Side Effects Of Drinking Tea: ଶୀତଦିନେ ଅଧିକ ଚା' ଆପଣଙ୍କ ଶରୀର ପାଇଁ ବିଷ ! ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha1509202

Side Effects Of Drinking Tea: ଶୀତଦିନେ ଅଧିକ ଚା' ଆପଣଙ୍କ ଶରୀର ପାଇଁ ବିଷ ! ଜାଣନ୍ତୁ କେମିତି

Side Effects Of Drinking Tea: ଲୋକମାନେ ଥଣ୍ଡା ପାଗରେ ଗରମା ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ,କର୍ମ ବ୍ୟସ୍ତତା ମଧ୍ୟରେ ଅନେକ ଲୋକେ ବାରମ୍ବାର ଚା’ ପିଇବାକୁ ପସନ୍ଦ କରିଥାଆନ୍ତି । ଏଭଳି କରିବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ ବୋଲି ଅନେକଙ୍କ ମତ ।

Side Effects Of Drinking Tea: ଶୀତଦିନେ ଅଧିକ ଚା' ଆପଣଙ୍କ ଶରୀର ପାଇଁ ବିଷ ! ଜାଣନ୍ତୁ କେମିତି

Side Effects Of Drinking Tea: ଲୋକମାନେ ଥଣ୍ଡା ପାଗରେ ଗରମା ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ,କର୍ମ ବ୍ୟସ୍ତତା ମଧ୍ୟରେ ଅନେକ ଲୋକେ ବାରମ୍ବାର ଚା’ ପିଇବାକୁ ପସନ୍ଦ କରିଥାଆନ୍ତି । ଏଭଳି କରିବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ ବୋଲି ଅନେକଙ୍କ ମତ । ଚା’ ପ୍ରେମୀଙ୍କ ପାଇଁ ଚା’ ସେବନ ସେମାନଙ୍କ ଦୈନନ୍ଦିନ କାମ ମଧ୍ୟରୁ ଗୋଟିଏ । ଲେମନ୍‌ ଟି, ବ୍ଲାକ୍‌ ଟି, ଗ୍ରୀନ ଟି ସଭିଁଙ୍କ ପାଇଁ ଅନେକ ବିକଳ୍ପ ରହିଛି । ସେହିପରି ଲୋକେ ଘରେ ମଧ୍ୟ ସାଧାରଣତଃ ୨ ରୁ ୩ ଥର ଚା’ ପିଇଥାଆନ୍ତି । ଶୀତଦିନେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ମଧ୍ୟ କିଛି ଲୋକ ଅଧିକ ଚା ’ମଧ୍ୟ ଖାଆନ୍ତି,ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ଅତ୍ୟାଧିକ ଚା ପିଇଲେ ସ୍ବାସ୍ଥ୍ୟରେ କେଉଁ ସମସ୍ୟା ଦେଖାଯାଏ । 

 ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ:
ଅତ୍ୟାଧିକ ଚା ପିଇବା ଦ୍ବାରା ଅନେକ ଲୋକଙ୍କ ପେଟ ଏବଂ ଛାତିରେ ଜଳାପୋଡା ହୁଏ । ଅତ୍ୟଧିକ ଚା ପିଇଲେ ପେଟରେ ଗ୍ୟାସ୍ ସମସ୍ୟା ମଧ୍ୟ ଦେଖାଦିଏ । ଯଦି ଆପଣଙ୍କୁ ଚା ପିଇବାକୁ ଭଲ ଲାଗେ । ତେବେ, ଶୀତଦିନେ ମାତ୍ର ଦୁଇ କପ ଚା ପିଅନ୍ତୁ ।ଯଥା ସମ୍ଭବ ଆପଣ ମଧ୍ୟ ଏଥିରୁ ଦୂରେଇ ରୁହନ୍ତୁ । 

ଅନ୍ତନଳୀକୁ ପ୍ରଭାବିତ କରିବ :
ଚା’ର ଅତ୍ୟାଧିକ ବ୍ୟବହାର ମଧ୍ୟ ଅନ୍ତନଳୀକୁ ନଷ୍ଟ କରିପାରେ। ଏହା ବ୍ୟତୀତ ଅତ୍ୟାଧିକ ଚା ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୁଏ । 

ଏହାବି ପଢନ୍ତୁ : Vastu Tips For Money: ନୂଆବର୍ଷରୁ ସଜାଡନ୍ତୁ ଆର୍ଥିକ ସ୍ଥିତି, ଘରେ ରଖନ୍ତୁ ନାହିଁ ଏହି ଗଛ ହୋଇଯିବେ ଦରିଦ୍ର!

ଏହାବି ପଢନ୍ତୁ : Blood Cancer Symptoms: ତ୍ୱଚାରେ ଦେଖାଦେଇଥାଏ ରକ୍ତ କର୍କଟର ଏହି ୭ଟି ଲକ୍ଷଣ, କରନ୍ତୁନି ଅଣଦେଖା

ଏହାବି ପଢନ୍ତୁ : Vitamin B12 : ଶାକାହାରୀମାନେ ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ,ଶରୀରରେ ଭିଟାମିନ୍ ବି ୧୨ର ହେବନି ଅଭାବ

ନିଦ୍ରାରେ ସମସ୍ୟା ଉପୁଜେ :
ଚା’ରେ କଫିନ୍‌ର ପରିମାଣ ଥାଏ।  ଅତ୍ୟଧିକ ଚା ପିଇବା ଦ୍ୱାରା ଠିକ୍ ଭାବରେ ଆପଣଙ୍କୁ ରାତିରେ ନିଦ ହେବ ନାହିଁ । ଫଳରେ ଆପଣ ସକାଳେ ଆପଣଙ୍କୁ ବିରକ୍ତିକର ଅନୁଭବ ହେବ। ଯଦି ରାତିରେ ଶୋଇବାରେ ଅସୁବିଧା ହେଉଛି,ତେବେ ଅଧିକ ପରିମାଣରେ ଚା ’ ପିଅନ୍ତୁ ନାହିଁ ।

ହଜମ ପାଇଁ ଖରାପ :
ଥଣ୍ଡା ପାଗରେ ଅତ୍ୟଧିକ ଚା ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇପାରେ।  ଅଧିକ ଚା ପିଇବା ଦ୍ବାରା ହଜମ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୁଏ । ଯେଉଁଥି ପାଇଁ ପେଟ ଫୁଲିବା ଏବଂ କୋଷ୍ଠ କାଠିନ୍ୟର ସମସ୍ୟା ମଧ୍ୟ ଦେଖାଦିଏ । ଯଦି ଆପଣ ବହୁତ ଚା ପିଉଛନ୍ତି,ତେବେ ଆଜିଠାରୁ ନିଜକୁ ଏଥିରୁ ନିବୃତ୍ତ ରଖନ୍ତୁ।