IGNOU ରେ ବମ୍ପର ଚାକିରି ସୁଯୋଗ, +୩ ପାସ୍ କରିଥିଲେ କରିପାରିବେ ଆବେଦନ...
Advertisement
Article Detail0/zeeodisha/odisha1996836

IGNOU ରେ ବମ୍ପର ଚାକିରି ସୁଯୋଗ, +୩ ପାସ୍ କରିଥିଲେ କରିପାରିବେ ଆବେଦନ...

Job Opportunity: ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ବାହାରିଛି ୧୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ।ଏ ନେଇ ଇଗ୍ନୋ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

IGNOU ରେ ବମ୍ପର ଚାକିରି ସୁଯୋଗ, +୩ ପାସ୍ କରିଥିଲେ କରିପାରିବେ ଆବେଦନ...

Job Opportunity: ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ବାହାରିଛି ୧୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ।ଏ ନେଇ ଇଗ୍ନୋ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଏହି ନୋଟିଫିକେସନ ଉପରେ କ୍ଲିକ୍(https://exams.nta.ac.in/CUREC/images/IGNOU) କରି ସମସ୍ତ ସୂଚନା ପ୍ରାପ୍ତ କରି ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

-ଡିସେମ୍ବର ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି

-ଆବେଦନର ଶେଷ ତାରିଖ ଡିସେମ୍ବର ୨୧ ତାରିଖ

ଖାଲି ପଡ଼ିଥିବା ପଦବୀ:

- ଜୁନିୟର ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ

- ଷ୍ଟେନୋଗ୍ରାଫର

ଶିକ୍ଷାଗତ ଯୋଗ୍ୟତା:

- ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରୀ

-ଟାଇପିଂ ଦକ୍ଷତା ଭଲ ଥିବା ଆବଶ୍ୟକ

-ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

- ଜୁନିୟର ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ, ସର୍ବାଧିକ ବୟସ ସୀମା ୨୭ ବର୍ଷ

- ଷ୍ଟେନୋଗ୍ରାଫର ପାଇଁ ୩୦ ବର୍ଷ ରହିଛି

ଆବେଦନ ଶୁଳ୍କ:

ଅଣସଂରକ୍ଷିତ (UR) ଓ ଅନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଆର୍ଥିକ ଦୁର୍ବଳ ଶ୍ରେଣୀ (EWS) ମହିଳା ଓ ପିଡବ୍ଲ୍ୟୁବିଡି(PWBD) ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆବେଦନ କରିବା ପୂର୍ବରୁ ଉପରୋକ୍ତ ନୋଟିଫିକେସନ ଉପରେ କ୍ଲିକ୍ କରି ଭଲଭାବେ ପଢ଼ନ୍ତୁ ଏବଂ ଏହା ପରେ ଆବେଦନ କରନ୍ତୁ।

Also Read: CCL Recruitment 2023: ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡରେ ବାହାରିଲା ବମ୍ପର ନିଯୁକ୍ତି, ୪୦ ହଜାର ଉପରେ ଦରମା