Fighter Movie Trailer Release: ସାମ୍ନାକୁ ଆସିଲା ହ୍ରିତିକ-ଦୀପିକାଙ୍କ କେମେଷ୍ଟ୍ରୀ
Advertisement
Article Detail0/zeeodisha/odisha2061242

Fighter Movie Trailer Release: ସାମ୍ନାକୁ ଆସିଲା ହ୍ରିତିକ-ଦୀପିକାଙ୍କ କେମେଷ୍ଟ୍ରୀ

Hrithik roshan And Deepika padukones: ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଥିବା ସିଦ୍ଧାର୍ଥ ଆନନ୍ଦଙ୍କ ସିନେମା ଫାଇଟରର ଟ୍ରେଲର ରିଲିଜ୍ ହୋଇଛି । ସିନେମାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Fighter Movie Trailer Release: ସାମ୍ନାକୁ ଆସିଲା ହ୍ରିତିକ-ଦୀପିକାଙ୍କ କେମେଷ୍ଟ୍ରୀ

Fighter Movie Trailer Release: ବହୁ ଚର୍ଚ୍ଚିତ ତଥା ନୂଆ ହିନ୍ଦୀ ସିନେମା ଫାଇଟରକୁ ନେଇ କ୍ରେଜ୍ ବଢିବାରେ ଲାଗିଛି । କାରଣ ଏହାର ଟ୍ରେଲର ରିଲିଜ୍ ପରେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ (Hrithik roshan And Deepika padukones)ଙ୍କ ନୂଆ କେମେଷ୍ଟ୍ରୀ ସାମ୍ନାକୁ ଆସିଛି । ଦୀର୍ଘ ଦିନ ହେବ ସିନେପ୍ରେମୀ ଫାଇଟର ସିନେମାର ଝଲକ ଦେଖିବା ପାଇଁ ଅପେକ୍ଷା କରିଥିଲେ ବର୍ତ୍ତମାନ ଟ୍ରେଲର ଆସିବା ପରେ ଏଥିରେ ଦେଶ ପ୍ରେମର ଭାବନା ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ।

ସିଦ୍ଧାର୍ଥ ଆନନ୍ଦଙ୍କ ସିନେମା ଫାଇଟ ଜାନୁଆରୀ ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । କିନ୍ତୁ ସିନେମା ରିଲିଜ୍ ପୂର୍ବରୁ ବର୍ତ୍ତମାନ ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ସୁପରଷ୍ଟାର ହ୍ରିତିକ ଏବଂ ଅଭିନେତ୍ରୀ ଦୀପିକାଙ୍କ କେମେଷ୍ଟ୍ରୀ ପ୍ରଥମଥର ପାଇଁ ଦର୍ଶକେ ପରଦାରେ ଦେଖିବାକୁ ଯାଉଥିବାବେଳେ ବର୍ତ୍ତମାନ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।

Video- 

ସିନେମାରେ ଦୀପିକା ଏବଂ ହ୍ରିତିକଙ୍କ ସମେତ ଅନୀଲ କପୁରଙ୍କୁ ଏକ ପ୍ରମୁଖ ଭୂମିକାରେ ଆପଣ ଦେଖିବାକୁ ପାଇବେ । ଭାରତୀୟ ବାୟୁସେନାର ସାମର୍ଥ୍ୟକୁ ସିନେମାରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଇଛି । ଜାନୁଆରୀ ୨୬ ତଥା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏପରି ଏକ ସିନେମା ରିଲିଜ୍ ହେଉଥିବାରୁ ସିନେମାକୁ ନେଇ ପୂରା ଟିମ୍ ଖୁବ ଖୁସି ପ୍ରକାଶ କରିଛି । ଏହି ସିନେମାଟିକୁ ଦେଶର ପ୍ରଥମ ଏରିଆଲ୍ ଆକ୍ସନ୍ ଫିଲ୍ମ ବୋଲି କୁହାଯାଉଛି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଫାଇଟର ମୁଭିରେ ସମୁଦାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଛି । ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ ଫିଲ୍ମ ତାଲିକାରେ IMDb ର ତାଲିକାରେ ଏହା ଶୀର୍ଷ ସ୍ଥାନ ପାଇଛି । ଦେଶଭକ୍ତି ​​ଉପରେ ଆଧାରିତ ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାର କରଣ ସିଂ ଗ୍ରୋଭର, ଅକ୍ଷୟ ଓବରୋଇ, ସଞ୍ଜୀଦା ଶେଖ, ତଲାଟ ଅଜିଜ, ସଞ୍ଜୀବ ଜୈସୱାଲଙ୍କ ଅଭିନୟ ମଧ୍ୟ ଦେଖିପାରିବେ ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ଅଲୋଡ଼ା ଶିଶୁକନ୍ୟା ! ଶୀତରାତିରେ ବସ୍ ଚକା ତଳେ ଶିଶୁକୁ ଛାଡ଼ି ମା' ଫେରାର