ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ନିଶ୍ଚୟ ଯିବ 'କୁହୁଡି': ବିଜେପି ରାଜ୍ୟ ସଭାପତି
Advertisement
Article Detail0/zeeodisha/odisha2314118

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ନିଶ୍ଚୟ ଯିବ 'କୁହୁଡି': ବିଜେପି ରାଜ୍ୟ ସଭାପତି

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି  ରଜ ବଜାରରେ ମୁକ୍ତିଲାଭ କରିଥିବା ବେଳେ ସଫଳତା ର ସହ ତିନି ସପ୍ତାହରେ ପହଞ୍ଚିଛି । ଏବେ ମଧ୍ୟ ଓଡିଶାର ୪୦ ଟି ହଲ୍ ରେ ଦର୍ଶକଙ୍କର ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳୁଛି ।

Kuhudi Movie

ଭୁବନେଶ୍ୱର: ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି  ରଜ ବଜାରରେ ମୁକ୍ତିଲାଭ କରିଥିବା ବେଳେ ସଫଳତା ର ସହ ତିନି ସପ୍ତାହରେ ପହଞ୍ଚିଛି । ଏବେ ମଧ୍ୟ ଓଡିଶାର ୪୦ ଟି ହଲ୍ ରେ ଦର୍ଶକଙ୍କର ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳୁଛି । ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୁହୁଡି ଦେଖି ଭୁରି ଭୁରି ପ୍ରଶଂସା କଲେ । 

ଜାତୀୟ ପୁରସ୍କାର ବିବେଚିତ ହେଲା ଭଳିଆ କୁହୁଡି ଚଳଚ୍ଚିତ୍ର ନିର୍ମାଣ ହୋଇଛି ବୋଲି କହିଥିଲେ । ସୁପରଷ୍ଟାର ଅନୁଭବ ମହାନ୍ତି କୁହୁଡି ରେ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଅଭିନେତା ଦ୍ବିପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, କୁନା ତ୍ରିପାଠୀ , ଶକ୍ତି ବରାଳ ଓ ସୁକୁମାର ଟୁଡୁ, ସୁଶୀଲ ମିଶ୍ର ଏବଂ ଦୁଇ କୁନି କଳାକାର ପିହୂ ଓ ଦୀକ୍ଷା  ଅଭିନୟ କରିଛନ୍ତି। ଅନୁଭବଙ୍କ ଏହା ବହୁ ପ୍ରତିକ୍ଷୀତ ଫିଲ୍ମ ଭିତରୁ ଗୋଟିଏ । ଚଳିତ ବର୍ଷର ପରଦାକୁ ଆସୁଥିବା ତାଙ୍କର ପ୍ରଥମ ଫିଲ୍ମ "କୁହୁଡି"।  

ପୂର୍ବରୁ ଦ୍ବିପନ୍ବିତଙ୍କ ଅଭିନୟ ଆପଣ ‘ବିଗୁଲ୍’ରେ ଦେଖିଥିଲେ । ଯାହା ବେଶ ଲୋକାଦୃତ ହୋଇପାରିଥିଲା । ଏଥିରେ ସେ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସୁଛନ୍ତି।  କ୍ୟାମେରା କୁଇନ ପ୍ରଡ଼କସନ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ହିମାଦ୍।