Job Vacancy: ଦଶମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ, ୨୧ ହଜାରରୁ ଆରମ୍ଭ ହୋଇ ୮୦ ହଜାର ପର୍ଯ୍ୟନ୍ତ ମିଳିବ ଦରମା..
Advertisement
Article Detail0/zeeodisha/odisha1940663

Job Vacancy: ଦଶମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ, ୨୧ ହଜାରରୁ ଆରମ୍ଭ ହୋଇ ୮୦ ହଜାର ପର୍ଯ୍ୟନ୍ତ ମିଳିବ ଦରମା..

Job Vacancy: ପୋଲିସ ଚାକିରି କରିବାକୁ ଚାହୁଁଥିବା ଯୁବକ-ଯୁବତୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) ରେ ସ୍ପୋର୍ଟସ୍ କୋଟା ଅଧୀନରେ ଏବେ କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି ପାଇଁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଏହି ପୋଷ୍ଟ ପାଇଁ ନା କେବଳ ପୁରୁଷ ପ୍ରାର୍ଥୀ ବରଂ ମହିଳା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ITBP ର ଅଫିସିଆଲ୍ ୱେବସାଇଟ୍ recruitment.itbpolice.nic.in କୁ ଗସ୍ତ କରି ଅନ୍‌ଲାଇନ୍ ଆବେଦନ କରିପାରିବେ। ଏହି ପଦବି ପାଇଁ ଆବେଦନର ପ୍ରକ୍ରିୟା ନଭେମ୍ବର ୧୩ ତାରିକରୁ ଆରମ୍ଭ ହୋଇ ନଭେମ୍ବର ୨୮ ତାରିଖରେ ଶେଷ ହେବ। ଏଥିପାଇଁ ଖାଲି ପଡ଼ିଥିବା ପଦବୀଗୁଡ଼ିକ ହେଉଛି: ଆଥ୍‌ଲେଟିକ୍ସ (ପୁରୁଷ ୨୭ଟି ପୋଷ୍ଟ, ମହିଳା ୧୫ଟି ପୋଷ୍ଟ), ଆକ୍ୱାଟିକ୍(ପୁରୁଷ ୩୯ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ), ଅଶ୍ୱାରୋହୀ(ପୁରୁଷ ୮ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ), ସ୍ପୋର୍ଟ୍ସ ଶୁଟିଂ(ପୁରୁଷ ୨୦ଟି ପୋଷ୍ଟ, ମହିଳା ୧୫ଟି ପୋଷ୍ଟ), ବକ୍ସିଂ(ପୁରୁଷଙ୍କ ପାଇଁ ୧୩ଟି ପୋଷ୍ଟ, ମହିଳାଙ୍କ ପାଇଁ ୮ଟି ପୋଷ୍ଟ), ଫୁଟବଲ୍(ପୁରୁଷ ୧୯ଟି ପୋଷ୍ଟ, ମହିଳାମାନଙ୍କ ପାଇଁ ଖାଲି ନାହିଁ), ଜିମ୍ନାଷ୍ଟିକ୍(ପୁରୁଷ ୧୨ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ), ଏହିପରି ମୋଟ ୨୪୮ ପଦ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ।

ଯୋଗ୍ୟତା: ତେବେ ଆବେଦର କରିବାକୁ ଚାହୁଁଥିବା ଯୁବକ-ଯୁବତୀମାନେ ଯେକୌଣସି ଏକ ସ୍ୱୀକୃତିପାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ କିମ୍ବା ଉପରୋକ୍ତ ପୋଷ୍ଟ ପାଇଁ ସେମାନଙ୍କ ପାଖରେ କୌଣସି ଖେଳର କୋଟା ଥିଲେ ବି ଚଳିବ। ଏଥିପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଓ ସର୍ବାଧିକ ବୟସ ସୀମା ୨୩ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ:

UR / OBC / EWS ବର୍ଗ ପ୍ରାର୍ଥୀଙ୍କ ପାଇଁ-୧୦୦ଟଙ୍କା

SC/ST- ଦେୟ ମୁକ୍ତ

ଦରମା: ଏହି ପଦବୀ ପାଇଁ ସର୍ବନିମ୍ନ ମାସିକ ଦରମା ୨୧ ହଜାର ୭୦୦ ଟଙ୍କା ଓ ସର୍ବାଧିକ ଦରମା ୭୯ ହଜାର ୧୦୦ ଟଙ୍କା ମିଳିବ।

କିପରି କରିବେ ଆବେଦନ? ପ୍ରଥମେ ଆପଣ ଅଫିସିଆଲ୍ ୱେବସାଇଟ୍ recrutement.itbpolice.nic.in କୁ ଯାଆନ୍ତୁ। ତା’ ପରେ ନିଯୁକ୍ତି ବିଭାଗକୁ ନେଭିଗେଟ୍ କରନ୍ତୁ ଏବଂ ଇଚ୍ଛିତ ପୋଷ୍ଟ ପାଇଁ ଆବେଦନ କରିବାକୁ ଲିଙ୍କ୍ ବାଛି ନିଅନ୍ତୁ।ସମସ୍ତ ଆବଶ୍ୟକୀୟ ବିବରଣୀ ଏବଂ ପରିଚୟପତ୍ର(Self identity) ପ୍ରଦାନ କରି ଆବେଦନ ଫର୍ମ ପୂରଣ କରନ୍ତୁ। ଆକଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ। ଆବେଦନ ଶୁଳ୍କ ଦାଖଲ କରି ସବମିଟ୍ କରନ୍ତୁ।

Also Read: Job Oppertunities: OPGCରେ ମିଳିବ ଚାକିରି, ହାର୍ଡ କପି ଦାଖଲ କରିବାର ଆଜି ଶେଷ ଦିନ..