Happy Birthday Juhi Chawla: ଜୁହିଙ୍କ ପାଇଁ ପାଗଳ ଥିଲେ ସଲୁମିଆଁ, ଦୁହିଁଙ୍କ ବିବାହକୁ ଭାଙ୍ଗିଥିଲେ ଏହି ଅଭିନେତ୍ରୀଙ୍କ ପିତା
Advertisement
Article Detail0/zeeodisha/odisha1438796

Happy Birthday Juhi Chawla: ଜୁହିଙ୍କ ପାଇଁ ପାଗଳ ଥିଲେ ସଲୁମିଆଁ, ଦୁହିଁଙ୍କ ବିବାହକୁ ଭାଙ୍ଗିଥିଲେ ଏହି ଅଭିନେତ୍ରୀଙ୍କ ପିତା

Happy Birthday Juhi Chawla: ୮୦ ଦଶକର ଅଭିନେତ୍ରୀ ଜୁହି ଚାୱଲା । ଆଜି ତାଙ୍କର ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ । ୧୯୬୭ ଆଜିର ଦିନରେ ଜୁହି ହରିୟାଣାରେ ଜନ୍ମଗ୍ରହଣ କରିଥିଲେ।  ମଡେଲିଂ ଦୁନିଆରେ ନାଁ କରିବା ପରେ ଜୁହି ବଲିଉଡରେ ପାଦ ଦେଇଥିଲେ। 

ସୌଜନ୍ୟ : ସୋସିଆଲ ମିଡିଆ

Happy Birthday Juhi Chawla: ୮୦ ଦଶକର ଅଭିନେତ୍ରୀ ଜୁହି ଚାୱଲା । ଆଜି ତାଙ୍କର ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ । ୧୯୬୭ ଆଜିର ଦିନରେ ଜୁହି ହରିୟାଣାରେ ଜନ୍ମଗ୍ରହଣ କରିଥିଲେ।  ମଡେଲିଂ ଦୁନିଆରେ ନାଁ କରିବା ପରେ ଜୁହି ବଲିଉଡରେ ପାଦ ଦେଇଥିଲେ। ସେ ୧୯୮୭ ମସିହାରେ ସୁଲତାନାତ୍ (Sultanat) ଫିଲ୍ମରେ ଡେବ୍ୟୁ କରିଥିଲେ।ଏହା ପରେ ଜୁହି ଚାୱଲା ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ ।  ଯେଉଁଥିରେ 'ଡାର୍', 'ଦିୱାନା ମସ୍ତାନା', 'ଇଶ୍କ', 'ହମ୍ ହେନ୍ ରହୀ ପ୍ୟାର୍' ଭଳି ଅନେକ ଚଳଚ୍ଚିତ୍ର ସେ ନିଜର ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇଛନ୍ତି । ଜୁହି ଚାୱଲା ୧୯୯୫ ମସିହାରେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ  ବିବାହ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ସଲମାନ ଖାନ ମଧ୍ୟ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଆଜି ଆପଣଙ୍କୁ ଜୁହିଙ୍କ ଜୀବନ ସହିତ ଜଡିତ ଏହି କାହାଣୀ ଉପରେ ଜଣାଇବୁ । 

ସଲମାନ ଖାନ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ :
ବଲିଉଡର ଦବଙ୍ଗ ଖାନ୍ ଙ୍କ ସହ ଅନେକ ଅଭିନେତ୍ରୀଙ୍କ ନାଁ ଜଡିତ ଥିଲା। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ସଲମାନ ଖାନ ଜୁହି ଚାୱଲାଙ୍କ ପ୍ରେମରେ ପଡି ଯାଇଥିଲେ। ଅଭିନେତା ଜୁହିଙ୍କୁ ତାଙ୍କ ହୃଦୟ ଦେଇ ବସିଥିଲେ। କେବଳ ଏତିକି ନୁହେଁ, ସେ ଜୁହିଙ୍କୁ ଜୀବନ ସାଥି କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। କିନ୍ତୁ ଜୁହି ଚାୱଲାଙ୍କ ପିତାଙ୍କ କାରଣରୁ ଏହି ବିବାହ ହୋଇପାରିଲା ନାହିଁ।

ସଲମାନ ଖାନ ଜୁହିଙ୍କ ହାତ ମାଗିବାକୁ ଯାଇଥିଲେ :
ସଲମାନ ଖାନ ଜୁହିଙ୍କୁ ଏତେ ପସନ୍ଦ କରୁଥିଲେ ଯେ,ସେ ଜୁହିଙ୍କ ହାତ ମାଗିବାକୁ ଦିନେ ତାଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ଜୁହି ଚାୱଲାଙ୍କ ପିତା ସଲମାନ ଖାନଙ୍କ ସହ ବିବାହ ନ କରିବାକୁ ରୋକଠୋକ ମନା କରିଦେଇଥିଲେ।  ଏକ ସାକ୍ଷାତକାରରେ ସଲମାନ ଖାନ ନିଜେ ଏହି କଥା କହିଛନ୍ତି। ସଲମାନ ଥରେ କହିଥିଲେ- 'ଜୁହି ବହୁତ ଭଲ , ମୁଁ ତାଙ୍କ ପିତାଙ୍କୁ ମଧ୍ୟ ପଚାରିଥିଲି ଯେ ତୁମେ ଜୁହିଙ୍କୁ ମୋତେ ବିବାହ କରିବାକୁ  ଅନୁମତି ଦେବ କି ? କିନ୍ତୁ ସେ ମନା କରିଦେଲେ। ବୋଧହୁଏ ସେମାନେ ମୋତେ ପସନ୍ଦ କରନ୍ତି ନାହିଁ । ସେମାନେ କେଉଁ ପ୍ରକାରର ଜୁହିଙ୍କ ପାଇଁ ଜୀବନ ସାଥି ଚାହୁଁଥିଲେ ମୁଁ ଜାଣିନି '। 

ଏହିପରି ଜୟ ମେହେଟ୍ଟା ସହ ହୋଇଥିଲା ଜୁହିଙ୍କ ବିବାହ :
ବଲିଉଡରେ ସଫଳତା ପାଇବା ପରେ ଜୁହି,  ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। ୧୯୯୫ ମସିହାରେ ଉଭୟ କାହାକୁ ନ ଜଣାଇ ବିବାହ କରିଥିଲେ । ଜୟ ଏବଂ ଜୁହିଙ୍କ ପ୍ରଥମ ସାକ୍ଷାତ ରାକେଶ ରୋଶନଙ୍କ ଦ୍ବାରା ହୋଇଥିଲା, ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜୁହି ତାଙ୍କ ବିବାହର ୬ ବର୍ଷ ପରେ ସେ ନିଜ ବିବାହକୁ ଅନ୍ୟମାନଙ୍କୁ ଜଣାଇ ନ ଥିଲେ। ଯେତେବେଳେ ଅଭିନେତ୍ରୀ ପ୍ରଥମ ଥର ଗର୍ଭବତୀ ହୋଇଥିଲେ, ସେତେବେଳେ ତାଙ୍କ ବିବାହ କଥା ସାମ୍ନାକୁ ଆସିଥିଲା।