NEET UG 2022 Result: ଆଜି ଆସିବ final answer key, ଜାଣନ୍ତୁ କଟଅଫ୍ ଓ କାଉନସେଲିଂ ତାରିଖ
Advertisement
Article Detail0/zeeodisha/odisha1341433

NEET UG 2022 Result: ଆଜି ଆସିବ final answer key, ଜାଣନ୍ତୁ କଟଅଫ୍ ଓ କାଉନସେଲିଂ ତାରିଖ

NEET UG 2022 Result:  NEET UG 2022 ସ୍କୋରକାର୍ଡରେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବିବରଣୀ, ବିଷୟ ଅନୁଯାୟୀ ସ୍କୋର, ମୋଟ ସ୍କୋର, ଅଲ ଇଣ୍ଡିଆ କୋଟା (AIQ) ରାଙ୍କ ଏବଂ ଶତକଡ଼ା ମାର୍କ ଉଲ୍ଲେଖ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୮ରେ NTA ଅଫିସିଆଲ୍ ୱେବସାଇଟରେ NEET 2022 final answer key ମଧ୍ୟ ପ୍ରକାଶ କରିବ। ଚଳିତ ବର୍ଷ ଏକକ ବୃହତ UG ମେଡିକାଲ ପ୍ରବେଶିକା ପରୀକ୍ଷା ଗତ ୧୭ ଜୁଲାଇ ୨୦୨୨ରେ ଅଫଲାଇନ ମୋଡରେ ଅନୁଷ୍ଠିତ ହୋଇଥିଲା।

NEET UG 2022 Result: ଆଜି ଆସିବ final answer key, ଜାଣନ୍ତୁ କଟଅଫ୍ ଓ କାଉନସେଲିଂ ତାରିଖ

NEET UG 2022 Result: ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) neet.nta.nic.in ରେ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ସ୍ନାତକୋତ୍ତର (NEET UG 2022) ଘୋଷଣା କରିଛି। ଫଳାଫଳ ସହିତ, NEET 2022 ପାଇଁ କଟଅଫ୍ ମଧ୍ୟ ପ୍ରକାଶ ପାଇଛି। ରାଜସ୍ଥାନର ତନିସ୍କା NEET UG 2022 ରେ AIR 1, ଭାତସା ଆଶିଷ ବାତ୍ରା AIR 2 ଏବଂ ହ୍ରିଷିକେଶ ନାଗଭୂଷଣ ଗାଙ୍ଗୁଲେ AIR 3 ହାସଲ କରିଛନ୍ତି। 

NEET UG 2022 ସ୍କୋରକାର୍ଡରେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବିବରଣୀ, ବିଷୟ ଅନୁଯାୟୀ ସ୍କୋର, ମୋଟ ସ୍କୋର, ଅଲ ଇଣ୍ଡିଆ କୋଟା (AIQ) ରାଙ୍କ ଏବଂ ଶତକଡ଼ା ମାର୍କ ଉଲ୍ଲେଖ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୮ରେ NTA ଅଫିସିଆଲ୍ ୱେବସାଇଟରେ NEET 2022 final answer key ମଧ୍ୟ ପ୍ରକାଶ କରିବ। ଚଳିତ ବର୍ଷ ଏକକ ବୃହତ UG ମେଡିକାଲ ପ୍ରବେଶିକା ପରୀକ୍ଷା ଗତ ୧୭ ଜୁଲାଇ ୨୦୨୨ରେ ଅଫଲାଇନ ମୋଡରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୭୫୦ଟି କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ଛାତ୍ର NEET UG 2022 ପରୀକ୍ଷା ଦେଇଥିଲେ। ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୧୮ ଲକ୍ଷ ୭୨ ହଜାର ୩୪୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ, ସେଥିମଧ୍ୟରୁ ୧୬ ଲକ୍ଷ ୧୪ ହଜାର ୭୭୭ ଜଣ ଆଶାୟୀ ପରୀକ୍ଷାରେ ଉପସ୍ଥିତ ଥିଲେ। 

Also Read: ବିଜୁଳିକୁ ଅଟକାଇଦେଲା କୁକୁଡା, ଦୁଇ ମାସ ହେଲା ଅନ୍ଧାରରେ ରହିଛି ଗାଁ

NEET 2022 ଫଳାଫଳକୁ ଆଧାର କରି ୬୧୨ ମେଡିକାଲ ଏବଂ ୩୧୭ ଡେଣ୍ଟାଲ କଲେଜରେ ପ୍ରାୟ ୯୧ ହଜାର ୯୨୭ଟି MBBS, ୨୭ ହଜାର ୬୯୮ଟି BDS, ୫୨ ହଜାର ୭୨୦ଟି AYSH ସିଟ୍ ଏବଂ ୬୦୩ଟି BVSc & AH ସିଟ୍ ପ୍ରଦାନ କରାଯିବ। NEET UG 2022 ଫଳାଫଳ ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ବର୍ତ୍ତମାନ NEET କାଉନସେଲିଂରେ ଭାଗ ନେବାକୁ ପଡିବ, ଯାହା ମେଡିକାଲ କାଉନସେଲିଂ କମିଟି (MCC) ଦ୍ୱାରା ୧୫% ଅଲ ଇଣ୍ଡିଆ କୋଟା ସିଟ୍ ପାଇଁ ପରିଚାଳିତ ହେବ। ବଳକା ୮୫% ରାଜ୍ୟ କୋଟା ସିଟ୍ ପାଇଁ କାଉନସେଲିଂ ସଂପୃକ୍ତ ରାଜ୍ୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେବ। ତେବେ କାଉନସେଲିଂ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।

ଏଥର NEETରେ ସର୍ବାଧିକ ୭୨୦ରୁ ଟପ୍ପର ୭୧୫ ମାର୍କ ରଖିଛନ୍ତି।ତେବେ ଆସନ୍ତୁ ଜାଣିବା NTA କେତେ କଟଅଫ୍ ରଖିଛି-

fallback

ମୋଟ ୯ ଲକ୍ଷ ୯୩ ହଜାର ୬୯ ପ୍ରାର୍ଥୀ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୨୯ ହଜାର ୬୦ ପୁରୁଷ ଏବଂ ୭ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି। ବିହାରରୁ ସର୍ବାଧିକ ୫୫ ହଜାର ୭୦୯ ଜଣ NEET UG 2022ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶୀର୍ଷ ୫ରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କର ମାର୍କ ୭୧୫ ରହିଛି। ଏଥର ଓଡିଆରେ ପରୀକ୍ଷା ପାଇଁ ମାତ୍ର ୮୨୨ ଜଣ ପଞ୍ଜିକରଣ କରିଥିଲେ। ତେବେ ଲଗାତର ଏହି ସଂଖ୍ୟା ହ୍ରାସ ପାଉଛି। ୨୦୧୯ରେ ଓଡିଆ ପାଇଁ ପଞ୍ଜିକରଣ କରିଥିବା ଆଶାୟୀଙ୍କ ସଂଖ୍ୟା ୩୧ ହଜାର ୪୯୦ ଥିଲା।