Nayanthara Vignesh Shivan Surrogacy Row : ଏବେ ନୁହେଁ ୬ ବର୍ଷ ତଳୁ ସରିଥିଲା ସବୁ ପ୍ଲାନିଂ, ପିଲାଜନ୍ମ ପାଇଁ ନେଇଥିଲେ ବଡ଼ ପଦକ୍ଷେପ
Advertisement

Nayanthara Vignesh Shivan Surrogacy Row : ଏବେ ନୁହେଁ ୬ ବର୍ଷ ତଳୁ ସରିଥିଲା ସବୁ ପ୍ଲାନିଂ, ପିଲାଜନ୍ମ ପାଇଁ ନେଇଥିଲେ ବଡ଼ ପଦକ୍ଷେପ

Nayanthara and Vignesh Shivan News : ସାଉଥ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପୁର ହେଉଛନ୍ତି ନୟନତାରା ଓ ବିଘ୍ନେଶ ଶିବନ। ଗତ କିଛି ଦନ ତଳେ ଏମାନେ ପିତାମାତା ହୋଇଛନ୍ତି । ନୟନତାରା ଜାଆଁଳା ଶୁଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Nayanthara and Vignesh Shivan News : ସାଉଥ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପୁର ହେଉଛନ୍ତି ନୟନତାରା ଓ ବିଘ୍ନେଶ ଶିବନ।  ଗତ କିଛି ଦନ  ତଳେ ଏମାନେ ପିତାମାତା ହୋଇଛନ୍ତି । ନୟନତାରା ଜାଆଁଳା ଶୁଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ହେଲେ ଏହି ଦମ୍ପତି ପିତାମାତା ହେବା ପରେ ଚର୍ଚ୍ଚ ଜୋର ଧରିଛି। ନୟନତାରା କୁଆଡେ ସରୋଗେସି ମାଧ୍ୟମରେ ମାଆ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହାକୁ ନେଇ ତାଙ୍କ ପ୍ରଂଶସକମାନେ ଏହି ଦମ୍ପତିଙ୍କୁ ଟ୍ରୋଲ କରୁଛନ୍ତି । ସରୋଗେସି ମାଧ୍ୟମରେ ନୟନ୍ତରା ଏବଂ ବିଗ୍ନେଶ ପିତାମାତା ହୋଇଥିବାରୁ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ସଜବାଜ ହୋଇଥିଲେ। ହେଲେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ଏହି ଘଟଣାରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଶିଶୁ ଜନ୍ମ ବିଷୟରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ଏହି ଦମ୍ପତିଙ୍କୁ ସ୍ପଷ୍ଟ କରିବାକୁ ଦାବି କରାଯାଇଥିଲା। ଖବର ଅନୁଯାୟୀ, ନୟନତାରା ଏବଂ ବିଗ୍ନେଶ ସରକାରଙ୍କୁ ଆଫିଡେଭିଟ୍ ଦାଖଲ କରିଛନ୍ତି। ଏହି ଆଫିଡେଭିଟ୍‌ରେ ସେମାନଙ୍କ ବିବାହର ସତ୍ୟତା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ନୟନତାରା ଏବଂ ବିଗ୍ନେଶ ଶିବନ ୬ବର୍ଷ ପୂର୍ବରୁ ବିବାହ ପଞ୍ଜିକରଣ କରିଥିଲେ। ପ୍ରମାଣପତ୍ରରେ ଏହି ଦମ୍ପତି ବିବାହ କାଗଜପତ୍ର ଦାଖଲ କରିଛନ୍ତି। 

ଗତ ୪ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସାଉଥ ଅଭିନେତ୍ରୀ ନୟନତାରା ଓ ବିଘ୍ନେଶ ଶିବନ । ହେଲେ ଏ କପୁଲ ଗତକିଛିଦିନ ତଳେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଇଥିଲେ ।  ଏନେଇ ବିଘ୍ନେଶ ନିଜ ଇନଷ୍ଟା ହ୍ୟାଣ୍ତେଲରେ ସେ, ତାଙ୍କ ପତ୍ନୀ ନୟନତାରା ସହିତ ନିଜ ଟୁଇନ୍ସ ଙ୍କର ଏକ ପାଦର ଫଟୋ ସେୟାର କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ, ନୟନତାରା ଓ ବିଘ୍ନେଶ  ଜାଆଁଳା ଛୁଆଙ୍କ ପାଦକୁ ଖୁସିରେ ଚୁମ୍ବନ ଦେଉଛନ୍ତି। ବିଘ୍ନେଶ ସେହି ଫଟୋ କ୍ୟାପସନରେ ଲେଖିଛନ୍ତି । " ନୟନତାରା ଓ ମୁଁ ଆମ୍ମା ଓ ଆପ୍ପା ହୋଇଗଲୁ, ଉଭୟ ଭଗବାନଙ୍କ ଆର୍ଶିବାଦରୁ ଜାଆଁଳା ଶିଶୁପୁତ୍ର ପିତାମାତା ହୋଇଛୁ ।  ଆମର ଅନେକ ପ୍ରାର୍ଥନା ଓ ଆମର ପୂର୍ବଜଙ୍କ ଆଶୀର୍ବାଦ ରୂପରେ ଆମକୁ ଦୁଇଟି ସନ୍ତାନ ମିଳିଛି । ଆପଣମାନେ ଈଶ୍ୱରଙ୍କର ଏହି ଉପହାରକୁ ଆଶୀର୍ବାଦ କରନ୍ତୁ । ଯେଉଁଥିରେ ତାଙ୍କ ଫ୍ୟାନ୍ସଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । କେବଳ ଟୁଇଟରରେ ନୁହେଁ,  ଇନଷ୍ଟାରେ ମଧ୍ୟ ସେ ନିଜର ଜାଆଁଳା ଶିଶୁପୁତ୍ରଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ମଧ୍ୟ ତାଙ୍କ ଢେରସାରା ବଧେଇ ଜଣାଇଛନ୍ତି ଫ୍ୟାନ୍ସ । 

ଏହାବି ପଢନ୍ତୁ : Hijab Row In Iran: ଚୁଟି କାଟି ସମର୍ଥନ ଜଣାଇଲେ ଉର୍ବଶୀ ରୌତେଲା

ନୟନତାରା ଓ ବିଗ୍ନେଶଙ୍କ ପ୍ରେମ ଫିଲ୍ମ ଇଣ୍ତଷ୍ଟ୍ରିରୁ ଆରମ୍ଭ ହୋଇଥିଲା । ଦିର୍ଘ ଦିନ ପରପ୍ପରକୁ ଡେଟ କରିବା ପରେ ମାର୍ଚ୍ଚ ୨୫, ୨୦୨୧ରେ ଏନଗେଜମେଣ୍ଟ ହୋଇଥିଲା । ପରେ ୨୦୨୨ରେ ଜୁନ୍ ୯ରେ ବିଘ୍ନେଶ ନୟନତାରାଙ୍କୁ ସାତ ଜନ୍ମର ସାଥି କରିଥିଲେ। ଯଦି ଆମେ ନୟନତାରାଙ୍କ କାମର କଥା କହିବା , ତେବେ, ଜଓ୍ବାନରେ ତାଙ୍କୁ କିଙ୍ଗଖାନଙ୍କ ସହ ଦେଖିବାକୁ ମିଳିବ । ନୟନତାରା ଶାହରୁଖ ଖାନଙ୍କ କୋ-ଷ୍ଟାର ଭୂମିକାରେ ଅଭିନୟ କରିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏନେଇ ଶାହାରୁକ୍ ନିଜ ଇନଷ୍ଟାରେ 'ଜୱାନ' ନେଇ କିଛି ପୋଷ୍ଟ କରିଥିଲେ । ସେ ଏଥିରେ ନୟନତାରାଙ୍କ ବିଷୟରେ କିଛି ଲେଖିଛନ୍ତି ।