Sunny Deol: ‘ରାମାୟଣ’ରେ ଏହି ଭୂମିକାରେ ନଜର ଆସିବେ ସନ୍ନି ଦେଓଲ୍, ଡ଼ିମାଣ୍ତ କଲେ ଏତିକି ଫି’
Advertisement

Sunny Deol: ‘ରାମାୟଣ’ରେ ଏହି ଭୂମିକାରେ ନଜର ଆସିବେ ସନ୍ନି ଦେଓଲ୍, ଡ଼ିମାଣ୍ତ କଲେ ଏତିକି ଫି’

Ramayana:  ଦୀର୍ଘ ତିନି ଦଶନ୍ଧ ଧରି ଅଭିନେତା ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ସୁପର ହିଟ୍ ଫିଲ୍ମ । ନିକଟରେ ସନ୍ନିଙ୍କ ଅଭିନୀତ 'ଗଦ୍ଦର ୨' (Gadar 2 )ବକ୍ସ ଅଫସରେ ଭଲ ବ୍ୟବସାୟ କରିବା ସହ ରେକର୍ଡ଼ କରିଥିଲା । ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ବ୍ଲକ ବାଷ୍ଟର ପ୍ରମାଣିତ ହୋଇଛି । ତେବେ ସନ୍ନି ଦେଓଲ ଖୁବଶୀଘ୍ର ନୀତୀଶ ତିୱାରୀଙ୍କ (Nitesh Tiwari) ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ରେ (Ramayana) ରଣବୀର କପୁରଙ୍କ ସହ ନଜର ଆସିବେ। 

ସୌ(ସୋସିଆଲ ମିଡିଆ)

Sunny Deol Fees for Ramayana: ବଲିଉଡ଼ର ଜଣେ ପ୍ରତିଭାବାନ ଅଭିନେତା ବା ସୁପରଷ୍ଟାର ଭାବେ ବେଶ ଜଣାସୁଣା ସନ୍ନି ଦେଓଲ୍ (Sunny Deol) । ଦୀର୍ଘ ତିନି ଦଶନ୍ଧ ଧରି ଅଭିନେତା ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ସୁପର ହିଟ୍ ଫିଲ୍ମ । ନିକଟରେ ସନ୍ନିଙ୍କ ଅଭିନୀତ 'ଗଦ୍ଦର ୨' (Gadar 2 )ବକ୍ସ ଅଫସରେ ଭଲ ବ୍ୟବସାୟ କରିବା ସହ ରେକର୍ଡ଼ କରିଥିଲା । ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ବ୍ଲକ ବାଷ୍ଟର ପ୍ରମାଣିତ ହୋଇଛି । ତେବେ ସନ୍ନି ଦେଓଲ ଖୁବଶୀଘ୍ର ନୀତୀଶ ତିୱାରୀଙ୍କ (Nitesh Tiwari) ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ରେ (Ramayana) ରଣବୀର କପୁରଙ୍କ ସହ ନଜର ଆସିବେ। ଏସବୁ ଭିତରେ, ବର୍ତ୍ତମାନ ଏକ ନୂଆ ଖବର ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି, ଏହି ପୌରାଣିକ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଭିନୟ ପାଇଁ ସନ୍ନି ବିପୁଳ ଫି’ ଚାର୍ଜ କରିଛନ୍ତି।

ରାମାୟଣ ପାଇଁ ଏତିକି ଟଙ୍କା ଚାର୍ଜ କଲେ ସନ୍ନି ଦେଓଲ?

ନୀତୀଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ (Ramayana) ପ୍ରଭୁ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲଙ୍କୁ କାଷ୍ଟ କରାଯାଇଛି । ସନ୍ନି ରାମାୟଣ ସୁଟିଂ ମଧ୍ୟରେ ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ କରିବାକୁ ଚାହୁଁନାହାଁନ୍ତି । ସେ ଏହି ଫିଲ୍ମରେ ସଂପୂର୍ଣ୍ଣ ଭାବେ ଫୋକସ କରିବାକୁ ଚାହିୁଁଥିବା କହିଛନ୍ତି । ରିପୋର୍ଟରେ କୁହାଯାଇଛି, "ପରଦାରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ ଅଭିନୟ କରିବା ଏକ ବଡ଼ ଦାୟିତ୍ବ ଅଟେ । ତେଣୁ ରାମାୟଣ ସୁଟିଂ ମଧ୍ୟରେ ଅଭିନେତା ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ହନୁମାନଙ୍କ' ଚରିତ୍ରରେ ଅଭିନୟ ପାଇଁ ସନ୍ନଙ୍କୁ ତାଙ୍କ ଫିଗରେ ମଧ୍ଯ ବହୁ ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ 'ପ୍ରଭୁ ହନୁମାନଙ୍କ' (Lord Hanuman) ଭୂମିକାରେ ଅଭିନୟ ପାଇଁ ମୋଟା ଅଙ୍କର ଫି’ ଡ଼ିମାଣ୍ତ କରିଛନ୍ତି ଅଭିନେତା । ମିଳିଥିବା ସୂଚନା  ଅନୁଯାୟୀ, ସନ୍ନି ଏହି ଭୂମିକା ପାଇଁ ପ୍ରାୟ ୪୫ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ସେହିପରି ସାଉଥ ସୁପରଷ୍ଟାର ୟଶ୍ (Super Star Yash )ମଧ୍ଯ ଏହି ଫିଲ୍ମରେ ଅଭିନୟ ପାଇଁ ମୋଟା ଅଙ୍କର ଫି’ ଚାର୍ଜ କରିଥିବା କୁହାଯାଉଛି । ପ୍ରଥମେ ସେ ରାବଣ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ମନା କରିଦେଇଥିଲେ । କିନ୍ତୁ ପରେ ନିର୍ମାତାଙ୍କ ଏହି ଅଫରକୁ ଏଡ଼ାଇ ନପାରି ଅଭିନୟ ନେଇ ରାଜି ହୋଇଥିଲେ ୟଶ । କେଜିଏଫ ପାର୍ଟ-୧ (KGF-1) ଓ ୨ (KGF-2) ହିଟ୍ ହେବା ପରେ ୟଶ ନିଜର ଫି ବଢାଇଛନ୍ତି । ଅଭିନେତା ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ ପାଇଁ ୧୫୦ କୋଟି ଚାର୍ଜ କରିଛନ୍ତି ।

Also Read-Deepika Ranveer: ବିବାହର ୫ ବର୍ଷ ପରେ ଆସିଲା ଦୀପିକା ଓ ରଣବୀରଙ୍କ ବିବାହ ଭିଡ଼ିଓ, ଦେଖନ୍ତୁ

ପ୍ରକାଶ ଥାଉ କି, ରଣବୀର କପୁର (Ranbir Kapoor) ଏହି ଫିଲ୍ମରେ ରାମ ଓ ସାଇ ପଲ୍ଲବୀଙ୍କୁ (Sai pallavi) ସୀତା ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ସୀତା ଭୂମିକା ପାଇଁ ଆଲିଆ ଭଟ୍ଟଙ୍କ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ଆଲିଆଙ୍କ (Alia Bhatt) ପାଖରେ ଏକାଧିକ ପ୍ରଜେକ୍ଟ ଥିବାରୁ ସେ ଏହି ପ୍ରୋଜେକ୍ଟରେ କାମ କରିବେ ନାହିଁ ବୋଲି କହିଥିଲେ । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାନୁଆରୀରୁ ରଣବୀର ଓ ସାଇ ଏହାର ସୁଟିଂ ଆରମ୍ଭ କରିବେ।