭିନୟ ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ଏହା ପରେ ସେ କେବେ ପଛକୁ ଫେରି ଚାହିଁନାହାନ୍ତି। 

ଓଲିଉଡ଼ ଜଗତରେ ବିଗତ ୨୫ ବର୍ଷରୁ ଅଧିକ ସମୟ ଧରି ବେଶ ସକ୍ରିୟ ରହିଥିଲେ। ୨୫ ବର୍ଷ ଭିତରେ ସେ ଲୋକମାନଙ୍କୁ ବେଶ ହିଟ ଫିଲ୍ମ ଦେଇସାରିଛନ୍ତି। ତାଙ୍କର ପ୍ରମୁଖ ହିଟ ଫିଲ୍ମ ମଧ୍ୟରେ ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ରହିଛି। ତାଙ୍କ ଅଭିନୀତ ଓଡ଼ିଆ ଆଲବମ୍ 'ଏ ଗଉରା' ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା। ଆଜି ବି ଲୋକମାନଙ୍କ ମଧ୍ୟରେ ଏହି ଓଡିଆ ହିଟ ଆଲବମଟି ବେଲ ଲୋକପ୍ରିୟ ହୋଇ ରହିଛି। ପିଣ୍ଟୁ ନନ୍ଦ ମଧ୍ୟ ଶୈଳେନ୍ଦ୍ର ପ୍ୟାରିଡାଙ୍କ କଥା ଦେଲି ମଥା ଛୁଇଁ (୨୦୧୭)ରେ ଅଭିନୟ କରିଥିଲେ। ଏଥିରେ ଅଭିଷେକ ରଥ ଓ ରିୟା ଦେ ପ୍ରମୁଖ ଅଛନ୍ତି। ତାଙ୍କର ଅନ୍ୟାନ୍ୟ ମୁଭି ମଧ୍ୟରେ ସାଥୀ ତୁ ଫେରି ଆ ଓ ମି ଟୁ ୟୁ ଅନ୍ତର୍ଭୁକ୍ତ ।

ପିଣ୍ଟୁ ନନ୍ଦ କେତେବେଳେ ନାୟକର ସାଥୀ ଭାବରେ ତ କେତେବେଳେ ଖଳନାୟକ ଆଉ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଂଜନ କରିଛନ୍ତି। ତାଙ୍କ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ସେ ଆଲବମ୍ ଏ ଗଉରାରୁ ଲୋକ ଲୋଚନକୁ ଆସିଥିଲେ । ତାଙ୍କର ଏହି ଆଲବମ ଏବେ ମଧ୍ୟ ସମସ୍ତଙ୍କର ପସନ୍ଦ। ଏହା ପରେ ସେ ସିନେମାରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନରେ ଘର କରିପାରିଥିଲେ। ତାଙ୍କର ନିଖୁଣ ଅଭିନୟ କେତେବେଳେ ଦର୍ଶକଙ୍କୁ କନ୍ଦାଉଥିଲା ଥିଲା ତ କେତେବେଳେ ହସାଉଥିଲା। ଏତେ କମ ବୟସରୁ ସେ ଏମିତି ପର କରି ଚାଲିଯିବେ କେହି କେବେ ଭାବି ପାରିନଥିଲେ।

ସେହିପରି ନବେ ଦଶକରେ ଛୋଟ ପରଦାରେ ପ୍ରସାରିତ ହେଉଥିବା ରାଣ୍ଡି ପୁଅ ଅନନ୍ତା ମଧ୍ୟ ବୋଶ ଲୋକପ୍ରିୟତା ସାଉଣ୍ଟି ଥିଲା। କାହାଣୀଟି ଅତ୍ୟନ୍ତ ଗାଉଁଲି ଲୋକର ଜୀବନୀ ଉପରେ ପର୍ଯ୍ୟବେସିତ ଥିଲା। ସେହି ସମୟରେ ଏହି ସିରୟଲଟି ବେଶ ଲୋକାଦୃତ ହୋଇଥିଲା। 

Also Read: ଅଭିନେତା ପିଣ୍ଟୁ ନନ୍ଦଙ୍କ ନିଧନ, ଓଡ଼ିଆ ସିନେ ଜଗତରେ ଶୋକର ଛାୟା

Also Read: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ଅତି ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର