Happy Birthday Anil Kapoor: ଲାଇଫରେ ସଫଳତା ଦେଇଥିଲା ଏହି ଦୁଇଟି ଫିଲ୍ମ, ନିଜେ ଅନିଲ କଲେ ଖୁଲାସା
Advertisement
Article Detail0/zeeodisha/odisha1499168

Happy Birthday Anil Kapoor: ଲାଇଫରେ ସଫଳତା ଦେଇଥିଲା ଏହି ଦୁଇଟି ଫିଲ୍ମ, ନିଜେ ଅନିଲ କଲେ ଖୁଲାସା

Happy Birthday Anil Kapoor: ବଲିଉଡର ଜଣେ ଭେଟେରାନ ଅଭିନେତା ଅନିଲ କପୁର । ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ୯୦ ଦଶକର ହିରୋ ହେଉଛନ୍ତି ଅନୀଲ କପୁର। କିନ୍ତୁ ସିନେମା ଜଗତରେ ତାଙ୍କ ଅଭିନୟର ଦବଦବା ଆଜିବି ରହିଛି । ଆଜି ସେ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

Happy Birthday Anil Kapoor: ବଲିଉଡର ଜଣେ ଭେଟେରାନ ଅଭିନେତା ଅନିଲ କପୁର । ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ୯୦ ଦଶକର ହିରୋ ହେଉଛନ୍ତି ଅନୀଲ କପୁର। କିନ୍ତୁ ସିନେମା ଜଗତରେ ତାଙ୍କ ଅଭିନୟର ଦବଦବା ଆଜିବି ରହିଛି । ଆଜି ସେ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ୬୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ବି ସେପୁରା ଫିଟ୍ ଓ ୟଙ୍ଗ ପରି ରହିଛନ୍ତି।  ଦର୍ଶକମାନେ ତାଙ୍କ ପ୍ରତ୍ୟକ ଚରିତ୍ରକୁ ଅଧିକ ଭଲ ପାଇବା ଦେଇଛନ୍ତି । ଫିଲ୍ମ 'ତାଲ୍' ଓ 
ଏବଂ 'ସ୍ଲୁମଡୋଗ୍ ମିଲିଅନେୟାର'('Slumdog Millionaire)ଅଭିନେତାଙ୍କୁ ଦେଇଛି ନୂଆ ପରିଚୟ । 

ନିକଟରେ, ଅନିଲ କପୁର କହିଥିଲେ ଯେ 'ତାଲ' ପରଦାରେ ଆସିବାର 23 ବର୍ଷ ବିତିଗଲାଣି। ଏହି ଆଇକନିକ୍ ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ମୁଁ ସବୁବେଳେ ସୁଭାଷ ଘାଇଙ୍କୁ କୃତଜ୍ଞତା ଜଣାଇବି । ମୋର ଭାଗ୍ୟ ମୋତେ ଏହି ଚଳଚ୍ଚିତ୍ର ସହିତ ଯୋଡିଛି, କାରଣ ପୂର୍ବରୁ ଏହି ଚଳଚ୍ଚିତ୍ର ଗୋବିନ୍ଦାଙ୍କୁ ଦିଆଯାଇଥିଲା, କିନ୍ତୁ ସୌଭାଗ୍ୟ ବସତଃ ଫିଲ୍ମଟି ମୋତେ ମିଳି ଯାଇଥିଲା।  ଏହି ଚଳଚ୍ଚିତ୍ରଟି ମୋ କ୍ୟାରିୟର ଏବଂ ମୋ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ଚଳଚ୍ଚିତ୍ରରେ ମୁଁ ଐଶ୍ୱର୍ଯ୍ୟା ରାୟ, ଆଲୋକ ନାଥ, ଅକ୍ଷୟ ଖାନ୍ନାଙ୍କ ସହ ଅନେକ କଳାକାରଙ୍କ ସହ କାମ କରିଥିଲି । ଏହି ଫିଲ୍ମ ସହ ଅନେକ ସ୍କ୍ମତି ରହିଛି । 

ଏହାବି ପଢନ୍ତୁ : Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...

'ତାଲ୍' ଏବଂ 'ସ୍ଲୁମଡଗ୍ ମିଲିଅନେୟାର' ସହ ଯୋଡି ହୋଇଛି ଅନେକ ସ୍ମୃତି : 
ଅନିଲ କହିଛନ୍ତି ଯେ 'ତାଲ' ହେତୁ ତାଙ୍କୁ ସ୍ଲୁମଡୋଗ ମିଲିଅନେୟାର ପରି ଏକ ବଡ ଫିଲ୍ମ ଅଫର କରାଯାଇଥିଲା।  ଏନେଇ ଅଭିନେତା କହିଛନ୍ତି, 'ଏହି ଚଳଚ୍ଚିତ୍ର ମୋ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି। 'ତାଲ'ରେ ମୋର ଅଭିନୟ ଦେଖିବା ପରେ ହିଁ ଡାନି ବଏଲେ ମୋତେ ଓସ୍କାର ବିଜେତା ସ୍ଲୁମଡୋଗ ମିଲିଅନେୟାରେ ଏକ ଭୂମିକା ପ୍ରଦାନ କରିଥିଲେ । ଏଥିପାଇଁ ମୁଁ ସୁଭାଷଙ୍କ ନିକଟରେ କୃତଜ୍ଞ । ମୁଁ ତାଙ୍କ ସହିତ କରିଥିବା ଚାରୋଟି ସୁପରହିଟ୍ ଚଳଚ୍ଚିତ୍ର ପାଇଁ ମୁଁ ତାଙ୍କୁ ସର୍ବଦା ଧନ୍ୟବାଦ ଦେବି ।

ଅନିଲ କପୁର ସାଧାରଣ ଭାବେ ତାଙ୍କ ଜୀବନ ଜୀଅନ୍ତି । ସେ ଜଣେ ଦକ୍ଷ ଅଭିନେତା ହେବା ସହିତ ସେ ଜଣେ ଆଗାମୀ ଷ୍ଟାରଙ୍କ ପାଇଁ ଏକ ଆଦର୍ଶ ମଧ୍ୟ ।  ସେ ନିଜର ଫିଟନେସକୁ ନେଇ ବେଶ ସଚେତନ । ନିଜକୁ ଫିଟ୍ ରଖିବା ପାଇଁ, ପର୍ଯ୍ୟାପ୍ତ ପରିମାଣର ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅନିଲ କପୁର ନିଶ୍ଚିତ ଭାବରେ ସାତରୁ ଆଠ ଘଣ୍ଟା ଶୋଇଥା’ନ୍ତି । ଏହା ପରେ, ଅଭିନେତା ସକାଳେ ପ୍ରଥମେ ଡାର୍ଟ ଖେଳନ୍ତି, ଯାହା ତାଙ୍କୁ ଧ୍ୟାନରେ ରଖିବାରେ ସାହାଯ୍ୟ କରେ । କେବଳ ସେତିକି ନୁହେଁ ଅନୀଲ କପୁର ଦିନରେ ଦେଢ ଘଣ୍ଟା ଜିମ ମଧ୍ୟ କରନ୍ତି ।