Ollywood Actress Prakruti Mishra : ବୋଲ୍ଡ ଅନ୍ଦାଜରେ ପ୍ରକୃତି, ସୋସିଆଲ ମିଡିଆରେ ଲଗାଇଲା ନିଆଁ
Advertisement
Article Detail0/zeeodisha/odisha1406517

Ollywood Actress Prakruti Mishra : ବୋଲ୍ଡ ଅନ୍ଦାଜରେ ପ୍ରକୃତି, ସୋସିଆଲ ମିଡିଆରେ ଲଗାଇଲା ନିଆଁ

Ollywood Actress Prakruti Mishra: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର( Prakruti Mishra ) । ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ଏବେ ବଲିଉଡରେ ମଧ୍ୟ ଏଣ୍ଟି ମାରି ସାରିଛନ୍ତି । ପ୍ରକୃତି ମିଶ୍ର ଓଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Ollywood Actress Prakruti Mishra: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର( Prakruti Mishra ) । ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ଏବେ ବଲିଉଡରେ ମଧ୍ୟ ଏଣ୍ଟି ମାରି ସାରିଛନ୍ତି । ପ୍ରକୃତି ମିଶ୍ର ଓଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।ଗତ କିଛି ଦିନ ତଳେ ସେ ବିଗବସ୍ ୧୬ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ସେଥିରୁ ସେ ବାଦ ପଡିଛନ୍ତି । ପ୍ରକୃତି ସୋସିଆଲ ମିଡିଆରେ ବେଶ ଆକ୍ଟିଭ , ଅନେକ ସମୟରେ ସେ ନିଜର କିଛି ଫଟୋ କି ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥାନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସ କାଫି ପସନ୍ଦ ମଧ୍ୟ କରନ୍ତି । ଏବେ ପ୍ରକୃତି ନିଜ ଇନଷ୍ଚାରେ ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ ହଟ୍ ଦିଶୁଛନ୍ତି। ଏକ ବ୍ଲାକ କର୍ଲର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ମଧ୍ୟ ଏହି ଫଟୋରେ ଏକ କ୍ୟାପସନ ଲେଖିଛନ୍ତି ।

ଯଦି ଆମେ ପ୍ରକୃତିଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା ,ତେବେ ପ୍ରକୃତିଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗାମୀ ଦିନରେ ପ୍ରକୃତିଙ୍କୁ ଓଡିଆ ଫିଲ୍ମ 'ଦ୍ରୌପଦୀ'ରେ ଦେଖିବାକୁ ମିଳିବ । ଏହାସହ ତାଙ୍କୁ ବଲିଉଡରେ ମଧ୍ୟ ଏକ ଫିଲ୍ମରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ମିଜାନ ଜାଫରି(Meezan Jaffrey) ଙ୍କ ସହ ରୋମାନ୍ସ କରିବେ । ଏହି ଫିଲ୍ମରେ ନାନା ପାଟେକର ମଧ୍ୟ ରହିଛନ୍ତି । 

 

 

 
 
 
 

 
 
 
 
 
 
 
 
 
 
 

A post shared by Prakruti Mishra (@prakrutimishra)

ଗତ କିଛିଦିନ ତଳେ, ଓଲିଉଡ ଅଭିନେତା ବାବୁଶାନ୍ , ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ତୃପ୍ତି ଶତପଥି ବାବୁଶାନ ଓ ପ୍ରକୃତିଙ୍କୁ ଏକ ଗାଡିରେ ଥିବା ଦେଖି ପ୍ରକୃତିଙ୍କୁ ଟଣାଘୋଷଣା କରିଥିଲେ । ଏନେଇ ମାମଲା ଥାନାରେ ମଧ୍ୟ ପହଞ୍ଚି ଥିଲା। ପ୍ରକୃତିଙ୍କ ପରିବାର ପକ୍ଷରୁ ମଧ୍ୟ ବାବୁଶାନଙ୍କ ପତ୍ନୀ ଓ ଶ୍ବଶୁରଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିଲା। ଏହି ହାଇଡ୍ରାମା କଳି ଘରକଣରୁ ଆସି  ରାଜରାସ୍ତାରେ ପଡିଥିଲା। ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ ତୃପ୍ତି।  

ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ତୁଳସୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି । ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ସୁନୀଲ କୁମାର ଏବଂ ଅନୁ ଚୌଧୁରୀଙ୍କ ସହ ହରି ଭାଇ ହାରେନାରେ ଶିଶୁ କଳାକାର ଭାବେ ଅଭିନୟ ମଧ୍ୟ କରିଥିଲେ। ଏହାସହ ଶାଶୁଘର ଚାଲିଯିବି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିବା ସହ ସବ୍ୟସାଚୀ ମିଶ୍ରଙ୍କ ସହ ପାଗଳ କରିଛି ପାଉଁଜି ତୋର ଏବଂ ସାତସୂରେ ବନ୍ଧା ଏ ଜୀବନରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ ।  ଥୁକୁଲ ଚଳଚ୍ଚିତ୍ରରେ ବାବୁଶାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କ ସହ ପାର୍ଶ୍ୱ ନାୟିକା ଥିଲେ । ୨୦୧୨ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓଁ ସାଇରାମରେ ସବ୍ୟସାଚୀ ମିଶ୍ର,କୋଏଲ ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟରେ ପ୍ରଥମ କରି ମୁଖ୍ୟ ନାୟିକା ଭୂମିକାରେ ଥିଲେ । ପରେ ଏସିପି ସାଗରିକାରେ ଅର୍ଚ୍ଚିତା ସାହୁଙ୍କ ସହ ନୂଆ ମୁହଁ ଅଭିଷେକ ରଥଙ୍କ ସହ ଦେଖା ଦେଇଥିଲେ । ୨୦୧୩ରେ ପ୍ରେମିକା ଚଳଚ୍ଚିତ୍ରରେ ବୁଲୁଙ୍କ ସହ ମୁଖ୍ୟ ଭୂମିକା ଏବଂ କାଉଁରୀ କନ୍ୟାରେ ଭୂତ ଅଭିନୟ କରିଥିଲେ।  ଯାହା ଓଡ଼ିଶାର ପ୍ରଥମ ଥ୍ରୀଡି 3D ଚଳଚ୍ଚିତ୍ର ଥିଲା ।