Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ଜଲଓ୍ବା, ଦଶମ ଦିନରେ ଆୟ କଲା ଏତେ କୋଟି
Advertisement
Article Detail0/zeeodisha/odisha1875245

Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ଜଲଓ୍ବା, ଦଶମ ଦିନରେ ଆୟ କଲା ଏତେ କୋଟି

Jawan Box Office Collection Day 10: ଶାହାରୁଖ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି। ଫିଲ୍ମଟି ରିଲିଜ୍ ହେବାର ଆଜକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି (Jawan Box Office Collection Day 10) ।  ଫିଲ୍ମଟି ଦ୍ବିତୀୟ ସପ୍ତାହରେ ମଧ୍ୟ ବଡ ରକମର କଲେକସନ୍ କରିଛି । ଶାହାରୁଖଙ୍କ ନୂଆ ଲୁକ୍ ସହିତ ଡାଏଲଗ ଡେଲିଭରୀ ପ୍ରଶଂସକଙ୍କୁ ସିନେମା ପ୍ରତି ଖୁବ ଆକର୍ଷିତ (Attracting) କରୁଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Jawan Box Office Collection Day 10: ଶାହାରୁଖ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି। ଫିଲ୍ମଟି ରିଲିଜ୍ ହେବାର ଆଜକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି (Jawan Box Office Collection Day 10) ।  ଫିଲ୍ମଟି ଦ୍ବିତୀୟ ସପ୍ତାହରେ ମଧ୍ୟ ବଡ ରକମର କଲେକସନ୍ କରିଛି । ଶାହାରୁଖଙ୍କ ନୂଆ ଲୁକ୍ ସହିତ ଡାଏଲଗ ଡେଲିଭରୀ ପ୍ରଶଂସକଙ୍କୁ ସିନେମା ପ୍ରତି ଖୁବ ଆକର୍ଷିତ (Attracting) କରୁଛି । ଶାହାରୁଖଙ୍କ ଜବରଦସ୍ତ ଆକ୍ସନ ଓ ଷ୍ଟାଇଲ (Action and style) ଫ୍ୟାନ୍ସଙ୍କୁ ଦିଓ୍ବାନା କରିଛି।  ସବୁଠୁ ବଡ଼ କଥା ହେଲା ଯେ, ଏହି ଫିଲ୍ମ 'ପଠାନ୍', 'ଗଦ୍ଦର-୨' , 'ବାହୁବଳୀ-୨' ଓ 'କେଜିଏଫ'ର ସମସ୍ତ ରେକର୍ଡ ଭାଙ୍ଗିଛି ।  ଏହାସହିତ ଫିଲ୍ମଟି ୪୦୦ କୋଟି କ୍ଲବରେ ସାମିଲ ହୋଇଛି । ତେବେ, ଏହି ଫିଲ୍ମଟି ନବମ ଦିନରେ ମାତ୍ର ୧୮.୦୧ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦଶମ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ସାକନିକ୍ ରିପୋର୍ଟ ଅନୁଯାୟୀ (According to the report of Sacknilk) ଫିଲ୍ମଟି ରିଲିଜ୍ ହେବାର ଦଶମ ଦିନରେ (ଶନିବାର) ୩୧.୫୦ କୋଟି ରୋଜଗାର କରିଛି । ଏହା ସହିତ ଫିଲ୍ମଟିର ମୋଟ କଲେକସନ୍ ୪୪୦.୪୮ କୋଟିରେ ପହଞ୍ଚିଛି ।  

 

 
 
 
 

 
 
 
 
 
 
 
 
 
 
 

A post shared by Red Chillies Entertainment (@redchilliesent)

'ଜଓ୍ବାନ୍' 'ପଠାନ'ର ରେକର୍ଡ ଭାଙ୍ଗିଲା:
ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ବର୍ଷ ଜାନୁଆରୀ ୨୫ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ'ର ରେକର୍ଡ ଭାଙ୍ଗିଛି 'ଜଓ୍ବାନ୍' । ଏହି ଫିଲ୍ମଟି ରିଲିଜ୍ ହେବାର ଦଶମ ଦିନରେ (ଶନିବାର) ୩୧.୫୦ କୋଟି ରୋଜଗାର କରିଥିବା ବେଳେ 'ପଠାନ'  ରିଲିଜ୍ ହେବାର ଦଶମ ଦିନରେ  ମାତ୍ର ୧୪ କୋଟି ରୋଜଗାର କରିଥିଲା। ତେବେ, ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିବା ଫିଲ୍ମ 'ଜଓ୍ବାନ୍' ସନି ଦେଓଲଙ୍କ 'ଗଦ୍ଦର ୨ 'କୁ ବି ପଛରେ ପକାଇ ଦେଇଛି । 'ଗଦ୍ଦର ୨ '  ରିଲିଜ୍ ହେବାର ଦଶମ ଦିନରେ ୩୯.୯ କୋଟି ଟଙ୍କା ବ୍ୟବସାୟ କରିଥିଲା।

ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବାକୁ ଯାଉଛି କିଙ୍ଗ୍ ଖାନଙ୍କ ଆଗାମୀ ଫିଲ୍ମ  'ଡୁଙ୍କି '
ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ୭ ସେପ୍ଟେମ୍ବରରେ  ମୁକ୍ତିଲାଭ କରିଥିଲା । ରିଲିଜ୍ ହେବାର ଦଶମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । 'ଜୱାନ' ପରେ କିଙ୍ଗ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଡୁଙ୍କି'ରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। 'ଡିଙ୍କି' ଶାହାରୁଖ ଖାନଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହେବ। ତାପସୀ ପନ୍ନୁ ତାଙ୍କ ସହ ଫିଲ୍ମରେ ସ୍କ୍ରିନ୍ ସେୟାର କରୁବେ କିଙ୍ଗ୍ ଖାନ୍।