April 2024 Upcoming Movies: ଚଳିତ ମାସରେ ରିଲିଜ୍ ହେବ ଏହି ୧୦ଟି ବିଗ୍ ବଜେଟ୍ ଫିଲ୍ମ, ଦେଖନ୍ତୁ ପୂରା ତାଲିକା
Advertisement

April 2024 Upcoming Movies: ଚଳିତ ମାସରେ ରିଲିଜ୍ ହେବ ଏହି ୧୦ଟି ବିଗ୍ ବଜେଟ୍ ଫିଲ୍ମ, ଦେଖନ୍ତୁ ପୂରା ତାଲିକା

April 2024 Upcoming Movies: ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଏହି ମାସରେ ଦର୍ଶକଙ୍କୁ ଢେର୍ ସାରା ମନୋରଂଜନର ଖୋରାକ୍ ଯୋଗାଇବ ୧୦ ହାଇ ବଜେଟ୍ ମୁଭି। ଯଦି ଆପଣ ଏପ୍ରିଲ୍ ମାସରେ ମୁଭି ବା ଫିଲ୍ମ ଦେଖିବା ପାଇଁ କୌଣସି ପ୍ଲାନ୍ କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ନଜର ପକାଇବା କେଉଁ ସବୁ ଫିଲ୍ମ ଏ ମାସରେ ରିଲିଜ୍ ହେବାକୁ ଯାଉଛି।...  

ଅକ୍ଷୟ କୁମାର  ଓ ଟାଇଗର ସରାଫଙ୍କ ଅଭିନିତ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan) ଚଳିତ ମାସ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗରଙ୍କ ଷ୍ଟଣ୍ଟକୁ ଦେଖିବାକୁ ମିଳିବ।  ଚୋରୀ ହୋଇଥିବା ଏଆଇର ଅସ୍ତ୍ରକୁ କିଭଳି ଦୁଇ ଜଣ ଉଦ୍ଧାର କରିବା ପାଇଁ ମିଶନ୍ ଆରମ୍ଭ କରିଛନ୍ତି । ତାହା କାହାଣୀ ଅଟେ। ଏହି ଫିଲ୍ମରେ ଦୁଇ ଜଣଙ୍କୁ ସୈନିକ ଭୂମିକାରେ ଦେଖିବାକୁ ମିଳିବ।  ଆଦିତ୍ୟ ଆବାସ୍ ଜାଫର ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିବା ବେଳେି ନିର୍ମାଣକାରୀ ସଂସ୍ଥା ପୂଜା ଏଣ୍ଟରଟେନମେଣ୍ଟ ରହିଛି (Pooja Entertainment)। ଇଦ୍ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବ।

 ଠିକ୍ ସେହିଦିନ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ (Maidaan) ମଇଦାନ୍ ପରଦାକୁ ଆସିବ। ଏହି ଫିଲ୍ମରେ ଏକ ଭିନ୍ନ ଧରଣର କାହାଣୀ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମଟି ଭାରତୀୟ ଫୁଟବଲ୍ ଟିମର ମହାନ୍ ଖେଳାଳୀ ସୟଦ୍ ଅବଦୁଲ୍ ରହିମ୍ ଙ୍କ ଉପରେ ନିର୍ମିତ। ଲିଡ୍ ଭୂମିକାରେ ନଜର ଆସିବେ ଅଜୟ। ଅମିତ୍ ରବିଦ୍ର ଶର୍ମା (Amit Ravindernath Sharma) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି, ଏପ୍ରିଲ୍ ୫ ତାରିଖରେ ଫିଲ୍ମ 'ଫ୍ୟାମିଲି ଷ୍ଟାର'  (Family Star) ତେଲୁଗୁ, ହିନ୍ଦୀ ଓ ତାମିଲ୍ ଭାଷାରେ ରିଲିଜ୍ ହେବ। ଏହା ଏକ ରୋମାଣ୍ଟିକ୍ କମେଡି ପିଲ୍ମ। ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ତା ଓ ମୂର୍ଣ୍ଣାଲ୍ ଠାକୁର ନଜର ଆସିବେ। 

ଏପ୍ରିଲ୍ ୧୯ରେ ଜାହ୍ନବୀ କପୁର ଓ ରାଜ୍ କୁମାର ରାଓଙ୍କ ଅଭିନୀତ ଫିଲ୍ମ ମିଷ୍ଟର ଆଣ୍ତ ମିସେସ୍ ମାହି ରିଲିଜ୍ ହେବ।  ଏହି ଫିଲ୍ମର ନିର୍ଦ୍ଦେଶକ ସରନ୍ ଶର୍ମା ରହିଛନ୍ତି। ସେହିପରି ତମନ୍ନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ (Aranmanai 4) ଆରନମାନନିଆ ୪ ଚଳିତ ମାସ ୧୧ ତାରିଖରେ ରିଲିଜ୍ ହେବ। ଏହା ଏକ ତାମିଲ୍ କମେଡି ଓ ହରର ଫିଲ୍ମ ଅଟେ। ଅନ୍ୟପଟେ ଏପ୍ରିଲ୍ ୧୯ରେ ବିଦ୍ୟାବାଲନ୍ ଓ ଇଲିଆନା ଡି କ୍ରୁଜ୍ ଙ୍କ ଅଭିନୀତ ଫିଲ୍ମ ( Do Aur Do Pyaar) ଦୋ ଆୈର ଦୋ ପ୍ୟାର୍ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ସେହିଦିନ (Love Sex aur Dhokha 2)ଲଭ୍ ସେକ୍ସ ଆୈର ଧୋକା ରିଲିଜ୍ ହେବ। ସେହିପରି, ଏପ୍ରିଲ ୫ରେ ମଙ୍କି ମ୍ୟାନ୍ (Monkey Man) ବି ରିଲିଜ୍ ହେବାକୁ ଯାଉଛି। ସେହିପରି, ଚଳିତ ମାସ ୨୬ ତାରିଖରେ (Ruslaan) 'ରୁସଲାନ୍' ରିଲିଜ୍ ହେବାକୁ ଯାଇଛି। ଚଳିତ ମାସ ୧୨ ତାରିଖରେ (Amar Singh Chamkila) ନେଟପ୍ଲିକ୍ସରେ ଆସିବ।