CRPF Admit Card 2023: ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (Steno) ଓ ହେଡ୍ କନଷ୍ଟେବଳ (Ministerial) ପଦବୀରେ ନିଯୁକ୍ତି ପାଇଁ ଆଡମିଟ୍ କାର୍ଡ ଜାରି ହେବ । ଆପଣ କିପରି ଏହାକୁ ଡାଉନଲୋଡ୍ କରିପାରିବେ ଏଠାରେ ଜାଣନ୍ତୁ ।
Trending Photos
CRPF Recruitment 2023 Admit Card: ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଆଜି ଅର୍ଥାତ ୧୫ ଫେବୃଆରୀ ୨୦୨୩ ରେଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଓ ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦବୀର ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିବ । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଓ ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦବୀ ପାଇଁ ପରୀକ୍ଷାରେ ଉପସ୍ଥିତ ହେବାକୁ ଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ crpf.gov.in ଓ crpfindia.com ମାଧ୍ୟମରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ (CRPF Admit Card 2023) କରିପାରିବେ ।
CRPF ହେଡ୍ କନଷ୍ଟେବଲ୍ ନିଯୁକ୍ତି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ, ଯାହା ୨୨ ଫେବୃଆରୀରୁ ୨୮ ଫେବୃଆରୀ ୨୦୨୩ ମଧ୍ୟରେ କରାଯିବ । ପରୀକ୍ଷାରେ ଗୋଟିଏ ପେପରରେ ୧୦୦ ଟି ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହିବ ଓ ଦେଢ଼ ଘଣ୍ଟା ମଧ୍ୟରେ ଏହାକୁ ସମାଧାନ କରିବାକୁ ହେବ । ଏହି ପରୀକ୍ଷଣରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ସ୍କିଲ୍ ଟେଷ୍ଟ, PST, ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଓ ବିସ୍ତୃତ ମେଡିକାଲ୍ ପରୀକ୍ଷା ହେବ ।
କହିରଖୁଛି ଯେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୪ଜାନୁୟାରୀ ୨୦୨୩ ରୁ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ CRPF ର ଅଫିସିଆଲ୍ ୱେବସାଇଟ୍ crpf.gov.in ରେ ଚାଲିଥିଲା । ଏହି ନିଯୁକ୍ତି ଡ୍ରାଇଭ୍ ସମୁଦାୟ ୧୪୫୮ ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି, ସେଥିମଧ୍ୟରୁ ୧୪୩ ଟି ପଦବୀ ASI (ଷ୍ଟେନୋ) ଓ ୧୩୧୫ ଟି ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦ ପାଇଁ ରହିଛି ।
ଏହିପରି ଡାଉନଲୋଡ୍ କରି ପାରିବେ ଆଡମିଟ୍ କାର୍ଡ଼
ଏହା ବି ପଢ଼ନ୍ତୁ: CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ
ଏହା ବି ପଢ଼ନ୍ତୁ: NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?