Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ
Advertisement
Article Detail0/zeeodisha/odisha1226215

Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ

ମନ୍ତ୍ରୀଙ୍କ ଘୋଷଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ଘୋଷଣା ତାରିଖ ସ୍ପଷ୍ଟ ହୋଇନାହିଁ। ଜୁନ ଶେଷ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଥିଲେ। 

ପ୍ରତିକାତ୍ମକ ଫଟୋ

Odisha 10th Result 2022 : ଜୁନ ମାସ ସରିବାକୁ ଆଉ ମାତ୍ର ୧୦ ଦିନ ବାକି ରହିଲା। ଦିନ ଯେତିକି ଗଡି ଗଡି ଯାଉଛି, ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି। ଯେକୌଣସି ମୁହୂର୍ତ୍ତରେ ମଧ୍ୟ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହୋଇପାରେ। ତେବେ ଆସନ୍ତୁ ଜାଣିବା, କେମିତି ଆପଣମାନେ ନିଜର ମାଟ୍ରିକ ରେଜଲ୍ଟସ୍ ଦେଖିପାରିବେ?

ଖୁବଶୀଘ୍ର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଖାତା ଦେଖା କାମ ସରିଛି। ରେଜଲ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜୁନ ୪ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଇଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି। ତେବେ କେଉଁ ତାରିଖରେ ରେଜଲ୍ଟ ଆସିବ ସେ ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।

Also Read: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ

ମନ୍ତ୍ରୀଙ୍କ ଘୋଷଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ଘୋଷଣା ତାରିଖ ସ୍ପଷ୍ଟ ହୋଇନାହିଁ। ଜୁନ ଶେଷ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଥିଲେ। ମାସ ସରିବାକୁ ଆଉ ମାତ୍ର ୧୦ ଦିନ ବାକି ରହିଲା। ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟ ବୋର୍ଡର ଦଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କିନ୍ତୁ ଓଡିଶାରେ ପ୍ରକାଶ ହୋଇନାହିଁ। ଯାହାକୁ ନେଇ ଉଭୟ ଅବିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ ଅଛନ୍ତି। 

କେମିତି ଦେଖିବେ ଦଶମ ପରୀକ୍ଷା ଫଳ?

  • ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।
  • ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ।
  • ଏବେ 10th result 2022 ପେଜ୍ ଦେଖାଯିବ।
  • ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ।
  • ତାପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ।
  • ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ।

Also Read: Bharat Bandh : Agnipath Scheme ବିରୋଧରେ ଥମୁନି ହିଂସା, ଆଜି ବିଭିନ୍ନ ସଙ୍ଗଠନର ଭାରତ ବନ୍ଦ ଡା

ସୂଚନାଯୋଗ୍ୟ, ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ ୧୦ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା। ୪୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ଫର୍ମ ଫିଲପ୍‌ କରିଥିବା କିନ୍ତୁ ପରୀକ୍ଷା ଦେଇ ନଥିଲେ। ମେ ୨୧ ତାରିଖରୁ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଥିଲା।