Telugu Actor Sudheer Varma Suicide: ତେଲୁଗୁ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା, ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଲହରୀ
Advertisement

Telugu Actor Sudheer Varma Suicide: ତେଲୁଗୁ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା, ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଲହରୀ

Telgu Actor Sudheer Varma:  ବିଶାଖାପାଟନମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଟଲିଉଡ ଅଭିନେତା ସୁଧୀର ବର୍ମା

Telugu Actor Sudheer Varma Suicide: ତେଲୁଗୁ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା, ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଲହରୀ

Tollywood Actor sudhir Verma Commited Suicide: ଟଲିଉଡ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ବିଶାଖାପାଟନମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ସହ କାମ କରୁଥିବା ସୁଧାକର ଅଭିନେତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିବା ବେଳେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସହଯୋଗୀ ସୁଧାକର ଟ୍ୱିଟ୍ କରି କହିଛନ୍ତି ଯେ, ଆପଣକୁ ଭେଟିବା ଏବଂ ଆପଣଙ୍କ ସହିତ କାମ କରିବା ଏକ ବଡ଼ ଅନୁଭୂତି ଥିଲା! ବିଶ୍ୱାସ କରିବା କଷ୍ଟସାଧ୍ୟ ଯେ ତୁମେ ଆଉ ଆମ ସହିତ ନାହାଁନ୍ତି! ଓମ୍ ଶାନ୍ତି! 

ତେଲୁଗୁ ଅଭିନେତା ସୁଧୀର ବର୍ମା କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ଦିନ ଧରି ଏହି ଟଲିଉଡ ଅଭିନେତା ଜଣଙ୍କ ମାନସିକ ଚାପରେ ରହିଥିବା କୁହାଯାଉଛି। ତାଙ୍କର ଆକସ୍ମିକ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳାଇ ଦେଇଛି। ତାଙ୍କ ପ୍ରିୟଜନ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ୟକ୍ତିଗତ ଅଭିନେତା ସୁଧୀର ବର୍ମା ଏପରି ଦକ୍ଷେପ ନେଇଥିବା କୁହାଯାଉଛି। ଯଦିଓ ଏହା ସ୍ପଷ୍ଟ ହୋଇନାହିଁ। ମୃତକ ଅଭିନେତାଙ୍କ ଅନ୍ତିମ ସଂସ୍କାର ବିଜଗ ନାମକ ଏକ ସ୍ଥାନରେ ଅନୁଷ୍ଠିତ ହେବ। 

ଗତ ୨୦୧୩ ବର୍ଷରେ ଟଲିଉଡ ଅଭିନେତା ସୁଧୀର ବର୍ମା "ସ୍ୱାମୀ ରା ରା" ନାମକ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ୨୦୧୬ ବର୍ଷରେ ଆସିଥିବା ଚଳଚ୍ଚିତ୍ର "କୁନ୍ଦନାପୁ ବୋମ୍ମା" ତେଲୁଗୁ ଅଭିନେତା ସୁଧୀର ବର୍ମା ବହୁ ପ୍ରସିଦ୍ଧ ଆଣି ଦେଇଥିଲା। ଏହି ଚଳଚ୍ଚିତ୍ର ପାଇଁ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ। କୁହାଯାଉଛି ଯେ ଚଳଚ୍ଚିତ୍ର ଦୁନିଆରେ ସ୍ୱୀକୃତି ପାଇବା ସତ୍ତ୍ୱେ ସୁଧୀର ବର୍ମାଙ୍କୁ ସେତେ ମାତ୍ରାରେ ଫିଲ୍ମ ଅଫର ମିଳିନଥିଲା। ହେଲେ "କୁନ୍ଦନାପୁ ବୋମ୍ମା" ଚଳଚ୍ଚିତ୍ର ପାଇଁ ସୁଧୀର ବର୍ମାଙ୍କୁ ଏବେ ମଧ୍ୟ ମନେ ପକାଯାଏ। ଆଜି ପର୍ଯ୍ୟନ୍ତ ସୁଧୀର ବର୍ମାଙ୍କ ଅଭିନୟ ଜୀବନର ସର୍ବୋତ୍ତମ ଚଳଚ୍ଚିତ୍ର ହୋଇ ରହିଥିଲା। 

ଟଲିଉଡ ଅଭିନେତା ସୁଧୀର ବର୍ମାଙ୍କ ପୂର୍ବରୁ ଗତ ବର୍ଷ ତେଲୁଗୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଅନେକ ଭେଟେରାନ୍ କଳକାରଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷ ଅଭିନେତା ମହେଶ ବାବୁଙ୍କ ପିତା ସୁପରଷ୍ଟାର ଘାଟମେନେ କୃଷ୍ଣଙ୍କ ହୃଦଘାତ କାରଣରୁ ହେତୁ ହୋଇଥିଲା। ଗତ ବର୍ଷ ଆରମ୍ଭର ତାଙ୍କ ବଡ ପୁଅ ରମେଶ ବାବୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଭେଟେରାନ ଅଭିନେତ୍ରୀ ଚାଲାପାଠୀ ରାଓଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା।