Jay Hind First Look: ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ
Advertisement

Jay Hind First Look: ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

ଜୟ ହିନ୍ଦ୍ ଚଳଚ୍ଚିତ୍ରର ସେକେଣ୍ଡ ଲୁକ୍ ଉନ୍ମୋଚନ ବେଳେ ମୁଖ୍ୟ ନାୟକ ନାୟିକାଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ର ମୁଖ୍ୟ ଦାୟିତ୍ୱ ରେ ଭରତ ପ୍ରଧାନ ରହିଛନ୍ତି।

Jay Hind First Look: ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

Jay Hind First Look: ଭୁବନେଶ୍ୱର: ଶୁଭଶ୍ରୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜୟ ହିନ୍ଦ୍" ର ଫାଷ୍ଟ ଲୁକ୍ ଉନ୍ମୋଚନ ହୋଇଯାଇଛି। ଏହି ଫାଷ୍ଟ ଲୁକ୍ ଉତ୍ସବରେ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇଥିଲେ। ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ସହ ପ୍ରଯୋଜକ ଦେବୀ ପ୍ରସାଦ ମଙ୍ଗରାଜ ଓ ମିନାକ୍ଷୀ ମିଶ୍ର ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପୃଥ୍ଵୀରାଜ ପଟ୍ଟନାୟକ। ସଂଳାପ ଲେଖିଛନ୍ତି ଅମିତ କୁମାର ଦାସ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏମ କେ ମୁକେଶ। ସମ୍ପାଦନା ଦାୟିତ୍ୱରେ ମାନସ କୁମାର ସାହୁ, ସାଉଣ୍ଡ ଡିଜାଇନର ଅଭିଷେକ ତ୍ରିପାଠୀ ଏବଂ ପ୍ରଚ୍ଛଦପଟ ମ୍ୟୁଜିକ ରେ ନବ୍ସ ଏବଂ ସରୋଜ ଅଛନ୍ତି। ତପୁ ତୋଫାନ ପବ୍ଲିସିଟି କ୍ରିଏଟିଭ ରେ "ଦ ଏମ ଫାକ୍ଟର" ଅଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପ୍ରଯୋଜନା ସଂସ୍ଥା ତରଫରୁ ଦୁଇଟି ସୁଟିଂ ଭ୍ୟାନ ଲଞ୍ଚ କରାଯାଇଛି। ଯାହାର ନାଁ ଶୁଭଶ୍ରୀ ଫିଲ୍ମସ ଭ୍ୟାନୀଟି ଭ୍ୟାନ୍ ରଖାଯାଇଛି।

ଓଡିଶାର ବିଭିନ୍ନ ସ୍ଥାନରେ ସୁଟିଂ ହେବା ସହିତ ଦିଲ୍ଲୀ ଏବଂ କାଶ୍ମୀରରେ ମଧ୍ୟ ଚଳଚ୍ଚିତ୍ର ଜୟ ହିନ୍ଦ୍ ସୁଟିଂ ହୋଇଛି। ଜୟ ହିନ୍ଦ୍ ଚଳଚ୍ଚିତ୍ରର ସେକେଣ୍ଡ ଲୁକ୍ ଉନ୍ମୋଚନ ବେଳେ ମୁଖ୍ୟ ନାୟକ ନାୟିକାଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ର ମୁଖ୍ୟ ଦାୟିତ୍ୱ ରେ ଭରତ ପ୍ରଧାନ ରହିଛନ୍ତି।