HBD Kapil Sharma: ୫୦୦ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା କପିଲ୍ ଆଜି ଏତେ କୋଟି ସମ୍ପତ୍ତିର ମାଲିକ
Advertisement

HBD Kapil Sharma: ୫୦୦ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା କପିଲ୍ ଆଜି ଏତେ କୋଟି ସମ୍ପତ୍ତିର ମାଲିକ

Kapil Sharma Birthday Special: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ (Kapil Sharma)କିଏ ବା ନଜାଣେ । କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ରହିଛନ୍ତି କପିଲଙ୍କ ଫ୍ୟାନ୍ସ । ଆଜି ଏହି କମେଡିଆନଙ୍କ ଜନ୍ମଦିନ । ଏ ଅବସରରେ ଛୁଟୁଛି ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ। ୧୯୮୧ ମସିହା ଆଜିକା ଦିନରେ ପଞ୍ଜାବର ଅମ୍ରିତସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ତେବେ, ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା...

HBD Kapil Sharma: ୫୦୦ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା କପିଲ୍ ଆଜି ଏତେ କୋଟି ସମ୍ପତ୍ତିର ମାଲିକ

Kapil Sharma Birthday Special: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ (Kapil Sharma)କିଏ ବା ନଜାଣେ । କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ରହିଛନ୍ତି କପିଲଙ୍କ ଫ୍ୟାନ୍ସ । ଆଜି ଏହି କମେଡିଆନଙ୍କ ଜନ୍ମଦିନ । ଏ ଅବସରରେ ଛୁଟୁଛି ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ। ୧୯୮୧ ମସିହା ଆଜିକା ଦିନରେ ପଞ୍ଜାବର ଅମ୍ରିତସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ୨୦୦୭ରେ 'ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଂଜ ' ଜରିଆରେ ମନୋରଂଜନ ଦୁନିଆରେ ପାଦ ଦେଇଥିଲେ । ପରେ ପରେ ନିଜ ନାଁରେ ଏକ ସୋ’ଜରିଆରେ ସେ ଦର୍ଶକଙ୍କୁ ଯୋଗାଇଥିଲେ ମନୋରଂଜନର ଖୋରାକ୍ ଯୋଗାଇ ଆସୁଛନ୍ତି । ତେବେ, ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା...

ALSO READ: Santilata Barik: ଆରପାରିରେ ଶାନ୍ତିଲତା ବାରିକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

ଏମିତି ଥିଲା କପିଲଙ୍କ ପିଲାବେଳ:
୧୯୮୧ ମସିହା ଆଜିକା ଦିନରେ ପଞ୍ଜାବର ଅମ୍ରିତସହରରେ ସେ ଜନ୍ମ ଗ୍ରହଣ କରିଥିଲେ କମେଡି଼ କିଙ୍ଗ କପିଲ୍ ଶର୍ମା ।  ତାଙ୍କ ବାପା ଜିତେନ୍ଦ୍ର କୁମାର ଜଣେ ହେଟ୍ କନେଷ୍ଟବଳ ଥିଲେ। ଏବଂ ମାଆ ଜଣେ ଗୃହିଣୀ।  ଏପରିକି କପିଲଙ୍କ ଜଣେ ବଡ଼ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ଏକ ମଧ୍ୟବିତ ପରିବାରରୁ ଆସିଥିବାରୁ କପିଲଙ୍କୁ କଳାକ୍ଷେତ୍ରକୁ ଆସିବା ପାଇଁ ବହୁ ସଂଘର୍ସ କରିବାକୁ ପଡି଼ଥିଲା। କ୍ୟାରିୟର ଆରମ୍ଭ କରିବା ପୂର୍ବରୁ କପିଲ୍ ନିଜ ଅଂଚଳରେ ବହୁ ଷ୍ଟେଜ୍ ସୋ କରୁଥିଲେ। ଆଉ ତାଙ୍କର ପ୍ରଥମ ପାରିଶ୍ରମିକ ଥିଲା ୫୦୦ ଟଙ୍କା । କିନ୍ତୁ ଆଜି କପିଲ୍ ଶର୍ମା କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। 

କମେଡି ପାଇଁ ସରକାରୀ ଚାକିରି ଛାଡି଼ଥିଲେ କପିଲ୍:
କପିଲଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିବା ବେଳେ ସେ ନିଜ ପିତାଙ୍କୁ ହରାଇଥିଲେ। କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ପୋଲିସ ବିଭାଗରେ ଚାକିରି ଦିଆଯାଇଥିଲା। ଯାହାକୁ କପିଲ ପ୍ରତ୍ୟାଖ୍ୟାନ କରିଥିଲେ। କମେଡି ମାଧ୍ୟମରେ ଲୋକଙ୍କୁ ହସୁଥିବା କପିଲ ପିଲାଦିନରୁ ଜଣେ ଗାୟକ ହେବାକୁ ଚାହୁଁଥିଲେ । ସେଥିପାଇଁ ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇ ଆସିବା ପରେ ତାଙ୍କ ଜୀବନର ଲକ୍ଷ ବଦଳି ଯାଇଥିଲା।

ଟିଭି ଶୋ’ରେ 10 ଲକ୍ଷ ଜିତିଥିଲେ :
ଛୋଟ ଷ୍ଟେଜ୍ ସୋ କରିବା ପରେ କପିଲ  'ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଂଜ 'ରେ ଭାଗ ନେଇଥିଲେ । ସେ ଏହି ସୋ’ର ତୃତୀୟ ସିଜନ୍ ଜିତିଥିଲେ । ସୋ ଜିତିବା ପାଇଁ କପିଲଙ୍କୁ ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ମିଳିଥିଲା ​। ଏହି ଟଙ୍କାରେ ସେ ନିଜ ବଡ଼ ଭଉଣୀର ବାହାଘର କରିଥିଲେ। ତା’ପରେ କପିଲ ଟିଭିରେ କପିଲଙ୍କ ସହ ତାଙ୍କର କମେଡି ସୋ ’କମେଡି ନାଇଟ୍ସ ଆରମ୍ଭ କରିଥିଲେ ଯାହା ଏକ ବ୍ଲକବଷ୍ଟର ହିଟ୍ ଥିଲା । ଗ୍ରେଟ୍ କପିଲ୍ ସୋ ନାମରେ ଏହି ସୋ ବର୍ତ୍ତମାନ ନେଟଫ୍ଲିକ୍ସରେ ଆସୁଛି । ଏହି ସୋ କପିଲଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା। 

୩୦୦ କୋଟିର ମାଲିକ ହେଉଛନ୍ତି କପିଲ୍ 
ମିଡିଆ ରିପୋର୍ଟ ଅନୁଯାୟୀ କପିଲଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୩୦ କୋଟି ଟଙ୍କା ହେବ। ଏହା ବ୍ୟତିତ କପିଲଙ୍କର ଅନେକ ଲକଜୁରିୟସ୍ କାର ମଧ୍ୟ ରହିଛି। ଏହା ବ୍ୟତିତ କପିଲଙ୍କ ମୁମ୍ବାଇରେ ୧୫ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମଧ୍ୟ ରହିଛି।