Virat kohli: କୋହଲିଙ୍କ ବିରାଟ ବିଜୟ ପରେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଅନୁଷ୍କାଙ୍କ ପୋଷ୍ଟ
Advertisement

Virat kohli: କୋହଲିଙ୍କ ବିରାଟ ବିଜୟ ପରେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଅନୁଷ୍କାଙ୍କ ପୋଷ୍ଟ

Virat kohli: ଯେଉଁ ଐତିହାସିକ ପଡ଼ିଆରୁ ବିରାଟ କୋହଲି ନିଜ ଦିନିକିଆର ଶତକ ଯାତ୍ରା ଆରମ୍ଭ କରିଥିଲେ ସେହି ଷ୍ଚାଡ଼ିୟମରେ ନିଜ ଆଦର୍ଶ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ (Sachin Tendulkar) ୪୯ତମ ଶତକର ସମକକ୍ଷ ହୋଇ ମାଇଲଷ୍ଟୋନ୍ ହାସଲ କରିଛନ୍ତି ବିରାଟ। ଜନ୍ମଦିନରେ କିଙ୍ଗ କୋହଲିଙ୍କ (King Kohli) ଏହି ରେର୍ଡ଼କ ଚିର ସ୍ମରଣୀୟ ହୋଇଛି ।

ସୌ(ସୋସିଆଲ ମିଡିଆ)

Virat kohli: ଦମଦାର ବିଜୟ ଓ ନିଜର ୪୯ତମ ଶତକ ସହ ଫ୍ୟାନ୍ସଙ୍କୁ ୩୫ତମ ଜନ୍ମଦିନର ଖାସ୍ ଭେଟି ଦେଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat kohli)। ଯେଉଁ ଐତିହାସିକ ପଡ଼ିଆରୁ ବିରାଟ କୋହଲି ନିଜ ଦିନିକିଆର ଶତକ ଯାତ୍ରା ଆରମ୍ଭ କରିଥିଲେ ସେହି ଷ୍ଚାଡ଼ିୟମରେ ନିଜ ଆଦର୍ଶ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ (Sachin Tendulkar) ୪୯ତମ ଶତକର ସମକକ୍ଷ ହୋଇ ମାଇଲଷ୍ଟୋନ୍ ହାସଲ କରିଛନ୍ତି ବିରାଟ। ଜନ୍ମଦିନରେ କିଙ୍ଗ କୋହଲିଙ୍କ (King Kohli) ଏହି ରେର୍ଡ଼କ ଚିର ସ୍ମରଣୀୟ ହୋଇଛି ।

ପ୍ରଥମ ଥର ପାଇଁ ନିଜ ଜନ୍ମଦିନରେ ଦିନିକିଆ (ODI) ମ୍ୟାଚ୍‌ ଖେଳିବାର ସ‌ଯୋଗ ପାଇଥିବା ବିରାଟ ଏହାକୁ ବେଶ ଖାସ୍ କରିଛନ୍ତି। ନିଜର ୩୫ତମ ଜନ୍ମଦିନରେ ଦମଦାର ପ୍ରଦର୍ଶନ କରି ଦିନିକିଆରେ ୪୯ତମ ଶତକ ହାସଲ କରିଛନ୍ତି ଏହି ମହାନ ଖେଳାଳି । ଚଳିତ ବିଶ୍ବକପ୍‌ରେ (World cup 2023) ଏହାର ତାଙ୍କର ଦ୍ବିତୀୟ ଶତକ ହୋଇଥିବା ବେଳେ ୫୪୩ ପହଁଞ୍ଚିଛି ବିରାଟଙ୍କ ରନ୍।

ତେବେ କୋହଲିଙ୍କ ଏହି ବିରାଟ ସଫଳତା ପରେ ଚାରିଆଡୁ ଛୁଟିଛି ପ୍ରସଂଶାର ସୁଅ । ତେବେ ସ୍ବାମୀଙ୍କ ଏହି କୀର୍ତ୍ତମାନରେ ବେଶ ଖୁସି ଅଛନ୍ତି ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma)। ବିରାଟଙ୍କ ଏହି ରେକର୍ଡ଼ ପରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିରାଟଙ୍କ ଏକ ଫଟୋ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି- ‘ନିଜ ଜନ୍ମଦିନରେ ନିଜକୁ ଉପହାର’। ଏହାସହ ସେ ଏକ ହାର୍ଟ ଇମୋଜି ଦେଇଛନ୍ତି  ।

fallback

ପ୍ରକାଶ ଥାଉ କି, ଜନ୍ମଦିନରେ ସଫଳତା ହାସଲ କରିବାରେ ବିରାଟ (Virat kohli) ସପ୍ତମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ସନାଥ ଜୟସୁରିୟା, ଟମ୍ ଲାଥାମ୍ , ରସ ଟେଲର, ବିନୋଦ କାମ୍ବଲି, ସଚିନ ତେନ୍ଦୁଲକର ଓ ମିଚେଲ ମାର୍ଶ ଏହି କୀର୍ତ୍ତମାନ ହାସଲ କରିଛନ୍ତି ।

Also Read-World Cup 2023: ମ୍ୟାଚ୍ ପରେ ମନ ଜିତିଲା ବିରାଟଙ୍କ ବୟାନ, ଦେଖନ୍ତୁ ଭିଡ଼ିଓ