Central Government Jobs 2024: ସୁପ୍ରିମକୋର୍ଟରେ ବାହାରିଲା ଚାକିରି, ଆଜିହିଁ କରନ୍ତୁ ଆବେଦନ
Advertisement

Central Government Jobs 2024: ସୁପ୍ରିମକୋର୍ଟରେ ବାହାରିଲା ଚାକିରି, ଆଜିହିଁ କରନ୍ତୁ ଆବେଦନ

Supreme Court Recruitment 2024: ସରକାରୀ ଚାକିରି ଆଶାୟୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ଏକ ଖୁସି ଖବର। ସୁପ୍ରିମ୍ କୋର୍ଟ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷକରି ପ୍ରାର୍ଥୀଙ୍କୁ, ଲ ' କ୍ଲର୍କ କମ୍ ରିସର୍ଚ୍ଚ ଆସୋସିଏଟ୍ ପଦରେ (Law Clerk-cum-Research Associates posts) ନିଯୁକ୍ତି ଦିଆଯିବ । 

Central Government Jobs 2024: ସୁପ୍ରିମକୋର୍ଟରେ ବାହାରିଲା ଚାକିରି, ଆଜିହିଁ କରନ୍ତୁ ଆବେଦନ

Supreme Court Recruitment 2024: ସରକାରୀ ଚାକିରି ଆଶାୟୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ଏକ ଖୁସି ଖବର। ସୁପ୍ରିମ୍ କୋର୍ଟ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷକରି ପ୍ରାର୍ଥୀଙ୍କୁ, ଲ ' କ୍ଲର୍କ କମ୍ ରିସର୍ଚ୍ଚ ଆସୋସିଏଟ୍ ପଦରେ (Law Clerk-cum-Research Associates posts) ନିଯୁକ୍ତି ଦିଆଯିବ । ଯେଉଁମାନେ ଏହି ସେଣ୍ଟ୍ରାଲ୍ ଗଭମେଣ୍ଟ ଚାକିରି ପାଇଁ ଆଶାୟୀ ଅଛନ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଦୀୟ ସମସ୍ତ ଟିକନିକ୍ ତଥ୍ୟ ପାଇପାରିବେ। ଆବେଦନ ପ୍ରକ୍ରିୟା ଅନଲାଇନ୍ ମୋଡ୍ ରେ ଆରମ୍ଭ ହୋଇଛି।   

ALSO READ : Odisha News: BSKYର ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

ଆବେଦନ ତାରିଖ:
-ଜାନୁଆରୀ  ୨୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। 
-ଫେବୃଆରୀ  ୧୫ ତାରିଖ ଆବେଦନର ଶେଷ ତାରିଖ । 
- ମାର୍ଚ୍ଚ ମାସ ୧୦ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । 
-ପରୀକ୍ଷାର ପରଦିନ ଅର୍ଥାତ ୧୧ ତାରିଖରେ ଆନସର କି’ ଜାରି କରାଯିବ । 
-୧୨ ତାରିଖରେ ପ୍ରାର୍ଥୀମାନେ ନିଜ ନିଜର ଅଭିଯୋଗ ଅପଲୋଡ୍ କରିପାରିବେ ।
-ଏଥିପାଇଁ ପ୍ରାର୍ଥୀଙ୍କୁ ଅନଲାଇନ୍ ମୋଡ଼ରେ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । 
-ଚଳିତ ବର୍ଷ ଫେବୃଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । -ପ୍ରାର୍ଥୀ ଲ’ରେ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । 

ମୋଟ୍ ପଦବୀ ସଂଖ୍ୟା:
-ମୋଟ ୯୦ଟି ପଦ ଖାଲି ରହିଛି ।
-ଭୁବନେଶ୍ୱର ସମେତ ଦେଶର ୨୩ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯିବ । 
-ତେଣୁ ଓଡ଼ିଶାର ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: https://jobapply.in/supremeCourtLawClerk2024/

ନୋଟିଫିକେସନ ଲିଙ୍କ: https://main.sci.gov.in/pdf/recruitment/24012024_113440.pdf