୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ
Advertisement

୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ

Lalit Modi-Sushmita Sen Breakup: ଲଲିତଙ୍କ ଏହି ଘୋଷଣା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ସୁସ୍ମିତା ସେନଙ୍କୁ ଟ୍ରୋଲ କରାଯାଇଥିଲା ଓ ଲଲିତ ମୋଦିଙ୍କୁ ମଧ୍ୟ ପରିହାସ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଲଲିତ ଓ ସୁସ୍ମିତାଙ୍କ ମଧ୍ୟରେ କିଛି ଭଲରେ ଚାଲିନାହିଁ ।

୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: Lalit Modi-Sushmita Sen Breakup: ବିଗତ ଦିନରେ ବଲିଉଡ ଅଭିନେତ୍ରୀ (Bollywood Actress) ସୁସ୍ମିତା ସେନ (Sushmita Sen) ଓ ଆଇପିଏଲ ପ୍ରତିଷ୍ଠାତା (IPL Founder) ଲଲିତ ମୋଦି (Lalit Modi) ଙ୍କ ପ୍ରେମ କାହାଣୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ମଧ୍ୟରେ ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜୁଲାଇ ୧୫ରେ ଲଲିତ ମୋଦି ତାଙ୍କ ଅଫିସିଆଲ ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଥିଲେ ଯେ ସେ ଓ ସୁସ୍ମିତା ପରସ୍ପରକୁ ଡେଟ୍ କରୁଛନ୍ତି । ଲଲିତଙ୍କ ଏହି ଘୋଷଣା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ସୁସ୍ମିତା ସେନଙ୍କୁ ଟ୍ରୋଲ କରାଯାଇଥିଲା ଓ ଲଲିତ ମୋଦିଙ୍କୁ ମଧ୍ୟ ପରିହାସ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଲଲିତ ଓ ସୁସ୍ମିତାଙ୍କ ମଧ୍ୟରେ କିଛି ଭଲରେ ଚାଲିନାହିଁ । ଆମେ କାହିଁକି ଏହା କହୁଛୁ ତାହା ମଧ୍ୟ ଆପଣଙ୍କୁ କହିବାକୁ ଯାଉଛି ।

https://www.instagram.com/p/CgF1-KQteG6/?utm_source=ig_web_copy_link

ପ୍ରକୃତରେ, ନିଜ ରିଲେଶନଶିପ୍ ଘୋଷଣା ସହିତ ଲଲିତ ମୋଦି ସୁସ୍ମିତା ସେନଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଡିପି ରଖିଥିଲେ । ତାଙ୍କ ବାୟୋରେ ସୁସ୍ମିତାଙ୍କ ପ୍ରତି ପ୍ରେମ ବ୍ୟକ୍ତ କରି ସେ ପାର୍ଟନର ୱିଦ୍ କ୍ରାଇମ୍ କହିଥଲେ, କିନ୍ତୁ ବର୍ତ୍ତମାନ ୨ ମାସ ମଧ୍ୟରେ ଲଲିତ ମୋଦି ତାଙ୍କର ଓ ସୁସ୍ମିତାଙ୍କ ଡିପିକୁ ନିଜ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି ଏବଂ ନିଜର ଏକ ଫଟୋ ଡିପିରେ ରଖିଛନ୍ତି ଯାହା ଉପରେ 'ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଉଣ୍ଡର' ଲେଖା ହୋଇଛି । କେବଳ ଏତିକି ନୁହେଁ ଲଲିତ ମୋଦି ତାଙ୍କ ବାୟୋରୁ ସୁସ୍ମିତାଙ୍କ ନାମ ମଧ୍ୟ ହଟାଇ ଦେଇଛନ୍ତି, ଯାହା ପରେ ଉଭୟଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଛି ବୋଲି ଅନୁମାନ କରାଯାଉଛି । ତେବେ ସୁସ୍ମିତାଙ୍କ ସହ ଲଲିତ ମୋଦି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ହଟାଯାଇ ନାହିଁ ।

ଏହା ବି ପଢ଼ନ୍ତୁ:-ନୂଆ ଫର୍ମୂଲା ଆଧାରରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ମୋଦି ସରକାର ଦେଲେ ବହୁତ ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ଡାକଘର ଗ୍ରାହକଙ୍କ ପାଇଁ ଖୁସି ଖବର, କେବଳ ୧୫୦୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କେମିତି?

ଏହା ବି ପଢ଼ନ୍ତୁ:-ବିହାରର 'ଚାରା ଦୁର୍ନୀତି' ପରି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ବଡ଼ 'ରାସନ ଦୁର୍ନୀତି', ବାଇକକୁ କୁହାଯାଇଛି ଟ୍ରକ୍

ଆପଣଙ୍କୁ କହି ରଖୁଛୁ ଯେ, ଲଲିତ ମୋଦିଙ୍କ ପୂର୍ବରୁ ସୁସ୍ମିତା ସେନ ରୋହମାନ ଶାଲ (Rohman Shawl) ଙ୍କୁ ଡେଟ୍ କରୁଥିଲେ ।  ସୁସ୍ମିତା ସେନ (Sushmita Sen) ଓ ରୋହମାନ ଶାଲ (Rohman Shawl) ଦୀର୍ଘ ବର୍ଷ ଧରି ରିଲେଶନଶିପରେ ରହିଥିଲେ । ରୋହମାନ ସୁସ୍ମିତାଙ୍କଠାରୁ ସାନ ଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ଭଲ ପାଉଥିଲେ । କେବଳ ଏତିକି ନୁହେଁ, ପ୍ରଶଂସକମାନେ ଉଭୟଙ୍କୁ ପରଫେକ୍ଟ ଯୋଡ଼ି ବୋଲି କହୁଥିଲେ । ତେବେ କିଛି ସମୟ ପୂର୍ବରୁ ଦୁହେଁଙ୍କ ବ୍ରେକଅପ୍ ହୋଇଥିଲା । ସୁସ୍ମିତା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହା ବିଷୟରେ କହିଥିଲେ । ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଖରାପ ଅନୁଭବ କରିଥିଲେ, କିନ୍ତୁ ଉଭୟ ଯେଉଁଭଳି ଭାବେ ବ୍ରେକଅପକୁ ହ୍ୟାଣ୍ଡେଲ କରିଥିଲେ ତାହାକୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । କେବଳ ଏତିକି ନୁହେଁ, ବ୍ରେକଅପ୍ ପରେ ମଧ୍ୟ ରୋହମାନ ଓ ସୁସ୍ମିତା ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି । ବିଗତ ଦିନରେ ଆଇପିଏଲର ସଂସ୍ଥାପକ ଲଲିତ ମୋଦି (Lalit Modi) ଘୋଷଣା କରିଥିଲେ ଯେ ସୁସ୍ମିତା ସେନାଙ୍କ ସହ ସେ ରିଲେଶନଶିପରେ ଅଛନ୍ତି । ଏହା ପରେ ଅନେକ ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ ।