Akanksha Dubey Death Case: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲା (Akanksha Dubey Death Case)। ଭୋଜପୁରି ଗାୟକ ସମର ସିଂହ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅଭଯୋଗ ହୋଇଛି । ଗାୟକ ସମର ସିଂହ (singer Samar Singh) ତାଙ୍କ ଭାଇ (Samar Singh brother )ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିନେତ୍ରୀଙ୍କ(actress) ରୁମରୁ ଯଦିଓ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ, ତେବେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୋଲିସ କହିଛି ।
Trending Photos
Akanksha Dubey Death Case: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲା (Akanksha Dubey Death Case)। ଭୋଜପୁରି ଗାୟକ ସମର ସିଂହ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅଭଯୋଗ ହୋଇଛି । ଗାୟକ ସମର ସିଂହ (singer Samar Singh) ତାଙ୍କ ଭାଇ (Samar Singh brother )ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିନେତ୍ରୀଙ୍କ(actress) ରୁମରୁ ଯଦିଓ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ, ତେବେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୋଲିସ କହିଛି । ତେବେ,ଗାୟକ ସମର ସିଂଙ୍କ ସହ ଅଭିନେତ୍ରୀଙ୍କ (actress) ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ଭଦୋହୀ ଜନପଦର ଚୌରି ଥାନା ଅନ୍ତର୍ଗତ ପରସିପୁର ଅଞ୍ଚଳରେ ଆଙ୍କାକ୍ଷାଙ୍କ ଘର।
ଏ-ମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ପୁନମ ଦୁବେ ଆକାଂକ୍ଷାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଯେ-ପର୍ଯ୍ୟନ୍ତ ତୁମେ ବଞ୍ଚିଛ, କେହି ତୁମକୁ ଖୁସି ଦେଖି ପାରିବେ ନାହିଁ। ତୁମକୁ ଆଗକୁ ବଢ଼ୁଥିବା ଦେଖି ପାରିବେ ନାହିଁ। ତୁମେ କାହିଁକି ଖୁସିରେ ଅଛ? ତୁମେ କାହିଁକି ଆଗରେ ଅଛ? ତୁମେ ତାଙ୍କ ସହିତ କାହିଁକି ଅଛ? ତୁମେ କେଉଁଠି ଅଛ? ସମସ୍ତେ ପଚାରନ୍ତି। କିନ୍ତୁ ତୁମେ କେମିତି ଅଛ ? ତୁମ ଜୀବନରେ କ’ଣ ସମସ୍ୟା ରହିଛି? କେହି ଜାଣିବାକୁ ଚାହାଁନ୍ତି ନାହିଁ। ଆଉ ଯଦି କେହି ତୁମ ସହ ସାଙ୍ଗ ହେବାର ଅଭିନୟ କରି ତୁମ ଜୀବନ ବିଷୟରେ ଜାଣିଗଲା, ପରଦିନ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଥିବ। ଚା’ ଓ ପକୁଡି ସହ ତୁମ ବିଷୟରେ ହିଁ ଲୋକେ ଆଲୋଚନା କରୁଥିବେ। ଏ -ଇଣ୍ଡଷ୍ଟ୍ରିରେ କେହି ତୁମ ବନ୍ଧୁ କିମ୍ବା ପ୍ରେମ ନୁହନ୍ତି। ସବୁକିଛି ମିଛ। ତୁମେ ଏହି ଦୁନିଆ ଛାଡିବା ପରେ ସମସ୍ତେ ଚିନ୍ତିତ ହୋଇପଡ଼ି କୁହନ୍ତି, ମୋତେ ତାଙ୍କ ସହ କଥା ହେବାର ଥିଲା। ସେ ସବୁ ମିଛ। ଏ ଦୁନିଆରେ ସବୁ ନକଲି, କେବଳ ମାତପିତାଙ୍କ ଭଲପାଇବା ହିଁ ଅସଲି। ମୁଁ କେବଳ ଏତିକି କହିବେ ଯେ, ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ପୂର୍ବରୁ ଜଣକୁ ନିଜ ମାତପିତାଙ୍କ ବିଷୟରେ ଭାବିବା ଉଚିତ୍। ଆତ୍ମହତ୍ୟା କୌଣସି ଜିନିଷର ସମାଧାନ ନୁହେଁ।
Also Read : Ollywood Producer Arrested: ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୂନ ଲଗାଇ ଗିରଫ ହେଲେ ପ୍ରଡ୍ୟୁସର
Also Read : IPL Season 16: 'ଗୃହଲକ୍ଷ୍ମୀ'କାର୍ଯ୍ୟକ୍ରମର ଆଙ୍କର ଲୋରିଆ କରିବେ ଆଇପିଏଲରେ କମେଣ୍ଟ୍ରି..
ମିଳିଥିବା ସୂଚନା ଅନୁଯାୟୀ,ଆକାଂକ୍ଷା ଦୁବେ(Akanksha Dubey) ଏକ ଫିଲ୍ମର ସୁଟିଂ ପାଇଁ ବାରଣାସୀ ଆସିଥିଲ। କିନ୍ତୁ ରବିବାର ଦିନ ଏକ ଘରୋଇ ହୋଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଆକାଂକ୍ଷାଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ ଆକାଂକ୍ଷା । ଏହାପରେ କ’ଣ ଏମିତି ଘଟିଲା ଯେ,ସେ ଏମିତି ଚରମ ନିଷ୍ପତ୍ତି ନେଲେ? ତେବେ ଏହା ମଧ୍ୟରେ ପୋଲିସ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ଫରେନସିକ୍ ଟିମ୍ ଯାଞ୍ଚ କରି ସାକ୍ଷ୍ୟ ଯୋଗାଡ଼ରେ ଲାଗି ପଡ଼ିଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକାଂକ୍ଷା ସୁଇସାଇଡ୍ କରିଥିବା ରୁମ ଭିତରପଟୁ ବନ୍ଦ ଥିଲା । ମାତ୍ର ଓଢ଼ଣୀ ସହିତ ବେଡରେ ବସିଥିବା ଅବସ୍ଥାରେ ଶବ ମିଳିଥିଲା । ଏହା ନିଶ୍ଚିତ ଭାବେ ଯାଞ୍ଚ ପରେ ଜଣାପଡ଼ିବ । ମାର୍ଚ୍ଚ ୨୫ ରାତି ୮ଟା ୩୦ରେ ଆକାଂକ୍ଷା ହୋଟେଲ ବାହାରକୁ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଇଥିଲେ । ପରେ ବିଳମ୍ବିତ ରାତି ପାଖାପାଖି ୧.୫୫ ସମୟରେ ସେ ହୋଟେଲକୁ ଫେରିଥିଲେ । ଏହାପରେ ସେ ତାଙ୍କର କେୟାର ଟେକରଙ୍କୁ ରୁମର ଚାବି ମାଗିଥିଲେ । ଏହାପରେ ସେ ଚାବି ନେଇ ନିଜ ରୁମକୁ ଚାଲିଯାଇଥିଲେ ।
ତେବେ ଏହା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଏକ ବଡ଼ ବୟାନ ଦେଇଛନ୍ତି । ପାର୍ଟି ସରିବା ପରେ ଅଭିନେତ୍ରୀଙ୍କୁ ଜଣେ ଯୁବକ ଛାଡ଼ିବାକୁ ଆସି ୧୭ ମିନିଟ ପର୍ଯ୍ୟନ୍ତ ରହିଥିଲେ । ରାତି ୨.୨୫ରେ ଆକାଂକ୍ଷା ଇନଷ୍ଟାରେ ଲାଇଭ୍ ଆସିଥିଲେ । ପାର୍ଟିରେ କେଉଁମାନେ ସାମିଲ ଥିଲେ, ସେଠାରେ ଏପରି କ’ଣ ଘଟିଲା ଯେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଲେ? ଏପରିକି ତାଙ୍କୁ ଛାଡ଼ିବାକୁ ଆସିଥିବା ଯୁବକ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥାଇପାରେ । ଆତ୍ମହତ୍ୟା କରିବା ପାଇଁ ଆକାଂକ୍ଷାଙ୍କୁ କିଏ ବାଧ୍ୟ କରିଥିଲା କି, ଏହା ସବୁ ତଦନ୍ତ ପରେ ଜଣାପଡ଼ିବ ।
ତେବେ,ଅଭିନେତ୍ରୀ ଜଣକ ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆକାଂକ୍ଷା “ବୀରୋ କେ ବୀର” ଓ 'କସାମ ପୈଦା କରନେ ୱାଲ୍ କି -୨' ଭଳି ହିଟ୍ ଫିଲ୍ମରେ କାମ କରିଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି଼ନାହିଁ। ସୋସିଆଲ ମିଡିଆରେ ଆକାଂକ୍ଷା ଦୁବେ ବେଶ ଚର୍ଚ୍ଚିତ ଚେହେରା ଥିଲେ। କୁହାଯାଏ ଯେ ଆକାଂକ୍ଷା ଦୁବେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ମୁମ୍ବାଇରୁ ଆରମ୍ଭ କରିଥିଲେ। ଯଦିଓ ତାଙ୍କ ପିତାମାତା ତାଙ୍କୁ IAS କରିବାକୁ ଚାହୁଁଥିଲେ । କିନ୍ତୁ ପିଲାଦିନରୁ ସେ ନୃତ୍ୟ ଓ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଭୋଜପୁରୀ ଇଣ୍ତଷ୍ଟ୍ରିରେ ପାଦ ରଖିଥିଲେ । ତେବେ ଅଭିନେତ୍ରୀ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ମୃତ୍ୟୁରେ ସବ୍ଧ ହୋଇଯାଇଛି ଭୋଜପୁରୀ ପୂରା ଇଣ୍ତଷ୍ଟ୍ରି( Bhojpuri Industry)। ୨୦୧୮ ମସିହାରେ, ଆକାଂକ୍ଷା ଦୁବେ ଡ଼ିପ୍ରେସନର ଶିକାର ହୋଇଥିଲେ,ଫଳରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ପରେ ତାଙ୍କ ମା’ଙ୍କ ପ୍ରେରଣା ପରେ ଅଭିନେତ୍ରୀ ପୁଣିଥରେ ଇଣ୍ଡଷ୍ଟ୍ରିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
Also Read : Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର
Also Read : Ravi Kishan: ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଏବେ ସେ ସକ୍ରିୟ ରାଜନେତା
Also Read : Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍
Also Read : Tejashwi Yadav: କନ୍ୟା ସନ୍ତାନର ବାପା ହେଲେ ବିହାର ଉପମୁଖ୍ୟମନ୍ତ୍ରୀ, ଟ୍ୱିଟ କରି ଜଣାଇଲେ ଖୁସି ଖବର