Actor Death: କଳାଜଗତକୁ ବଡ଼ ଝଟକା, ୩୭ ବର୍ଷରେ ଏହି ଅଭିନେତାଙ୍କୁ ହତ୍ୟା
Advertisement
Article Detail0/zeeodisha/odisha2266011

Actor Death: କଳାଜଗତକୁ ବଡ଼ ଝଟକା, ୩୭ ବର୍ଷରେ ଏହି ଅଭିନେତାଙ୍କୁ ହତ୍ୟା

Actor Death: ଅଭିନେତା ଜଣେ ଚମତ୍କାର ବ୍ୟକ୍ତି ଏବଂ ଜଣେ ଦକ୍ଷ ଅଭିନେତା ମଧ୍ୟ ଥିଲେ, ଯିଏ ତାଙ୍କ କାର୍ଯ୍ୟ ପାଇଁ ବହୁତ ଚର୍ଚ୍ଚାରେ ଥିଲେ । ତାଙ୍କୁ ଜାଣିଥିବା ସମସ୍ତଙ୍କ ପାଇଁ ସେ ଏକ ଉଦାହରଣ ଥିଲେ । କଠିନ ପରିଶ୍ରମ, ଦୃଢତା ଏବଂ କଦାପି ହାର ନମାନିବା ପରି ବ୍ୟକ୍ତିତ୍ୱ ଥିଲେ ୱେକ୍ଟର।

Actor Death: କଳାଜଗତକୁ ବଡ଼ ଝଟକା, ୩୭ ବର୍ଷରେ ଏହି ଅଭିନେତାଙ୍କୁ ହତ୍ୟା

Actor Death: ଫେମସ ସୋ ଜେନେରାଲ ହସ୍ପିଟାଲରେ ବ୍ରେଣ୍ଡୋ କର୍ବିନଙ୍କ ଭୂମିକାରେ ଅଭିନୟ କରିଥିବା ଜନି ୱେକ୍ଟରଙ୍କ(Johnny Wactor) ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲସ୍ ଆଞ୍ଜେଲେସ ରେ ଏହି ଅଭିନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଏହି ହତ୍ୟା ଚୋରି ଉଦ୍ଦେଶ୍ୟରେ କରାଯାଇଛି ।ତେବେ ଏଠାରେ କହିରଖୁଛୁ ଯେ ଅଭିନେତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା । ଏଥି ସହିତ, ଅଭିନେତାଙ୍କ ମୃତ୍ୟୁରେ ହଲିଉଡ ଇଣ୍ଡଷ୍ଟ୍ରି କେବଳ ନୁହେଁ ବରଂ ବଲିଉଡରେ ବି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଅଭିନେତାଙ୍କ ସାଥୀ ଅଭିନେତା ଡେଭିଡ ଶଲ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।  ସେ ପୋଷ୍ଟ କରି ଲେଖିଛନ୍ତି ଯେ ଜନି ୱେକ୍ଟର ଜଣେ ଚମତ୍କାର ବ୍ୟକ୍ତି ଏବଂ ଜଣେ ଦକ୍ଷ ଅଭିନେତା ମଧ୍ୟ ଥିଲେ, ଯିଏ ତାଙ୍କ କାର୍ଯ୍ୟ ପାଇଁ ବହୁତ ଚର୍ଚ୍ଚାରେ ଥିଲେ । ତାଙ୍କୁ ଜାଣିଥିବା ସମସ୍ତଙ୍କ ପାଇଁ ସେ ଏକ ଉଦାହରଣ ଥିଲେ । କଠିନ ପରିଶ୍ରମ, ଦୃଢତା ଏବଂ କଦାପି ହାର ନମାନିବା ପରି ବ୍ୟକ୍ତିତ୍ୱ ଥିଲେ ୱେକ୍ଟର। 

ଅଭିନେତା ଶଲ କହିଛନ୍ତି ଯେ, ଚ୍ୟାଲେଞ୍ଜିଂ ପ୍ରୋଫେସନ(Challenging Profession) ରେ ଉନ୍ନତି ଅବନ୍ନତି ମଧ୍ୟରେ ସେ ସବୁବେଳେ ନିଜର କାମରେ ବ୍ୟସ୍ତ ରହୁଥିଲେ ଓ ଏହାକୁ ସଫଳ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ସହ ବହୁତ ଭଲ ସମୟ ବିତିଛି।  ଏକ ଦଶନ୍ଧିରୁ ଅଧିକ ସମୟ ଏକାଠି ରହିବା ପରେ ମଧ୍ୟ ସେ ଆମ ହୃଦୟରେ ସବୁଦିନ ପାଇଁ ଚୀର ଅମର ରହିବେ। ତେବେ ଲସ ଆଞ୍ଜେଲେସ ର ପୋଲିସ ବିଭାଗ ଅନୁସାରେ ପିକୋ ବୁଲେବାର୍ଡ  ହୋପ ଷ୍ଟ୍ରିଟ୍ ଏରିଆରେ ସକାଳ ବା ଭୋର ୩ ଟା ସମୟରେ ଜଣେ ସନ୍ଦିଗ୍ଧ ତାଙ୍କ କାର୍ ର କେଟାଲାଟିକ କନଭର୍ଟର ବାହାର କରିବାକୁ ଚେଷ୍ଟା କରୁଥିଲେ। ଠିକ୍ ସେତିକି ବେଳେ ସେଠାରେ ଉପସ୍ଥିତ ଥିବା ଆଉ ଜଣେ ସନ୍ଦିଗ୍ଧ ଅଭିନେତାଙ୍କ ଉପରେ ଗୁଳି ଚଳାଇଦେଇଥିଲେ। ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ((Johnny Wactor) ଘୋଷଣା କରିଥିଲେ।

ୱେକ୍ଟର ଆମେରିକାର ଦୀର୍ଘତମ ଚାଲୁଥିବା ଟିଭି ସୋ, ଡେଟାଇମ ଡ୍ରାମା ଜେନେରାଲ୍ ହସ୍ପିଟାଲରେ ଦେଖାଦେଇଥିଲେ। ସେ ଏହି ଶୋ’ରେ ୧୬୦ ରୁ ଅଧିକ ଏପିସୋଡରେ କାମ କରିଥିଲେ ।ସେ ଲାଇଫ୍ ଟାଇମ୍ ଡ୍ରାମା ସିରିଜ୍ ଆର୍ମି ୱିଭ୍ସ ସହିତ ଟିଭିରେ ଡେବ୍ୟୁ କରିଥିଲେ । ସେ ୱେଷ୍ଟୱର୍ଲ୍ଡ, ଦି ଓଏ, ଷ୍ଟେସନ୍ 19, ସାଇବେରିଆ, ଏଜେଣ୍ଟ ଏକ୍ସ, କେଣ୍ଟାଷ୍ଟିକ୍ , ଆନିମଲ କିଙ୍ଗଡମ,ହଲିଉଡ ଗର୍ଲ, ଟ୍ରେନିଂ ଡେ, କ୍ରିମିନାଲା ଗାଇଡାନ୍ସ, ଏଜ୍ ଏପ୍ରୋପ୍ରିଏଟ, ଏନସିଆଇଏସ, ଦ ପ୍ୟାସେଞ୍ଜର, ବର୍ବି ରେହେବ ରେ ଅଭିନୟ କରିଛନ୍ତି । 

ୱେକ୍ଟର ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି, ଯେପରିକି ଗ୍ରାସ୍ ଇଜ୍ ନେଭର ଗ୍ରୀନର୍, ଗୋଲ୍ଡେନବକ୍ସ, ଦି କନ୍ ଆର୍ଟିଷ୍ଟ, ଫ୍ଲାଏଓଭର ଷ୍ଟେଟ୍ସ, ଦ ଇଣ୍ଟୋରଗେସନ, ଏନିଥିଙ୍ଗ ଫର ୟୁ, ଏବି, ଦ ରିଲିକ୍ ଏବଂ ୱିଲ୍ ନେଭର ଫରଗେଟ।  ହେଲେ ଏଠାରେ କହିରଖୁଠୁ ଯେ ସେ ୨୦୧୬ ରେ ଚଳଚ୍ଚିତ୍ର USS ଇଣ୍ଡିଆନପଲିସ୍ ମେନ ଅଫ୍ କରେଜ ରେ ଅଭିନୟ କରିଥିଲେ, ଯାହା ମାରିଓ ୱାନ୍ ପିବଲ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା।

Also Read: Shanidev Vakri 2024: ୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଦେବ, ଚୁଟକିରେ ବଦଳିଯିବ ୩ରାଶିର ଭାଗ୍ୟ

Also Read: June Lucky Rashi: ଭାଗ୍ୟ ଛାଡ଼ିବନି ହାତ!ଜୁନ ମାସରେ ପ୍ରତିଟି କ୍ଷେତ୍ରରେ ସଫଳତା ସାଉଁଣ୍ଟିବେ ୫ ରାଶି