ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ
Advertisement

ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ

ପୂର୍ବରୁ ଓଲିଉଡର ଅନେକ କଳାକାର ରାଜନୀତିରେ ସଫଳତାର ସହ ଆଗକୁ ବଢିଥିବାବେଳେ ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛି ଓଡ଼ିଆ ଯାତ୍ରା ଜଗତ ତଥା ଜଲିଉଡ୍ । ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ୨୯ଜଣ ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ପୂର୍ବରୁ ଓଲିଉଡର ଅନେକ କଳାକାର ରାଜନୀତିରେ ସଫଳତାର ସହ ଆଗକୁ ବଢିଥିବାବେଳେ ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛି ଓଡ଼ିଆ ଯାତ୍ରା ଜଗତ ତଥା ଜଲିଉଡ୍ । ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ୨୯ଜଣ ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି ।

ସୂଚନା ମୁତାବକ, ବିଜୁ ଜନତା ଦଳର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ କଳାକାରମାନେ ବିଜୁ ଜନତା ଦଳରେ ମିଶିଥିବା କହିଛନ୍ତି । ଯାତ୍ରା କଳାକାରଙ୍କ ମଧ୍ୟରେ ରହିଛନ୍ତି ଖଳନାୟକ ଭୂମିକାରେ ଓଡ଼ିଶାରେ ଘରେ ଘରେ ପରିଚିତ ଥିବା ବରିଷ୍ଠ ଅଭିନେତା ଦୈତାରୀ ପଣ୍ଡା ଏବଂ ବାପି ପଣ୍ଡା । କେବଳ ସେତିକି ନୁହେଁ , ଅନ୍ୟ କଳାକାରଙ୍କ ମଧ୍ୟରେ ଚୈତନ୍ୟ ପାଇକ, ସୁବାସ ବେହେରା, ଶିବରାମ ପଣ୍ଡା, ରମେଶ ନାୟକଙ୍କ ସହ ଆହୁରୀ ଅନେକ କଳାକାର । ଆଜିର ଏହି ମିଶ୍ରଣ ପର୍ବରେ ବିଜେଡି ବିଧାୟକ ଦେବୀ ମିଶ୍ର ଏବଂ ସାଂସଦ ମାନସ ମଙ୍ଗରାଜ ଏବଂ ଅମର ପଟ୍ଟନାୟକ ଉପସ୍ଥିତ ଥିଲେ । ଯାତ୍ରା କଳାକାରଙ୍କ ମିଶ୍ରଣ ନିଶ୍ଚିତ ଭାବରେ ଦଳ ପାଇଁ ଲାଭଦାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Also Read- ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର

Also Read- February Grah Gochar 2024: ଫେବୃଆରୀରେ କେଉଁ ଗ୍ରହ ଚଳନ କେଉଁ ରାଶିର ଫିଟାଇବ ଭାଗ୍ୟ, ଜାଣନ୍ତୁ...