Prabhas: ପ୍ରଭାସଙ୍କ ଜନ୍ମଦିନରେ ବଡ ଉପହାର ଦେଲେ 'ସାଲାର' ନିର୍ମାତା, ଜାଣନ୍ତୁ କଣ
Advertisement

Prabhas: ପ୍ରଭାସଙ୍କ ଜନ୍ମଦିନରେ ବଡ ଉପହାର ଦେଲେ 'ସାଲାର' ନିର୍ମାତା, ଜାଣନ୍ତୁ କଣ

Prabhas: ସାଉଥ ସୁପରଷ୍ଟାର ପ୍ରଭାସ (South Super Star Prabhas) । ଗତକାଲି ଅର୍ଥାତ ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମଦିନ ଥିଲା । ଅଭିନେତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଫିଲ୍ମ ମେକର ସମସ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କିଛି ଫିଲ୍ମ ନିର୍ମାତା ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦେଇଛନ୍ତି ।

Prabhas: ପ୍ରଭାସଙ୍କ ଜନ୍ମଦିନରେ ବଡ ଉପହାର ଦେଲେ 'ସାଲାର' ନିର୍ମାତା, ଜାଣନ୍ତୁ କଣ

Prabhas: ସାଉଥ ସୁପରଷ୍ଟାର ପ୍ରଭାସ (South Super Star Prabhas) । ଗତକାଲି ଅର୍ଥାତ ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମଦିନ ଥିଲା । ଅଭିନେତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଫିଲ୍ମ ମେକର ସମସ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କିଛି ଫିଲ୍ମ ନିର୍ମାତା ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦେଇଛନ୍ତି । ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ ନିର୍ମାତା ପ୍ରଭାସଙ୍କ ଜନ୍ମଦିନ ଅବସରରେ 'ଆଦିପୁରଷ'ର ନୂଆ ପୋଷ୍ଟର ରିଲିଜ୍ କରିଥିଲେ । ସେହିପରି ତାଙ୍କ ଜନ୍ମଦିନ ଅବସରରେ ବାହୁବଳୀଙ୍କୁ ଏକ ଉପହାର ଦେଇଛନ୍ତି 'ସାଲାର' ନିର୍ମାତା । ପ୍ରଭାସଙ୍କ ଆଗାମୀ ଫିଲ୍ମ 'ସାଲାର'ରେ ତାଙ୍କ ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି ନିର୍ମାତା । ଫିଲ୍ମର ତାଙ୍କର ଫାଷ୍ଟଲୁକ୍ ଜବରଦସ୍ତ ରହିଛି । ଆକ୍ସନ ହିରୋ ଭୂମିକାରେ ସେ ଛିଡା ହୋଇଥିବା ଦେଖିବାକୁ ମିଳିଛି । 

କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଡବଲ୍ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଶ୍ରୁତି ହାସନ ପ୍ରଭାସଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ।   ଫିଲ୍ମଟି ସାରା ଭାରତରେ ୫ଭାଷାରେ ରିଲିଜ୍ ହେବ । 'ସାଲାର' (Salaar) ଏକ ଆକ୍ସନ୍-ଥ୍ରୀଲର ମୁଭି( action thriller film) । ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାରକାଷ୍ଚ ।  ଏହି ଫିଲ୍ମର ଲିଡ ରୋଲରେ ନଜର ଆସିବେ ପ୍ରୀତିରାଜ ସୁକୁମାରନ୍, ପ୍ରଭାସ, ଶ୍ରୁତି ହାସନ, ଜଗପତି ବାବୁ,ଏସୱାରୀ ରାଓ, ଶ୍ରୀୟା ରେଡ୍ଡୀ। କୁହାଯାଉଛି ୨୦୨୩ରେ ସବୁ ଫିଲ୍ମକୁ ମାତ୍‌ ଦେବା ସହ ଏହା ବ୍ଲକବଷ୍ଟର ହେବ ।

 

ଏହାବି ପଢନ୍ତୁ :Urfi Javed : ସୀମା ଟପିଗଲେ ଉର୍ଫି,ପୁଣି ହେଲେ ଟପଲେସ

ଏହାବି ପଢନ୍ତୁ :Actress Anushka Sharma: ଅନୁଷ୍କା ଖାଇଲେ କୋଲକାତାର ଏହି ଫେମସ୍ ଫୁଡ୍, ଆଉ କହିଲେ....

 ଯଦି ଆମେ ପ୍ରଭାସଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା , ତେବେ ତାଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି । ଆଗକୁ ତାଙ୍କର ଫିଲ୍ମ 'ଆଦିପୁରଷ' ମଧ୍ୟ ଆସୁଛି ।ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'( Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ଏଥିରେ ରାମ ଭୂମିକାରେ ସାଉଥ୍‌ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍‌ ଅଲ୍ଲି ଖାନ୍‌, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ଫିଲ୍ମର ଟ୍ରେଲରକୁ ନେଇ ଅନେକ ଟ୍ରୋଲ୍‌ କରାଯାଉଛି। କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍‌କୁ ମଧ୍ୟ ପସନ୍ଦ କରୁନାହାନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ । ଏ ଫିଲ୍ମଟି କେତେ ଲୋକଙ୍କ ହୃଦୟକୁ ଛୁଇଁଛି ।