SBI Recruitment 2023: SBIରେ ବାହାରିଲା ବମ୍ପର ନିଯୁକ୍ତି, ଆଜିହିଁ କରନ୍ତୁ ଆବେଦନ
Advertisement

SBI Recruitment 2023: SBIରେ ବାହାରିଲା ବମ୍ପର ନିଯୁକ୍ତି, ଆଜିହିଁ କରନ୍ତୁ ଆବେଦନ

SBI Recruitment 2023: ଆଶାୟୀଙ୍କ ପାଇଁ ଖୁସି ଖବର। ଦେଶର ସର୍ବବୃହତ ଏସବିଆଇ (SBI BANK) ବ୍ୟାଙ୍କରେ ବାହାରିଲା ବମ୍ପର ନିଯୁକ୍ତି । ଆଜିହିଁ କରନ୍ତୁ ଆବେଦନ। ଯଦି ଆପଣ ବ୍ୟାଙ୍କିଂ କ୍ଷେତ୍ରରେ ନିଜ କ୍ୟାରିୟର ଗଢି ତୋଳିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ, ଏହି ଖବର ଖାସ୍ ଆପଣଙ୍କ ପାଇଁ । 

SBI Recruitment 2023: SBIରେ ବାହାରିଲା ବମ୍ପର ନିଯୁକ୍ତି, ଆଜିହିଁ କରନ୍ତୁ ଆବେଦନ

SBI Recruitment 2023: ଆଶାୟୀଙ୍କ ପାଇଁ ଖୁସି ଖବର। ଦେଶର ସର୍ବବୃହତ ଏସବିଆଇ (SBI BANK) ବ୍ୟାଙ୍କରେ ବାହାରିଲା ବମ୍ପର ନିଯୁକ୍ତି । ଆଜିହିଁ କରନ୍ତୁ ଆବେଦନ। ଯଦି ଆପଣ ବ୍ୟାଙ୍କିଂ କ୍ଷେତ୍ରରେ ନିଜ କ୍ୟାରିୟର ଗଢି ତୋଳିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ, ଏହି ଖବର ଖାସ୍ ଆପଣଙ୍କ ପାଇଁ ।  ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୮୨୮୩ଟି ପଦରେ ( 8283 vacancies) ନିଯୁକ୍ତି ଦିଆଯିବ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ କ୍ଲର୍କ (Sbi Clerk)ପଦ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଅଧିକ ତଥ୍ୟ ପାଇପାରିବେ। 

Also Read: Odisha News: ବାପା ସହ ଯାଇଥିଲେ ଫସଲ ଜଗିବାକୁ , ହେଲେ ଫେରିବା ବାଟରେ ...

ଜାଣନ୍ତୁ ଶେଷ ତାରିଖ କେବେ? 
କ୍ଲର୍କ (Sbi Clerk Recruitment 2023) ପଦବୀ ପାଇଁ ଅନଲାଇନ୍ ଯୋଗେ ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଇଥିଲା। ଡିସେମ୍ବର ୭ ଥିଲା ଆବେଦନର ଶେଷ ତାରିଖ। ପରେ ଏହାରେ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଏବଂ ଡିସେମ୍ବର ୧୦ (ଆଜି) ହେଉଛି ଆବେଦନର ଶେଷ ତାରିଖ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଅନଲାଇନ୍ ଆବେଦନ ଶେଷ ହେବା ପରେ, ଆସନ୍ତାମାସ(ଜାନୁଆରୀ)ରେ  ପ୍ରିମିଲିନାରୀ ଓ ଫେବୃଆରୀ ମାସରେ ମେନ୍ସ ପରୀକ୍ଷା ହେବ । 

ବୟସ ସୀମା:
ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ ।  ଏସସି, ଏସଟି, ଓବିସି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା: ଆଶାୟୀମାନେ ଯୁକ୍ତ ତିନି ପାସ୍ କରିଥିବା ଆବଶ୍ୟକ । ଏହାସହିତ  ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ଓବିସି ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ପଇଠ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସସି ,ଏସଟି , ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । 

ଅଫିସିଆଲ ୱେବସାଇଟ୍ ର ଲିଙ୍କ: https://sbi.co.in/

ଅନଲାଇନ୍ ଆବେଦନର ଲିଙ୍କ: https://ibpsonline.ibps.in/sbijaoct23/

ନୋଟିଫିକେସନର ଲିଙ୍କ: https://sbi.co.in/documents/77530/36548767/161123-JA+2023-Detailed+Advt....