HBD Rajesh khanna And Twinkle Khanna: 'ଅକ୍ଷୟ କୁମାରଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ରାଜେସ ଖାନ୍ନା'
Advertisement
Article Detail0/zeeodisha/odisha1505911

HBD Rajesh khanna And Twinkle Khanna: 'ଅକ୍ଷୟ କୁମାରଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ରାଜେସ ଖାନ୍ନା'

HBD Rajesh khanna And Twinkle Khanna: ବଲିଉଡର କିମ୍ବଦନ୍ତୀ ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା । ଆଜି ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଆଜି ମଧ୍ୟ ଟ୍ୱିଙ୍କଲ ଖାନ୍ନାଙ୍କ ପିତା ରାଜେଶ ଖାନ୍ନାଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ, ଟ୍ୱିଙ୍କଲ୍ ଏବଂ ରାଜେଶ ଖାନ୍ନାଙ୍କ ସହ ଜଡିତ କିଛି ରୋଚକ କଥା ଆମେ ଆପଣଙ୍କୁ କହିବୁ।

HBD Rajesh khanna And Twinkle Khanna: 'ଅକ୍ଷୟ କୁମାରଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ରାଜେସ ଖାନ୍ନା'

HBD Rajesh khanna And Twinkle Khanna: ବଲିଉଡର କିମ୍ବଦନ୍ତୀ ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା । ଆଜି ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଆଜି ମଧ୍ୟ ଟ୍ୱିଙ୍କଲ ଖାନ୍ନାଙ୍କ ପିତା ରାଜେଶ ଖାନ୍ନାଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ, ଟ୍ୱିଙ୍କଲ୍ ଏବଂ ରାଜେଶ ଖାନ୍ନାଙ୍କ ସହ ଜଡିତ କିଛି ରୋଚକ କଥା ଆମେ ଆପଣଙ୍କୁ କହିବୁ। ଯେତେବେଳେ ରାଜେଶ ଖାନ୍ନା ଜଣେ ଜ୍ୟୋତିଷଙ୍କୁ ଭେଟିଥିଲେ ।  ଏବଂ ସେ ଟ୍ୱିଙ୍କଲ ଏବଂ ଅକ୍ଷୟ କୁମାରଙ୍କ ଭବିଷ୍ୟତ ବିଷୟରେ ପଚାରିଥିଲେ । ସେତେବେଳେ ସେ ଉଭୟଙ୍କ ଭବିଷ୍ୟତ ନେଇ ବଡ ଖୁଲାସା କରିଥିଲେ। 

ଟ୍ୱିଙ୍କଲ୍ ଏଭଳି କାହାଣୀ ସେୟାର କରିଥିଲେ :

ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ କହିଥିଲେ ଯେ ଜ୍ୟୋତିଷ ତାଙ୍କ ବିବାହ ବିଷୟରେ ପୂର୍ବାନୁମାନ କରିସାରିଥିଲେ। ଏବଂ ତାହା ମଧ୍ୟ ସତ ହୋଇଛି। ଟ୍ୱିଙ୍କଲ ଖାନ୍ନା ତାଙ୍କ ୱେବସାଇଟ୍ ଟ୍ୱିକ୍ ଇଣ୍ଡିଆ (website Tweak India)ପାଇଁ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଜଣେ ଜ୍ୟୋତିଷ ତାଙ୍କ ପିତା ରାଜେଶ ଖାନ୍ନାଙ୍କ ଆଗରେ ଭବିଷ୍ୟବାଣୀ କରିଥିଲେ ଯେ ସେ ଅକ୍ଷୟ କୁମାରଙ୍କୁ ବିବାହ କରିବେ। ଅଭିନେତ୍ରୀ କହିଥିଲେ ଯେ ସେ ସେତେବେଳେ ଅକ୍ଷୟଙ୍କୁ ମଧ୍ୟ ଜାଣି ନଥିଲେ।

ଜ୍ୟାକି ସରାଫଙ୍କ ସାମ୍ନାରେ ରହସ୍ୟ ଖୋଲିଲା :
ଟ୍ୱିଙ୍କଲ ଖାନ୍ନା ତାଙ୍କ ୱେବସାଇଟ୍ ପାଇଁ ଅଭିନେତା ଜ୍ୟାକି ସରାଫଙ୍କ ଏକ ସାକ୍ଷାତକାର ନେଉଥିଲେ।  ଏହି ସମୟରେ ଟ୍ୱିଙ୍କଲ କହିଛନ୍ତି ଯେ ଜଣେ ଜ୍ୟୋତିଷ ତାଙ୍କ ପିତା ରାଜେଶ ଖାନ୍ନାଙ୍କ ନିକଟକୁ ଆସିଥିଲେ। ଯିଏ ତାଙ୍କ ପିତାଙ୍କୁ କହିଥିଲେ ଯେ ଆପଣଙ୍କ ଝିଅ ଅକ୍ଷୟ କୁମାରଙ୍କୁ ବିବାହ କରିବେ । ଟ୍ୱିଙ୍କଲ କହିଛନ୍ତି ଯେ ସେ ଏହି ସବୁ ଜିନିଷରେ ବିଶ୍ୱାସ କରୁନଥିଲେ, କିନ୍ତୁ ମୋ ବାପା ମୋତେ କିଛି କହିଥଲେ। ଟ୍ୱିଙ୍କଲ କହିଥିଲେ ଯେ ସେ ତାଙ୍କୁ ଭେଟିବାକୁ ଆସୁଥିଲେ।

ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରିନଥିଲେ  :

ଏହି ସବୁ ଜିନିଷରେ ସେ ଅଧିକ ବିଶ୍ୱାସ କରନ୍ତି ନାହିଁ ବୋଲି ଅଭିନେତ୍ରୀ କହିଥିଲେ। ତା’ପରେ ସେ ସେହି ଜ୍ୟୋତିଷଙ୍କୁ କ୍ୟାରିୟର ବିଷୟରେ ପଚାରିଥିଲେ, ଯାହା ଉପରେ ସେ କହିଥିଲେ ଯେ ତୁମେ ଜଣେ ଲେଖକ ହେବ । କିନ୍ତୁ  ଦେଖନ୍ତୁ ଆଜି ସେହି ଜ୍ୟୋତିଷଙ୍କ ସମସ୍ତ କଥା ସତ ହୋଇଛି । ଅକ୍ଷୟ ଏବଂ ମୁଁ ବିବାହ କଲୁ, ଆମର ଦୁଇଟି ସନ୍ତାନ ଅଛି ଏବଂ ମୁଁ ମଧ୍ୟ ଜଣେ ଲେଖକ ହେଲି ବୋଲି କହିଛନ୍ତି ଟ୍ବିଙ୍କଲ । 

ଟ୍ୱିଙ୍କଲ ଖାନ୍ନା ୧୯୯୫ ମସିହାରେ ଫିଲ୍ମ 'ବରସାତ୍' ରୁ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା। ଟ୍ୱିଙ୍କଲ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଡେବ୍ୟୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଟ୍ୱିଙ୍କଲ୍ ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ କୌଣସି ଫିଲ୍ମ ବକ୍ସ ଅଫିସରେ ସେତେ ହିଟ୍ ହୋଇପାରି ନ ଥିଲା। ସେ 'ବରସାତ' , 'ଜାନ', 'ଦିଲ ତେରା ଦେୱାନା', 'ଉଫ ୟେ ମୋହବବତ', 'ଇତିହାସ', 'ଜବ ପ୍ୟାର କିସି ସେ ହୋଟା ହେ', 'ଜୁଲମି', 'ବାଦଶାହ', 'ମେଲା', 'ଚଲ ମେରେ ଭାଇ', 'ଜୋରୁ କା ଗୁଲାମ', 'ଲଭ କେ ଲିୟେ କୁଚ ଭି କରେଗା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥି ସହିତ, ସେ 'ଟିସମାର ଖାନ', 'ଥ୍ୟାଙ୍କ୍ ୟୁ'' , 'ପାଟିଆଲ ହାଉସ', 'ଖିଲାଡି ୭୮୬', ' ୭୨ ମାଇଲସ',ହଲିଡେ ଓ ପ୍ୟାଡମ୍ୟାନ ଭଳି ଚଳଚ୍ଚିତ୍ରରେ ନିର୍ମାତା ଭାବେ କାର୍ଯ୍ୟ କରିଛନ୍ତି।