Salman Khans Birthday: ଧୁମଧାମରେ ଜନ୍ମଦିନ ପାଳିଲେ ସୁପରଷ୍ଟାର ସଲମାନ ଖାନ
Advertisement
Article Detail0/zeeodisha/odisha2030601

Salman Khans Birthday: ଧୁମଧାମରେ ଜନ୍ମଦିନ ପାଳିଲେ ସୁପରଷ୍ଟାର ସଲମାନ ଖାନ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ନିଜର ୫୮ତମ ଜନ୍ମଦିନକୁ ପରିବାର ସହିତ ବେଶେଷ ଭାବରେ ପାଳନ କରୁଛନ୍ତି । ଆଜି ଦିନରେ ବଲିଉଡର ଅନେକ କଳାକାର ତଥା ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇଚନ୍ତି । କିଛି କଳାକାର ଓ ପ୍ରଶଂସକମାନେ ସଲମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ସମୟରେ ସୋସିଆଲ ମିଡିଆରେ ମଧ୍ୟ ବିପୁଳ ଶୁଭେଚ୍ଛା ଆସିଛି ବଲିଉଡ

Salman Khans Birthday: ଧୁମଧାମରେ ଜନ୍ମଦିନ ପାଳିଲେ ସୁପରଷ୍ଟାର ସଲମାନ ଖାନ

Salman Khans Birthday: ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ନିଜର ୫୮ତମ ଜନ୍ମଦିନକୁ ପରିବାର ସହିତ ବେଶେଷ ଭାବରେ ପାଳନ କରୁଛନ୍ତି । ଆଜି ଦିନରେ ବଲିଉଡର ଅନେକ କଳାକାର ତଥା ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇଚନ୍ତି । କିଛି କଳାକାର ଓ ପ୍ରଶଂସକମାନେ ସଲମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ସମୟରେ ସୋସିଆଲ ମିଡିଆରେ ମଧ୍ୟ ବିପୁଳ ଶୁଭେଚ୍ଛା ଆସିଛି ବଲିଉଡ ଭାଇଜାନଙ୍କ ପାଖକୁ ।

ଭଣଜା ଆୟତଙ୍କ ସହ କେକ୍ କାଟିଲେ ସଲମାନ
ଅଭିନେତା ସଲମାନ ନିଜ ଭଣଜା ଆୟତଙ୍କ ସହିତ କେକ୍ କାଟି ଜନ୍ମଦିନକୁ ଅତ୍ୟନ୍ତ ଖାସ୍ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ଜନ୍ମଦିନ ପାଳନ ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ତାଙ୍କର ଏହି ବିଶେଷ ଦିନଟିକୁ ପାଳନ କରୁଥିବା ଦେଖିବାକୁ ମିଳିଛି ।

Post- 

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ସଲମାନ ଖାନଙ୍କ ଜନ୍ମଦିନ ପାଳନ ସମୟରେ ବଲିଉଡର ଅନେକ କଳାକାର ତଥା ବବି ଦେୱାଲ, ଆୟୁଷ ଶର୍ମା, ଅର୍ପିତା ଖାନ ଶର୍ମାଙ୍କ ସମେତ ଅନେକ ସେଲିବ୍ରେଟି ଉପସ୍ଥିତ ଥିଲେ । ଅଭିନେତା ବବି ଦେୱାଲ ନିଜ ଇନଷ୍ଟାଗ୍ରାମରେ ସଲମାନଙ୍କ ଜନ୍ମଦିନର ଫଟୋ ସେୟାର କରିଛନ୍ତି । ଫଟୋରେ ବବି ଦେୱାଲ ବର୍ଥଡେ ବୟ ସଲମାନଙ୍କୁ ଚୁମ୍ୱନ ଦେଉଥିବାର ଦେଖିବାକୁ ମିଳିଛି । ଏଥିସହିତ ସଲମାନଙ୍କ ପ୍ରତି ଥିବା ଭଲପାଇବାକୁ ବବି ପରିପ୍ରକାଶ କରିଛନ୍ତି । ବବି ଲେଖିଛନ୍ତି ଯେ, ମାମୁଁ ଆଇ ଲଭ୍ ୟୁ ।

Post- 

 
 
 
 

 
 
 
 
 
 
 
 
 
 
 

A post shared by Bobby Deol (@iambobbydeol)

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ପୂରା ନାମ ହେଉଛି ଅବଦୁଲ ରସିଦ ସଲିମ ସଲମାନ ଖାନ (Abdul Rashid Salim Salman Khan) । ୧୯୬୫ ମସିହା ଡିସେମ୍ୱର ୨୭ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ସଲମାନ ଜନ୍ମଗ୍ରହଣ କରିଥିଲେ । ସଲମାନଙ୍କ ବାପାଙ୍କ ନାମ ସଲିମ ଖାନ ଏବଂ ମାତାଙ୍କ ନାମ ହେଲେନ ।  ସଲମାନଙ୍କ ପରିବାରରେ ତାଙ୍କର ଦୁଇ ଭାଇ ସୋହଲି ଖାନ, ଅରବାଜ ଖାନ ଏବଂ ଭଉଣୀ ଅଲଭିରା ଖାନ ଅଗ୍ନୀହୋତ୍ରୀ ଅଛନ୍ତି । ନିଜ ପରିବାରକୁ ଖୁବ ଭଲ ପାଆନ୍ତି ସଲମାନ । ଫିଲ୍ମ କ୍ୟାରିଅର ଆରମ୍ଭ ପରେ ନିଜର ଦମଦାର ଅଭିନୟ କାରଣରୁ ସଲମାନଙ୍କୁ ମିଳିଥିଲା ବଡ ସଫଳତା । ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟିଦେଇଚାଲିଛନ୍ତି ସଲମାନ ।

Also Read- Flights Delayed: ଘନ କୁହୁଡି କାରଣରୁ ୧୧୦ ବିମାନ ବିଳମ୍ୱ, ୩୦ ଟ୍ରେନ୍ ବାତିଲ

Also Read- Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର