Shah Rukh Khan: 'ପଠାନ' ରିଲିଜ୍ ଦିନ କାର୍ତ୍ତିକ ଆର୍ଯ୍ୟାନ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ୍
Advertisement

Shah Rukh Khan: 'ପଠାନ' ରିଲିଜ୍ ଦିନ କାର୍ତ୍ତିକ ଆର୍ଯ୍ୟାନ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ୍

Shah Rukh Khan: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'କୁ ନେଇ ଗତ କିଛି ଦିନ ତଳେ ବିବାଦ ଦେଖାଦେଇଥିଲା। ଫିଲ୍ମଟି ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ କିଙ୍ଗଖାନଙ୍କ ଫ୍ୟାନ୍ସ ମଧ୍ୟରେ ଭିନ୍ନ ଏକ କ୍ରେଜ ଥିବା ବେଳେ କାର୍ତ୍ତିକ ଆର୍ଯ୍ୟାନଙ୍କ ଫ୍ୟାନ୍ସ ମଧ୍ୟ ଖୁବ ଏକ୍ସସାଇଟେଡ ଅଛନ୍ତି ।

Shah Rukh Khan: 'ପଠାନ' ରିଲିଜ୍ ଦିନ କାର୍ତ୍ତିକ ଆର୍ଯ୍ୟାନ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ୍

Shah Rukh Khan: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'କୁ ନେଇ  ଗତ କିଛି ଦିନ ତଳେ ବିବାଦ ଦେଖାଦେଇଥିଲା। ଫିଲ୍ମଟି ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ କିଙ୍ଗଖାନଙ୍କ ଫ୍ୟାନ୍ସ ମଧ୍ୟରେ ଭିନ୍ନ ଏକ କ୍ରେଜ ଥିବା ବେଳେ  କାର୍ତ୍ତିକ ଆର୍ଯ୍ୟାନଙ୍କ ଫ୍ୟାନ୍ସ ମଧ୍ୟ ଖୁବ ଏକ୍ସସାଇଟେଡ ଅଛନ୍ତି । କାହିଁକିନା,ଖବର ଅଛି ଯେ କାର୍ତ୍ତିକଙ୍କ ଫିଲ୍ମ 'ଶେହଜାଦା'(Shehzada) (ଶେହଜାଦା ଟ୍ରେଲର)ର ଟ୍ରେଲର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଶାହାରୁଖଙ୍କ 'ପଠାନ' ସହିତ ମୁକ୍ତିଲାଭ କରିବାକୁ ଯାଉଛି।

କାର୍ତ୍ତିକ ଆର୍ଯ୍ୟାନଙ୍କ 'ଶେହଜାଦା' ହେଉଛି ଅଲୁ ଅର୍ଜୁନଙ୍କ ଫିଲ୍ମର ରିମେକ୍ :
କାର୍ତ୍ତିକ ଆର୍ଯ୍ୟାନ୍ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଶେହଜାଦା'ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରି ଆସୁଛନ୍ତି। ଏବେ ଖବର ହେଉଛି ଫିଲ୍ମର ଟ୍ରେଲର ବହୁତ ବଡ ପରଦାରେ ଲଞ୍ଚ ହେବ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  କାର୍ତ୍ତିକଙ୍କ ଏହି ଚଳଚ୍ଚିତ୍ର ହେଉଛି ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ'ଆଲାଭାଇ କୁନ୍ତ ପୁରମ୍ '(Alavaikunthapuram) ର ହିନ୍ଦୀ ରିମେକ୍ । ରୋହିତ ଧାୱନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କ୍ରିତି ସାନନଙ୍କ ଯୋଡି ପୁଣି ଥରେ ପରଦାରେ ଦେଖିବାକୁ ମିଳିବ।

ଏହି କଳାକାରମାନଙ୍କୁ 'ଶେହଜାଦା'ରେ ଦେଖିବାକୁ ମିଳିବ। 
'ଶେହଜାଦା'ହେଉଛି ଏକ ଆକ୍ସନ୍ ଫିଲ୍ମ। ଫେବୃଆରୀ ୧୦ରେ ଅର୍ଥାତ ଭାଲେଣ୍ଟାଇନ୍ ସୁପ୍ତାହରେ ଏହା  ମୁକ୍ତିଲାଭ କରିବାକୁ ଯାଉଛି। କାର୍ତ୍ତିକ ଏବଂ କ୍ରିତୀଙ୍କ ବ୍ୟତୀତ ପରେଶ ରାୱଲ, ମନୀଷା କୋଇରାଲା, ରୋନିଟ ରୟ, ସନ୍ନି ହିନ୍ଦୁଜା, ସଚିନ ଖେଡେକର ଏବଂ ଅଙ୍କୁର ରଥୀଙ୍କ ଭଳି ଷ୍ଟାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କାର୍ତ୍ତିକ ଏହି ଫିଲ୍ମରେ ପୁଣି ଥରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । 

ଏହି ଦିନ 'ପଠାନ୍' ରିଲିଜ୍ ହେବ 

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପଠାନ୍' ଚଳିତ ବର୍ଷ, ଜାନୁଆରୀ ୨୫ ରେ ରିଲିଜ୍ ହେବ ।  ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ଶାହରୁଖ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରହାମ ମଧ୍ୟ ନଜର ଆସିବେ। ତେବେ, ଏହି ଫିଲ୍ମକୁ ନେଇ ବିବାଦ ସତେ ଯେମିତି ଏହାର ପିଛା ଛାଡୁନି । ବୁଧବାର ଦିନ ଗୁଜୁରାଟର ଅହମ୍ମଦାବାଦର ଏକ ମଲ୍ଟିପ୍ଲେକ୍ସରେ ପଠାନର ପ୍ରମୋଶନ ଚାଲିଥିବା ବେଳେ ହୋଇଛି ହଙ୍ଗାମା । ବଜରଙ୍ଗ ଦଳର କର୍ମୀ ହଲ ଭିତରେ ପୋଷ୍ଟର ଫାଡ଼ି ହଙ୍ଗାମା କରିଥିଲେ  । ମଲ ଭିତରକୁ ଜୋର ଜବରଦସ୍ତି ପଶି ଦଳୀୟ କର୍ମୀମାନେ ପ୍ରଥମେ ପୋଷ୍ଟର ଫାଡିବା ପରେ  ଥିଏଟର ଭିତରେ ଭଙ୍ଗାରୁଜା କରିଥିଲେ । ଏହା ସହିତ ଫିଲ୍ମକୁ ରିଲିଜ ନକରିବା ପାଇଁ ଖୁଲମଖୁଲା ଧମକ ଦେଇଛନ୍ତି ।

ଅହମ୍ମଦାବାଦର ଆଲଫାଓ୍ବାନ ମଲରେ ଥିବା ମଲ୍ଟିପ୍ଲେକ୍ସରେ ଫିଲ୍ମ ପଠାନର ପ୍ରମୋଶନକୁ ରୋକିବା ସହ ଏହାକୁ ବିରୋଧ କରିବା ପାଇଁ ବୁଧବାର ଦିନ ମଲରେ  ପହଂଚିଥିଲେ ବଜରଙ୍ଗ ଦଳର କର୍ମୀ । ଏସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣସ୍ଥଳରେ ପହଂଚି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ପାଂଚ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅଟକ ବ୍ୟକ୍ତିଙ୍କୁ  ପରେ ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।