Indian Idol 14 Winner: ଜିତିଲେ ବୈଭବ, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଟଙ୍କା?
Advertisement
Article Detail0/zeeodisha/odisha2140256

Indian Idol 14 Winner: ଜିତିଲେ ବୈଭବ, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଟଙ୍କା?

Indian Idol 14 Winner: ଘରୋଇ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ଟିଭି ଶୋ' ' ଇଣ୍ତିଆନ୍ ଆଇଡଲ-୧୪'ର (Indian Idol 14) ବିଜେତା ଘୋଷଣ ହୋଇଛି। ଗତକାଲି(ରବିବାର) ଏହି ଶୋର ଗ୍ରାଣ୍ତ ଫିନାଲେ ଥିଲା।  ଏଥିରେ କାନପୁରର ବୌଭବ ଗୁପ୍ତା ବିଜେତା ( Indian Idol 14 Finale Winner Vaibhav Gupta) ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Indian Idol 14 Winner: ଘରୋଇ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ଟିଭି ଶୋ' ' ଇଣ୍ତିଆନ୍ ଆଇଡଲ-୧୪'ର (Indian Idol 14) ବିଜେତା ଘୋଷଣ ହୋଇଛି। ଗତକାଲି(ରବିବାର) ଏହି ଶୋର ଗ୍ରାଣ୍ତ ଫିନାଲେ ଥିଲା।  ଏଥିରେ କାନପୁରର ବୌଭବ ଗୁପ୍ତା ବିଜେତା ( Indian Idol 14 Finale Winner Vaibhav Gupta) ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। ବିଜୟର ମୁକୁଟ ପିନ୍ଧିଥିବା ବୈଭବଙ୍କୁ ' ଇଣ୍ତିଆନ୍ ଆଇଡଲ' ତରଫରୁ ଏକ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବା ସହ ୨୫ ଲକ୍ଷ ଟଙ୍କାର ଏକ ଚେକ୍ , 'ହଟ୍ ଆଣ୍ତ ଟେକି ବ୍ରିଜା'  (Hot and techy Brezza )କାର୍ ପୁରସ୍କାର ସୂରୁପ ପ୍ରଦାନ କରାଯାଇଛି। 

ALSO READ: Heat Wave: ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା, ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା

ସେହିପରି, ପ୍ରଥମ ରନର୍ସ ଅପ୍ ଶୁଭଦୀପ୍ ଦାସ୍ ଚୌଧୁରୀ ହୋଇଥିବା ବେଳେ ଦ୍ବୀତିୟ ରନର୍ସ ଅଫ୍ ପୀୟୁସ୍ ପାଓ୍ବାର ହୋଇଛନ୍ତି। ଉଭୟଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନ୍ୟପଟେ, ଅନନ୍ୟା ପଲ୍ ତୃତୀୟ ରନର୍ସ ଅଫ୍ ହୋଇଛନ୍ତି।  ଏବଂ ତାଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।  ସୂଚନା ଯୋଗ୍ୟ ଯେ,' ଇଣ୍ତିଆନ୍ ଆଇଡଲ ସିଜିନ୍-୧୪'ର ଶ୍ରେୟା ଘୋଷାଲ୍, ବିଶାଲ୍ ଦଦଲାନି ଓ କୁମାର ସାନୁ ଜଜ ରହିଥିଲେ। ଏବଂ ଗ୍ରାଣ୍ତ ଫିନାଲେରେ  ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୋନି ଗମ୍ ଓ ନେହା କକ୍କର ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।