Kamaal Rashid Khan Tweet: ଜେଲରୁ ମୁକୁଳିବା ପରେ KRK କଲେ ପ୍ରଥମ ଟ୍ୱିଟ୍, ସମସ୍ତେ ସ୍ତବ୍ଧ!
Advertisement

Kamaal Rashid Khan Tweet: ଜେଲରୁ ମୁକୁଳିବା ପରେ KRK କଲେ ପ୍ରଥମ ଟ୍ୱିଟ୍, ସମସ୍ତେ ସ୍ତବ୍ଧ!

Kamaal Rashid Khan Tweet: କମଲ ରସିଦ ଖାନ ଜେଲରୁ ମୁକୁଳିବା ପରେ ଟ୍ୱିଟ କରି ଏକ ଚେତାବନୀ ଦେଇଛନ୍ତି । ଯାହାପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । 

ସୌ: ସୋସିଆଲ ମିଡିଆ

Kamaal Rashid Khan Latest Tweet: ବଲିଉଡ ସମାଲୋଚକ କମାଲ ରସିଦ ଖାନ (Kamaal Rashid Khan) ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଖବରରେ ରହିଥାନ୍ତି । କିନ୍ତୁ ଗତ କିଛି ଦିନ ହେବ KRK ଙ୍କ ବ୍ୟକ୍ତିଗତ ଜୀବନ ଗଣମାଧ୍ୟମ ପାଇଁ ମୁଖ୍ୟ ଖବର ପାଲଟିଛି । ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରିଥିଲା ଓ କିଛି ଦିନ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା । ବର୍ତ୍ତମାନ KRK ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛି ଯେ ସେ ଏହାର ପ୍ରତିଶୋଧ ନେବାକୁ ଫେରିଛନ୍ତି ।

କମାଲ ରସିଦ ଖାନ ଓରଫ କେ.ଆର.କେ ରବିବାର ଦିନ ଅର୍ଥାତ କିଛି ସମୟ ପୂର୍ବରୁ ଏକ ଟ୍ୱିଟ୍ ସେୟାର କରିଛନ୍ତି । ଏହି ଟ୍ୱିଟ୍ ରେ ସେ ଏକ ଚେତାବନୀ ଲେଖିଛନ୍ତି - ମୁଁ ମୋର ପ୍ରତିଶୋଧ ପାଇଁ ଫେରି ଆସିଛି… .KRK ଙ୍କୁ ତାଙ୍କର ଦୁଇଟି ଭିନ୍ନ ଟ୍ୱିଟ୍ ପାଇଁ ଗିରଫ କରାଯାଇଥିଲା । ଅକ୍ଷୟ କୁମାର ଓ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିଷୟରେ କରିଥିବା ଅପମାନଜନକ ଟ୍ୱିଟ୍ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା । ଏହି ମାମଲା ୨୦୨୦ ବର୍ଷ ସମ୍ବନ୍ଧୀୟ ଅଟେ ।

ଏହା ବ୍ୟତୀତ ୨୦୨୧ ମସିହାରେ ବର୍ସୋଭା ପୋଲିସ ଷ୍ଟେସନରେ KRK ବିରୋଧରେ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ୨୦୨୦ ମସିହାରେ, KRK ର ପୋଷ୍ଟ ସାମ୍ପ୍ରଦାୟିକ ବୋଲି ପୋଲିସ ଦାବି କରିଥିଲା । ଯାହା ମାଧ୍ୟମରେ ସେ ବଲିଉଡ ସେଲିବ୍ରିଟିମାନଙ୍କୁ ଟାର୍ଗେଟ କରିଥିଲେ । କହିରଖୁଛୁ ଯେ, କେଆରକେ ନିଜ ଜାମିନ ଆବେଦନରେ କହିଛନ୍ତି ଯେ ପ୍ରଶ୍ନ କରାଯାଇଥିବା ଟ୍ୱିଟ୍ କେବଳ 'ଲକ୍ଷ୍ମୀ ବମ୍' ଶୀର୍ଷକ ଫିଲ୍ମ ଉପରେ ତାଙ୍କର ମନ୍ତବ୍ୟ ଥିଲା । ସେ ପୋଲିସ ଦ୍ୱାରା ଆରୋପ ଲଗାଯାଇଥିବା କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି ।

fallback

କହିରଖୁଛୁ ଯେ ୨୦୨୧ ମସିହାରେ ନିର୍ଯାତନା ମାମଲାରେ ସ୍ଥାନୀୟ କୋର୍ଟ ଦ୍ୱାରା KRK ୬ ସେପ୍ଟେମ୍ବରରେ ମୁକ୍ତ କରାଯାଇଥିଲା । କିନ୍ତୁ ବିବାଦୀୟ ମାମଲାରେ ତାଙ୍କୁ ସେପ୍ଟେମ୍ବର ୮ରେ ଜେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । ଏହା ପରେ ଅଭିନେତାଙ୍କ ପୁଅ ଫୈସଲ କମଲ ଟ୍ୱିଟ୍ କରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍, ଅଭିଷେକ ବଚ୍ଚନ ଓ ରିତିଶ ଦେଶମୁଖଙ୍କ ସହାୟତା ଲୋଡିଥିଲେ । ସେ କହିଥିଲେ ଯେ ମୁମ୍ବାଇର କିଛି ଲୋକ ତାଙ୍କ ପିତାଙ୍କୁ ହତ୍ୟା କରିବାକୁ ଧମକ ଦେଉଛନ୍ତି । ଯଦି ସେମାନଙ୍କ ସହିତ କିଛି ଘଟେ, ତେବେ ସେ ଓ ତାଙ୍କ ଭଉଣୀ ବଞ୍ଚିପାରିବେ ନାହିଁ ।

ବର୍ତ୍ତମାନ ଅଭିନେତା ଜାମିନରେ ଅଛନ୍ତି, କିନ୍ତୁ ତାଙ୍କୁ ପୁନର୍ବାର କେତେବେଳେ ଗିରଫ କରାଯିବ ତାହା କହିବା କଷ୍ଟକର । ସେ ଟ୍ୱିଟରରେ ଯାହା ଲେଖିଛନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରୁଛନ୍ତି ।

ଏହା ବି ପଢନ୍ତୁ: Krishnam Raju Death: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 'ରିବେଲ ଷ୍ଟାର' କ୍ରିଷ୍ଣମ୍ ରାଜୁ