Nayyara Noor passed away: ପରଲୋକରେ ନାୟ୍ୟାରା ନୂର; ଜାଣନ୍ତୁ, ପାକିସ୍ତାନୀ କୋକିଳକଣ୍ଠୀଙ୍କ ଭାରତ ଲିଙ୍କ୍
Advertisement
Article Detail0/zeeodisha/odisha1312422

Nayyara Noor passed away: ପରଲୋକରେ ନାୟ୍ୟାରା ନୂର; ଜାଣନ୍ତୁ, ପାକିସ୍ତାନୀ କୋକିଳକଣ୍ଠୀଙ୍କ ଭାରତ ଲିଙ୍କ୍

ନାୟ୍ୟାରା ନୂର କେବଳ ପାକିସ୍ତାନ ନୁହଁ ସମଗ୍ର ଦକ୍ଷିଣ ଏସିଆର ଜଣେ ଲୋକପ୍ରିୟ ତଥା ପ୍ରସିଦ୍ଧ କଣ୍ଠଶୀଳ୍ପି ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତ୍ୟୁ ବେଳକୁ ବୁଲବୁଲ-ଏ-ପାକିସ୍ତାନ ସମ୍ମାନୀତା କଣ୍ଠଶୀଳ୍ପି ନାୟ୍ୟାରାଙ୍କୁ ମାତ୍ର ୭୧ ବର୍ଷ ବୟସ ହୋଇଥିଲା।

ଡିଜାଇନ ଫଟୋ

Nayyara Noor passed away, ଇସଲାମାବାଦ୍: ରବିବାର ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ କଳାଦିବସ। ବୁଲବୁଲ-ଏ-ପାକିସ୍ତାନ ସମ୍ମାନୀତା କଣ୍ଠଶୀଳ୍ପି ନାୟ୍ୟାରା ନୂରଙ୍କ ଦେହାନ୍ତ ହୋଇଛି। ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ନାୟ୍ୟାରାଙ୍କ ଦେହାନ୍ତର ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ୍ସ ଓ ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି।

ନାୟ୍ୟାରା ନୂର କେବଳ ପାକିସ୍ତାନ ନୁହଁ ସମଗ୍ର ଦକ୍ଷିଣ ଏସିଆର ଜଣେ ଲୋକପ୍ରିୟ ତଥା ପ୍ରସିଦ୍ଧ କଣ୍ଠଶୀଳ୍ପି ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତ୍ୟୁ ବେଳକୁ ବୁଲବୁଲ-ଏ-ପାକିସ୍ତାନ ସମ୍ମାନୀତା କଣ୍ଠଶୀଳ୍ପି ନାୟ୍ୟାରାଙ୍କୁ ମାତ୍ର ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ। ଶନିବାର ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Also Read: ପ୍ରକୃତିଙ୍କ ନୂଆ ପାର୍ଟନରଙ୍କୁ ଦେଖି ଜଳୁଛନ୍ତି କି ବାବୁସାନ? ମୌନବ୍ରତ ଭାଙ୍ଗି କହିଲେ ଏହି କଥା

ପାକିସ୍ତାନୀ କୋକିଳକଣ୍ଠୀଙ୍କର ଭାରତୀୟ ଲିଙ୍କ ରହିଛି। ନାୟ୍ୟାରା ୧୯୫୦ ମସିହାରେ ଆସାମର ଗୌହାଟୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଜଣେ ବ୍ୟବସାୟୀ ଥିଲେ। ସେ ନିଜକ ବ୍ୟବସାୟ ବଢାଇବା ପାଇଁ ଅମୃତସରରୁ ଆସି ଗୌହାଟୀରେ ବସବାସ କରିଥିଲେ। ସେ ଅଲ ଇଣ୍ଡିଆ ମୁସଲିମ ଲିଗର ଜଣେ ସକ୍ରିୟ ସଦସ୍ୟ ଥିଲେ। ୧୯୪୭ ମସିହାରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସହ ନାୟ୍ୟାରାଙ୍କ ପିତା ସାକ୍ଷାତ କରିଥିଲେ। ଦେଶ ବିଭାଜନ ପରେ ନାୟ୍ୟାରା ତାଙ୍କ ମାଆ ଓ ଭାଇ ଭଉଣୀଙ୍କ ସହ ପାକିସ୍ତାନର ଲାହୋରରେ ରହିଲେ କିନ୍ତୁ ସମ୍ପତ୍ତିଗତ ସମସ୍ୟା ପାଇଁ ତାଙ୍କ ପିତା ୧୯୯୩ ପର୍ଯ୍ୟନ୍ତ ଆସାମରେ ରହିଲେ। 

ପିଲାଟିବେଳୁ ନାୟ୍ୟାରାଙ୍କୁ ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ସେ ଭଜନ ଗାୟିକା କାନନ ଦେବୀ ଓ ଗଜଲ ଗାୟିକା ବେଗମ ଅଖତାରଙ୍କୁ ଖୁବ ପସନ୍ଦ କରୁଥିଲେ। ନାୟ୍ୟାରା ସଙ୍ଗୀତ ଉପରେ କୌଣସି ଔପଚାରିକ ପ୍ରଶିକ୍ଷଣ ନେଇ ନାହାନ୍ତି। ସଙ୍ଗୀତ କ୍ଷେତ୍ରରେ ତାଙ୍କର ଏଣ୍ଟ୍ରୀ ଏକ ସଂଯୋଗ ଥିଲା। ୧୯୭୧ରେ ନାୟ୍ୟାରା ପ୍ରଥମ ଥର ପାକିସ୍ତାନୀ ଟେଲିଭିଜନରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ଏହାପରେ ସେ ୧୯୭୩ରେ ଘାରାନା ଓ ତାନସେନ ଭଳି ଫିଲ୍ମରୁ ପ୍ଲେବ୍ୟାକ୍ ସିଙ୍ଗର ଭାରେ ନିଜର ସଙ୍ଗୀତ କ୍ୟାରିୟର ଆସମ୍ଭ କରିଥିଲେ। 

Also Read: ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ପାକିସ୍ତାନୀ ଅଭିନେତ୍ରୀ କେତେ ଟଙ୍କା ଚାର୍ଜ କରନ୍ତି?

ନାୟ୍ୟାରାଙ୍କୁ ସାସ୍ତ୍ରୀୟ ସଙ୍ଗୀତ ପାଇଁ ତିନି ଥର ଗୋଲ୍ଡ ମେଡାଲ ମିଳିଛି। ଘରାନା ପାଇଁ ତାଙ୍କୁ ପାକିସ୍ତାନର ନିଗାର ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ତାଙ୍କ ପତି ଶେହାରୟାର ଜୈଦି ଓ ଦୁଇ ପୁଅ ଅଲି, ଜାଫରଙ୍କ ସହ ରହୁଥିଲେ।