Airtel Recharge Offer: ନିଅନ୍ତୁ ଏହି ରିଚାର୍ଜ ପ୍ଲାନ, ମିଳିବ ସବୁକିଛି ମାଗଣା
Advertisement
Article Detail0/zeeodisha/odisha2309390

Airtel Recharge Offer: ନିଅନ୍ତୁ ଏହି ରିଚାର୍ଜ ପ୍ଲାନ, ମିଳିବ ସବୁକିଛି ମାଗଣା

Airtel Recharge Offer: ଏୟାରଟେଲ ପକ୍ଷରୁ ଆସୁଥିବା ଏହି ରିଚାର୍ଜ ପ୍ଲାନରେ ଆପଣ ୧ ଜିବି ଇଣ୍ଟରନେଟ୍ ଡାଟା ପାଇପାରିବେ । ଏଥିସହ ଆପଣଙ୍କୁ ୩୦୦ ଟି SMS ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ମିଳିବ । 

Airtel Recharge Offer: ନିଅନ୍ତୁ ଏହି ରିଚାର୍ଜ ପ୍ଲାନ, ମିଳିବ ସବୁକିଛି ମାଗଣା

Airtel Recharge Offer: ଆଜି ଆପଣଙ୍କୁ ଏପରି ଏକ ନୂଆ ରିଚାର୍ଜ ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣ ଅନେକ ସୁବିଧା ପାଇବେ । ଯଦି ଆପଣ ଏୟାରଟେଲର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏୟାରଟେଲର କେଉଁ ରିଚାର୍ଜ ପ୍ଲାନ ଆପଣଙ୍କୁ ଅଧିକ ଫାଇଦା ଦେବ ଆସନ୍ତୁ ଜାଣିବା ।

ଏୟାରଟେଲ ପକ୍ଷରୁ ଆସୁଥିବା ଏହି ରିଚାର୍ଜ ପ୍ଲାନରେ ଆପଣ ୧ ଜିବି ଇଣ୍ଟରନେଟ୍ ଡାଟା ପାଇପାରିବେ । ଏଥିସହ ଆପଣଙ୍କୁ ୩୦୦ ଟି SMS ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ଏଥିରେ 5G ର ବିକଳ୍ପ ରହିଛି ଏବଂ ହେଲୋ ଟ୍ୟୁନ୍ ସହିତ ୱିଙ୍ଗର ମ୍ୟୁଜିକ୍ ସବସ୍କ୍ରିପସନ୍ ମଧ୍ୟ ଏହି ପ୍ଲାନରେ ସମ୍ପୂର୍ଣ୍ଣ ମାଗଣା ପାଇବେ । ତେବେ ରିଚାର୍ଜ ପ୍ଲାନର ମୂଲ୍ୟ ମାତ୍ର ୧୫୫ ଟଙ୍କା ହେବ।

ଏହି ରିଚାର୍ଜ ପ୍ଲାନଟି ବିଶେଷକରି ସେହି ଲୋକମାନଙ୍କ ପାଇଁ ବିଶେଷ ଉପଯୋଗୀ ଯେଉଁମାନେ ଅଧିକ ଇଣ୍ଟରନେଟ୍ ଆବଶ୍ୟକ କରନ୍ତି ନାହିଁ । ଏଥିରେ ୧ ଜିବି ଇଣ୍ଟରନେଟ୍ ପୁରା ୨୪ ଦିନ ପାଇଁ ମିଳିବ । ତଥାପି, ଏହାର ଏକ ଉତ୍କୃଷ୍ଟ କଲିଂ ଅପ୍ସନ୍ ରହିଛି । ଯେଉଁଥିରେ ଆପଣଙ୍କୁ ପ୍ରତ୍ୟେକ ନେଟୱାର୍କରେ ଅସୀମିତ କଲିଂର ସୁବିଧା ଦିଆଯାଇଛି । 5G ସୁବିଧା ସହ ଏହି ପ୍ଲାନଟି ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଖାସ୍ । ଯାହାକୁ ଆପଣ ନିଶ୍ଚିତ ଭାବରେ ଆପଣାଇପାରିବେ । ଏୟାରଟେଲର ଏହି ପ୍ଲାନରେ ଆପଣ କଲ୍ କରିବାର ସୁବିଧା ପାଇପାରିବେ । ଯଦି ଆପଣ ଏହି ପ୍ଲାନ ଆପଣାନ୍ତି ତେବେ ଏହା ଆପଣଙ୍କର ସିମ୍ କୁ ୯୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରଖିବ । ନଚେତ୍ ଆପଣଙ୍କର ସିମ୍ ଅକାମି ହୋଇପାରେ ।

Also Read- Weather News: ବର୍ଷାରେ ଭାସିଲା ଭୁବନେଶ୍ୱର, ରାସ୍ତାରେ ପାଣିର ଲହଡି

Also Read- Astrology: ବାସ୍ ଆଉ ୩ ଦିନ... ବଦଳିଯିବ ୬ଟି ରାଶିର ଭାଗ୍ୟ