Pintu Nanda Health Update: ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଅଭିମୁଖେ ଅଭିନେତା ପିଣ୍ଟୁ ନନ୍ଦ
Advertisement

Pintu Nanda Health Update: ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଅଭିମୁଖେ ଅଭିନେତା ପିଣ୍ଟୁ ନନ୍ଦ

Actor Pintu Nanda: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (ollywood actor pintu nanda )। ଦିର୍ଘ ଦିନ ଧରି ସେ ଲିଭର ସିରୋସିସ୍‌ ରୋଗ(Liver Cirrhosis) ରେ ଗୁରୁତର ଅଛନ୍ତି । ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯିବ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଦିଲ୍ଲୀ (new delhi)ର ଆଇଏଲବିଏସ ହସ୍ପିଟାଲ(ILVS)ରେ ଭର୍ତ୍ତି କରାଯିବ ।

ସୌଜନ୍ୟ- ସୋସିଆଲ ମିଡିଆ

Actor Pintu Nanda: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (ollywood actor pintu nanda )। ଦିର୍ଘ ଦିନ ଧରି ସେ ଲିଭର ସିରୋସିସ୍‌ ରୋଗ(Liver Cirrhosis) ରେ ଗୁରୁତର ଅଛନ୍ତି । ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯିବ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଦିଲ୍ଲୀ (new delhi)ର ଆଇଏଲବିଏସ ହସ୍ପିଟାଲ(ILVS)ରେ ଭର୍ତ୍ତି କରାଯିବ । ସେଠାରେ ତାଙ୍କର ଅପରେସନ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଡୋନର ସ୍ଥିର ହୋଇଛନ୍ତି । ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ବି ଆଗେଇ ଆସିଛି । ଏବଂ ତାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

ସୂଚନା ଅନୁସାରେ,ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଆବଶ୍ୟକ। ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ଶ୍ରୀତମ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା’ ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ ବୋଲି ସୂଚନା ମିଳିଛି ।

Also Read : Pintu Nanda: ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଏହି ଘାତକ ରୋଗରେ ଅଛନ୍ତି ପୀଡ଼ିତ

Also Read : Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’

ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ,ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି। ପିଣ୍ଟୁ ନନ୍ଦ ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା'ଦର୍ଶକଙ୍କ ମନକୁ ଛୁଇଁଥିଲା। 

ତାଙ୍କ ଅଭିନୀତ କେତେକ ସିନେମା ହେଲା 'ଜୟ ଜଗନ୍ନାଥ', 'ବାହୁଡିବେ ମୋ ଜଗା ବଳିଆ', 'ଆଇ ଲଭ ମାଇଁ ଇଣ୍ତିଆ',' ସାଥୀରେ', 'ପ୍ରେମ ପାଇଁ ମହାଭାରତ', 'କଥାଦେଲି ମଥା ଛୁଇଁ', 'ଦୋସ୍ତି','ପ୍ରେମ ଋତୁ ଆସିଲାରେ','ହାତଧରି ଚାଲୁଥା','ରଙ୍ଗ ନମ୍ବର'ଏବଂ 'ଲଭ ଏକ୍ସପ୍ରେସ' ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ସେ ୧୯୯୬ରେ 'କୋଇଲି 'କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର,ସଂଗ୍ରାମ ବିଶ୍ବାଳ,ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି।