Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ
Advertisement
Article Detail0/zeeodisha/odisha2002572

Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ

Bollywood News: ବଲିଉଡ ସୁପରଷ୍ଟାର ସନ୍ନି ଦେୱଲ ପିତା ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ କେକ୍ କାଟିବା ସମୟରେ ଖୁବ୍ ଭାବ ପ୍ରବଣ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଶଂସକମାନେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ

Bollywood News: ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର ଏବଂ ତାଙ୍କ ୨ ପୁଅ ସନ୍ନି ଓ ବବି ଦେୱାଲ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଧର୍ମେନ୍ଦ୍ରଙ୍କ ପରି ଦୁଇ ପୁଅ ମଧ୍ୟ ବଲିଉଡ ଜଗତରେ ଖୁବ ସୁନାମ ଅର୍ଜନ କରିଛନ୍ତି । ଅନସ୍କିନରେ ସିନେପ୍ରେମୀ ଧର୍ମେନ୍ଦ୍ରଙ୍କ ସହିତ ଶବାନାଙ୍କ ଯୋଡିକୁ ଖୁବ ପସନ୍ଦ କରୁଥିଲେ ।

ଗତକାଲି ଧର୍ମେନ୍ଦ୍ରଙ୍କ ୮୮ତମ ଜନ୍ମଦିନକୁ ଗତକାଲି ଖୁବ ଧୁମଧାମରେ ପାଳନ କରାଯାଇଥିଲା । ପ୍ରଶଂସକମାନେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଧର୍ମେନ୍ଦ୍ରଙ୍କ ଘର ସାମ୍ନାରେ ଏକାଠି ହୋଇଥିଲେ । ଏଥି ସହିତ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହି ସମୟରେ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ମଧ୍ୟ ଉପସ୍ଥିତ ଥିଲେ ।

Post- 

ଜନ୍ମଦିନ ପାଳନ ସମୟରେ ରେକର୍ଡ ହୋଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଧର୍ମେନ୍ଦ୍ର ଜନ୍ମଦିନରେ ପ୍ରଶଂସକଙ୍କ ସହ କେକ୍ କାଟୁଛନ୍ତି । କେବଳ ସେତିକି ନୁହେଁ, ସେହି ସମୟରେ ଭାବପ୍ରବଣତାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଧର୍ମେନ୍ଦ୍ରଙ୍କ ବଡ ପୁଅ ସନ୍ନି ଦେଓଲ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି । ସନ୍ନି ନିଜ ହାତରେ ବାପା ଧର୍ମେନ୍ଦ୍ରଙ୍କୁ କେକ୍ ଖୁଆଇଦେଇଥିଲେ । ଏହି ଭାବପ୍ରବଣର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ଫ୍ରେମରେ ବାପା ପୁଅଙ୍କ ଭଲପାଇବାକୁ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହେଉଛନ୍ତି । କେକ୍ କାଟିବା କାର୍ଯ୍ୟକ୍ରମ ସରିବା ପରେ ସନ୍ନି ଦେୱଲ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଶଂସକଙ୍କ ଗହଣରେ ଏହି ବିଶେଷ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ ।

ଗତକାଲି ଧର୍ମେନ୍ଦ୍ରଙ୍କ ଜନ୍ମଦିନର ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସନ୍ନି ଦେଓଲ, ବବି ଦେଓଲ ଏବଂ ଏଶା ଦେଓଲ । କେବଳ ଏତିକି ନୁହେଁ ଧର୍ମେନ୍ଦ୍ରଙ୍କ ପତ୍ନୀ ଅଭିନେତ୍ରୀ ତଥା ସାଂସଦ ହେମା ମାଳିନି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସ୍ୱାମୀଙ୍କ ପ୍ରତି ଭଲପାଇବା ଦର୍ଶାଇଥିଲେ । 

Also Read- ଦିଲ୍ଲୀରୁ ବିହାର ବୁଲିବାକୁ ଗଲେ ମହିଳା, 'ଟେଲିକମ କମ୍ପାନୀ ପଠାଇଲା ଲକ୍ଷେ ଟଙ୍କାର ରୋମିଂ ବିଲ୍

Also Read- Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ