Actor Pintu Nanda: ମୃତ୍ୟୁ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଦିଲ୍ଲୀରେ ମିଳିଲେନି ଡୋନର
Advertisement
Article Detail0/zeeodisha/odisha1585947

Actor Pintu Nanda: ମୃତ୍ୟୁ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଦିଲ୍ଲୀରେ ମିଳିଲେନି ଡୋନର

Actor Pintu Nanda: ଓଲିଉଡ଼ ଅଭିନେତା ପିଣ୍ଟ ନନ୍ଦ(Ollywood Actor Pintu Nanda)। ଦିର୍ଘ ଦିନ ଧରି ଲିଭର୍ ସିରୋସିସ୍‌ରେ (liver cirrhosis)ପୀଡ଼ିତ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ଗତ ଫେବୃଆରୀ ୭ ତାରିଖରେ ସେ ଦିଲ୍ଲୀ ଯାଇଥିଲେ। ଏବଂ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ହେଲେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର(Hyderabad) ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

ସୌଜନ୍ୟ- ସୋସିଆଲ ମିଡିଆ

Actor Pintu Nanda: ଓଲିଉଡ଼ ଅଭିନେତା ପିଣ୍ଟ ନନ୍ଦ(Ollywood Actor Pintu Nanda)। ଦିର୍ଘ ଦିନ ଧରି ଲିଭର୍ ସିରୋସିସ୍‌ରେ (liver cirrhosis)ପୀଡ଼ିତ ଅଛନ୍ତି ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ସେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ  । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ଗତ ଫେବୃଆରୀ ୭ ତାରିଖରେ ସେ ଦିଲ୍ଲୀ ଯାଇଥିଲେ। ଏବଂ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ହେଲେ  ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର(Hyderabad) ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି। 

ପିଣ୍ଟୁ ନନ୍ଦ (Ollywood Actor Pintu Nanda)ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ,କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ,ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି। ପିଣ୍ଟୁ ନନ୍ଦ (Pintu Nanda)ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା'ଦର୍ଶକଙ୍କ ମନକୁ ଛୁଇଁଥିଲା। 

ଏହାବି ପଢନ୍ତୁ : Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

ଏହାବି ପଢନ୍ତୁ : Rajashree Mallick: ମାନବିକତାର ପରିଚୟ ଦେଲେ ସାଂସଦ, ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର‌ ରାଜଶ୍ରୀ ମଲ୍ଲିକ

ତାଙ୍କ ଅଭିନୀତ କେତେକ ସିନେମା ହେଲା 'ଜୟ ଜଗନ୍ନାଥ', 'ବାହୁଡିବେ ମୋ ଜଗା ବଳିଆ', 'ଆଇ ଲଭ ମାଇଁ ଇଣ୍ତିଆ',' ସାଥୀରେ', 'ପ୍ରେମ ପାଇଁ ମହାଭାରତ', 'କଥାଦେଲି ମଥା ଛୁଇଁ', 'ଦୋସ୍ତି','ପ୍ରେମ ଋତୁ ଆସିଲାରେ','ହାତଧରି ଚାଲୁଥା','ରଙ୍ଗ ନମ୍ବର'ଏବଂ 'ଲଭ ଏକ୍ସପ୍ରେସ' ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ସେ ୧୯୯୬ରେ 'କୋଇଲି 'କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର,ସଂଗ୍ରାମ ବିଶ୍ବାଳ,ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି।

ଏହାବି ପଢନ୍ତୁ : Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ