OPTCLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜି ଆବେଦନର ଶେଷ ତାରିଖ, ଜଲଦି କରନ୍ତୁ Apply…
Advertisement
Article Detail0/zeeodisha/odisha1885155

OPTCLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜି ଆବେଦନର ଶେଷ ତାରିଖ, ଜଲଦି କରନ୍ତୁ Apply…

Job Opportunity: ବମ୍ପର ନିଯୁକ୍ତି ସୁଯୋଗ ଦେଲେ ଓଡ଼ିଶା ସରକାର। ଇଚ୍ଛୁକ ଯୁବକ-ଯୁବତୀ ନିଜ ଯୋଗ୍ୟତା ଅନୁସାରେ କରିପାରିବେ ଆବେଦନ। ଆଜି ହେଉଛି ଆବେଦର ଶେଷ ତାରିଖ। କ୍ୟାଣ୍ଡିଡେଟମାନେ ଚାକିରି ପରେ ରାଜ୍ୟ ଛାଢ଼ି ତାଙ୍କୁ ଆଉ ବାହାରକୁ ଯିବାକୁ ପଡ଼ି ନାହିଁ ନିଜ ରାଜ୍ୟରେ ରହି ସେମାନେ କରିପାରିବେ ଚାକିରି। ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (OPTCL) ପକ୍ଷରୁ ନିଯୁକ୍ତି ପାଇଁ ଜାରି କରାଯାଇଛି ବିଜ୍ଞପ୍ତି।

OPTCLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜି ଆବେଦନର ଶେଷ ତାରିଖ, ଜଲଦି କରନ୍ତୁ Apply…

Job Opportunity: ବମ୍ପର ନିଯୁକ୍ତି ସୁଯୋଗ ଦେଲେ ଓଡ଼ିଶା ସରକାର। ଇଚ୍ଛୁକ ଯୁବକ-ଯୁବତୀ ନିଜ ଯୋଗ୍ୟତା ଅନୁସାରେ କରିପାରିବେ ଆବେଦନ। ଆଜି ହେଉଛି ଆବେଦର ଶେଷ ତାରିଖ। କ୍ୟାଣ୍ଡିଡେଟମାନେ ଚାକିରି ପରେ ରାଜ୍ୟ ଛାଢ଼ି ତାଙ୍କୁ ଆଉ ବାହାରକୁ ଯିବାକୁ ପଡ଼ି ନାହିଁ ନିଜ ରାଜ୍ୟରେ ରହି ସେମାନେ କରିପାରିବେ ଚାକିରି। ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (OPTCL) ପକ୍ଷରୁ ନିଯୁକ୍ତି ପାଇଁ ଜାରି କରାଯାଇଛି ବିଜ୍ଞପ୍ତି।ମ୍ୟାନେଜମେଣ୍ଟ ଟ୍ରେନି (Finance), ମ୍ୟାନେଜମେଣ୍ଟ ଟ୍ରେନି (ଆଇନ), ମ୍ୟାନେଜମେଣ୍ଟ ଟ୍ରେନି (HRD), ମ୍ୟାନେଜମେଣ୍ଟ ଟ୍ରେନି (Telecom), ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ) ପଦରେ ବାହାରିଛି ନିଯୁକ୍ତି ସୁଯୋଗ।

ଏହି ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ଅଲଗା ଅଲଗା ରଖାଯାଇଛି। ଟ୍ରେନିଂ ପିରିୟଡରେ ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୫୦ ହଜାର ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୩୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଟ୍ରେନି ଅବଧି ସରିବା ପରେ ପ୍ରାର୍ଥୀମାନେ ପୁର୍ଣ୍ଣାଙ୍ଗ ନିଯୁକ୍ତି ପାଇପାରିବେ। ପ୍ରାର୍ଥୀମାନଙ୍କ ପାଇଁ ପ୍ରୋବେସନ ପିରିୟଡ ୧ ବର୍ଷ ରଖାଯାଇଛି।

ଏହି ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଟ୍ରେନିଂ ପିରିୟଡରେ ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୫୦ ହଜାର ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୩୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଟ୍ରେନି ଅବଧି ସରିବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବା ସହ ଧାର୍ଯ୍ୟ ହାରରେ ବେତନ ପାଇବେ । ଚୟନ ହେବା ପରେ ପ୍ରାର୍ଥୀଙ୍କର ପ୍ରୋବେସନ ପିରିୟଡ ୧ ବର୍ଷ ରହିବ । ଭୁବନେଶ୍ୱରର ଚନ୍ଦକା ସ୍ଥିତ ପାୱର ଟ୍ରେନିଂ ସେଣ୍ଟର (ପିଟିସି) ଠାରେ ପ୍ରାର୍ଥୀଙ୍କୁ ଟ୍ରେନିଂ ଦିଆଯିବ ।

ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଓ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ (SEBC) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ୱେବସାଇଟ ଗସ୍ତ କରିବା ସହ ଚାକିରି ପାଇଁ ଆବେଦନ ମଧ୍ୟ କରି ପାରିବେ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com//EForms/configuredHtml/1258/83924/Index.html

ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/12/...

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.optcl.co.in/Home.aspx

Also Read: Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...