Ollywood News: ଓଡ଼ିଆ ଚଳଚ୍ଚିତ୍ର 'ନିୟତି' ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ
Advertisement
Article Detail0/zeeodisha/odisha1765974

Ollywood News: ଓଡ଼ିଆ ଚଳଚ୍ଚିତ୍ର 'ନିୟତି' ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

Ollywood News: ନୂଆ ଓଡ଼ିଆ ସିନେମା ନିୟତିର ଟ୍ରେଲର ଓ ଅଡିଓ ରିଲିଜ୍ ହୋଇଛି । ଉତ୍ସବରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଛନ୍ତି

Ollywood News: ଓଡ଼ିଆ ଚଳଚ୍ଚିତ୍ର 'ନିୟତି' ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

Ollywood News: ନିଜ ଦମଦାର ଅଭିନୟରେ ଲୋକଙ୍କ ହୃଦୟ ଜିତିବା ପରେ ବର୍ତ୍ତମାନ ଭିନ୍ନ ଏକ ଭୂମିକାରେ ଆପଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି ଅଭିନେତା ସମରେଶ ରାଉତରାୟ । କେବଳ ଅଭିନୟ ନୁହେଁ ଲୋକଙ୍କୁ କିପରି ଭଲ ସ୍ୱାଦର ସିନେମା ଭେଟି ଦେଇ ହେବ ସେନେଇ ଅନବରତ ଭାବରେ ଚେଷ୍ଟା ଜାରି ରଖିଛନ୍ତି ଓଲିଉଡର ଏହି ଅଭିନେତା (ୋମୂଦୀ) । ଏସ ଥ୍ରୀ ମୁଭିଜ (S 3 Movies) ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ନିୟତି" (Niyati) ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ (Release) କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ (Audio and video release) ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ (Actor samaresh routray), ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ (Akash das Nayak) ପ୍ରମୁଖ ଉପସ୍ଥିତ ଥିଲେ l 

ଓଡ଼ିଆ ଚଳଚ୍ଚିତ୍ର "ନିୟତି" ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ -  ଅକ୍ଷୟ କୁମାର ନାୟକ, ସମ୍ପାଦନା -  କେଡ଼ି ସିପୁନ, ଡି.ଆଇ - ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ (Production Design) ରେ ଜେନା ବ୍ରଦର୍ସ ରହିଛନ୍ତି l ଚଳଚ୍ଚିତ୍ର "ନିୟତି" ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି (Actress Dibya mohanty) ଏବଂ ଆଗ ଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି l ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ (pupul bhuyan), ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି l ଅନୁରାଗ ପଟ୍ଟନାୟକ (Anurag patnaik)ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନାରେ ବଲିଉଡ ତଥା ଓଲିଉଡ଼ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି (singer rituraj mohanty), ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ (Antara chakraborty), ଗୀତ୍, ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି l ସିନେମାର ଗୀତ ଗୁଡିକୁ ଗୀତିକାର ସୁନ୍ଦର ଭାବରେ ଲେଖିଥିବା କଥା କଣ୍ଠଶିଳ୍ପୀ କହିଛନ୍ତି । ସିନେମାର ସବୁ ଗୀତ ଆପଣଙ୍କ ହୃଦୟକୁ ଛୁଇଁବ ବୋଲି ଟିମ୍ ଆଶା ରଖିଛି ।

କରୋନା କଟକଣା ପରଠୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନଃରୁଦ୍ଧାର ହୋଇଛି । ଗୋଟିଏ ପରେ ଗୋଟେ ସିନେମା ରିଲିଜ୍ ହେବା ସହ ଲୋକେ ମଧ୍ୟ ଅନେକ ସିନେମାକୁ ପସନ୍ଦ କରିଛନ୍ତି । ଦମନ, ପ୍ରତୀକ୍ଷା ପରି ସିନେମା ରାଜ୍ୟ ବାହାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେବେ ଏହି ନୂଆ ଚଳଚ୍ଚିତ୍ର ନିୟତିର କାହାଣୀ ଓଡ଼ିଆ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଭେଟି ଦେବ l ଚଳଚ୍ଚିତ୍ରର ଶୀର୍ଷକରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ମୌଳିକ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ପୁରା ଟିମ୍ ଏହି ସିନେମାକୁ ସୁନ୍ଦର କରି ଗଢି ତୋଳିବା ପାଇଁ ଖୁବ୍ ଅଧିକ ପରିଶ୍ରମ କରିଛନ୍ତି । ଚଳଚ୍ଚିତ୍ର "ନିୟତି"କୁ ଓଡିଆ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ମତ ପ୍ରକାଶ କରିଛନ୍ତି l

Also read- Chhattisgarh: ମନସ୍କାମନ ପୂରଣ ପାଇଁ ବଳି ଦେଇଥିଲେ ଛେଳି; ଖାଇବା ବେଳେ ଚାଲିଗଲା ଜୀବନ